ବିଜେଡିରେ ଦୁଇ କ୍ୟାପଟେନ: ଜଣେ ଅନ୍ୟର ପତ୍ନୀଙ୍କୁ ହଡ଼ପ କରିଛନ୍ତି,ଆଉ ଜଣେ ଦେଉନାହାନ୍ତି ପତ୍ନୀଙ୍କୁ ଆବଶ୍ୟକ କ୍ଷତିପୂରଣ

କଳାହାଣ୍ଡିର ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଜେଡିର ପ୍ରଭାବଶାଳୀ ନେତା କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀଙ୍କ ପୂର୍ବ ସ୍ୱାମୀଙ୍କ ପ୍ରଚାର ଓ ଅଭିଯୋଗ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା

BJD PhotoOR

ମନ୍ମଥ ରାଉତରାୟ ଓ ଦିବ୍ୟଶଙ୍କର ମିଶ୍ର

Ordigital Desk
  • Published: Monday, 13 May 2024
  • Updated: 13 May 2024, 10:49 PM IST

Sports

Latest News

ଓଡ଼ିଶାରେ ନିଜର ଚାରିତ୍ରିକ ସ୍ଖଳନକୁ ନେଇ ବିବାଦରେ ରହିଥିବା ବିଜେଡି ନେତାମାନଙ୍କର ଏବେ ଆଉ ଏକ ଚେହେରା ପଦାକୁ ଆସିଛି । ରାଜ୍ୟର ଜଣେ ଉଚ୍ଚଶିକ୍ଷିତ ଯୁବକ ଖୋଲାଖୋଲି ଭାବେ ତାଙ୍କ ପତ୍ନୀଙ୍କୁ ମିଛ ପ୍ରେମ ଜାଲରେ ବିଜେଡିର ଜଣେ ନେତା ଫସାଇ ହଡ଼ପ କରି ନେଇଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେହିପରି ଆବଶ୍ୟକ ପରିମାଣର କ୍ଷତିପୂରଣ ମିଳୁନଥିବା ଅଭିଯୋଗ କରି ଜଣେ ମହିଳା ନିଜର ପତି ତଥା ବିଜେଡି ନେତାଙ୍କ ବିରୁଦ୍ଧରେ ଆଇନଗତ ଲଢ଼େଇ କରୁଥିବା ଜଣାପଡ଼ିଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଦୁଇ ବିଜେଡି ନେତାଙ୍କୁ ଦଳ ଚଳିତଥର ଟିକେଟ୍ ଦେଇ ପ୍ରାର୍ଥୀ କରିଛି ଓ ଉଭୟ ଜାହାଜ ଉଡ଼ାଣ ଛାଡ଼ି ରାଜନୀତିରେ ସାମିଲ ହୋଇଛନ୍ତି । ମହିଳାଙ୍କ ପ୍ରତି ସମ୍ମାନ କଥା କହୁଥିବା ଦଳ ବିଜେଡିରେ ଏହି ଉଭୟ କ୍ୟାପଟେନଙ୍କ ଦ୍ୱାରା ମହିଳାମାନଙ୍କୁ ଏ କିପ୍ରକାରର ସମ୍ମାନ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, କଳାହାଣ୍ଡିର ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଜେଡିର ପ୍ରଭାବଶାଳୀ ନେତା କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀଙ୍କ ପୂର୍ବ ସ୍ୱାମୀଙ୍କ ପ୍ରଚାର ଓ ଅଭିଯୋଗ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ବିବାଦୀୟ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀଙ୍କ ପୂର୍ବ ସ୍ୱାମୀ ଚଳିତଥର ପ୍ରଚାର ମଇଦାନକୁ ଓହ୍ଲାଇ ତାଙ୍କର କଳାକାରନାମା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛନ୍ତି । ଶ୍ରୀ ମିଶ୍ରଙ୍କ ଦ୍ୱିତୀୟ ପତ୍ନୀଙ୍କ ପୂର୍ବ ସ୍ୱାମୀ ମାନସରଞ୍ଜନ ପଣ୍ଡା ସିଧାସଳଖ ଅଭିଯୋଗ କରିଥିଲେ ଯେ, “ତାଙ୍କ ସ୍ତ୍ରୀଙ୍କୁ ମିଛ ପ୍ରେମ ଜାଲରେ ଫସାଇ ଦିବ୍ୟଶଙ୍କର ବିବାହ କରିଛନ୍ତି । ଦିବ୍ୟଶଙ୍କର ମନ୍ତ୍ରୀ ହେବାପରେ ତାଙ୍କ ପତ୍ନୀଙ୍କୁ ଭୁବନେଶ୍ୱରରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଇ ପ୍ରେମଜାଲରେ ଫସାଇ ଥିଲେ । ଯେଉଁଥିପାଇଁ ତାଙ୍କର ବୈବାହିକ ଜୀବନ ଧୂଳିସାତ୍ ହୋଇଯାଇଥିଲା ।  ତେଣୁ ଏଭଳି ଚରିତ୍ରର ବ୍ୟକ୍ତିଙ୍କୁ ଭୋଟ୍ ଦେଲେ ଭବିଷ୍ୟତରେ ବି ତାଙ୍କଭଳି ଶିକାର ହେବେ ବୋଲି ଶ୍ରୀ ପଣ୍ଡା କ୍ଷୋଭର ସହ କହିଥିଲେ । ୨୦୧୩ରୁ ୨୦୨୦ ମସିହା ପର୍ଯ୍ୟନ୍ତ ତାଙ୍କର ଦାମ୍ପତ୍ୟ ଜୀବନ ଠିକଠାକ୍ ଚାଲିଥିଲା । ସେ ବେଙ୍ଗାଲୁରୁରେ ଚାକିରି କରୁଥିବାରୁ ତାଙ୍କ ପତ୍ନୀ ଗାଁରେ ଥିଲେ । ଦିବ୍ୟଶଙ୍କର ଏହାର ଫାଇଦା ଉଠାଇ ତାଙ୍କ ପତ୍ନୀଙ୍କୁ ହଡ଼ପ କରିନେଇଥିଲେ, ଯାହାଫଳରେ ତାଙ୍କ ଦାମ୍ପତ୍ୟ ଜୀବନ ଧୂଳିସାତ୍ ହୋଇଗଲା ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ପୂର୍ବରୁ ଏକାଧିକ ଘଟଣାରେ ବିବାଦୀୟ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନୀତି ଓ ନୈତିକତାକୁ ଭୁଲି ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ପ୍ରେମଜାଲରେ ଫସାଇ ହଡ଼ପ କରିବାର ନୂଆ ଶୈଳୀ ଓ ତାଙ୍କର ଅସଲ ଚେହେରାକୁ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ପ୍ରଥମ ସ୍ୱାମୀ ଶ୍ରୀ ପଣ୍ଡା ସର୍ବସାଧାରଣରେ ଉଜାଗର କରିଛନ୍ତି । ଯାହାକି କଳାହାଣ୍ଡି ଜିଲ୍ଲାରେ ଆଜି ଭୋଟ୍ ପରେ ପରେ ବି ଚର୍ଚ୍ଚାର ବିଷୟ ହୋଇରହିଛି ।

Also Read

ସେହିପରି ବିଜେଡିର ଅନ୍ୟଜଣେ କ୍ୟାପଟେନ ହେଲେ ଦଳର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟ । ସେ ତାଙ୍କ ନିର୍ବାଚନୀ ସତ୍ୟପାଠରେ ପତ୍ନୀ ସୁଚିସ୍ମିତା ମହାପାତ୍ରଙ୍କଠୁ ୨୦୧୦ରୁ ଅଲଗା ହୋଇ ରହୁଥିବା ଉଳ୍ଲେଖ କରିଛନ୍ତି । ତେବେ ଦୀର୍ଘବର୍ଷ ଧରି ପତ୍ନୀଙ୍କଠୁ ଦୂରେଇ ରହିଥିଲେ ମଧ୍ୟ ତାଙ୍କୁ ମାସିକ କ୍ଷତିପୂରଣ ଦେବାରେ ମନ୍ମଥ ଟାଳଟୂଳ ନୀତି ଆପଣାଇଥିବା ଜଣାପଡ଼ିଛି । ହାଇକୋର୍ଟରେ ମାମଲା ଦୀର୍ଘବର୍ଷ ଧରି ଚାଲିବା ପରେ ୨୦୨୩ ନଭେମ୍ବର ୯ତାରିଖରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ଅନ୍ତରୀଣ କ୍ଷତିପୂରଣ ପାଇଁ ଆବେଦନ ଦିନଠୁ ଅର୍ଥାତ୍ ୨୦୧୯ ଅକ୍ଟୋବର ୨୩ତାରିଖରୁ ପତ୍ନୀଙ୍କୁ ମାସିକ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ବିବାହ ବିଚ୍ଛେଦ ମାମଲାର ଫଇସଲା ନହେବା ପର୍ଯ୍ୟନ୍ତ ଅନ୍ତରୀଣ କ୍ଷତିପୂରଣ ଭାବେ ମାସିକ ୨୦ହଜାର ଟଙ୍କା ପ୍ରତିମାସର ୧୦ତାରିଖରେ ଦେବାକୁ ଫ୍ୟାମିଲି କୋର୍ଟ ମନ୍ମଥଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ତାଙ୍କ ପତ୍ନୀ ସୁଚିସ୍ମତା ସ୍ୱଳ୍ପ ଦର୍ଶାଇ ମାସିକ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  କ୍ଷତିପୂରଣ ରାଶି ସମ୍ପର୍କରେ ଆବଶ୍ୟକ ନିଷ୍ପତ୍ତି ଫାମିଲି କୋର୍ଟ ନେବେ ବୋଲି ହାଇକୋର୍ଟ କହିବା ସହ ସୁପ୍ରିମକୋର୍ଟଙ୍କ ରଜନୀଶ ବନାମ ନେହା ମାମଲାର ରାୟକୁ ଉଦ୍ଧୃତ କରି କ୍ଷତିପୂରଣ ପ୍ରଦାନର ତାରିଖ(ମୂଳ ଆବେଦନ ଦିନଠୁ ହିସାବ) ଧାର୍ଯ୍ୟ କରିଥିବା ଜଣାପଡ଼ିଛି ।

ତେବେ ଲୋକଙ୍କ ସେବା ପାଇଁ ରାଜନୀତିକୁ ଓହ୍ଲାଇଥିବା ଏହି କ୍ୟାପଟେନ ରାଉତରାୟ ନୈତିକତା ଓ ମାନବିକତା ଦୃଷ୍ଟିରୁ ନିଜ ବିବାହିତା ପତ୍ନୀଙ୍କୁ ଉଚିତ୍ ନ୍ୟାୟ ଦେବାରେ ସକ୍ଷମ ହୋଇପାରିନଥିବାବେଳେ ନିଜ ନିର୍ବାଚନମଣ୍ଡଳୀର ଲକ୍ଷ ଲକ୍ଷ ମହିଳାଙ୍କୁ କି ନ୍ୟାୟ ଦେବେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ରାଜ୍ୟରେ ମହିଳାଙ୍କ ସ୍ଥିତି ଦିନକୁ ଦିନ ଖରାପ ହେଉଥିବା ନେଇ ଏନସିଆରବି ରିପୋର୍ଟରେ ଉଲ୍ଲେଖ ଥିବାବେଳେ ବିଜେଡିର ମହିଳାଙ୍କ ପ୍ରତି ସମ୍ମାନ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଆଉ ଏହି ଦୁଇ କ୍ୟାପଟେନଙ୍କ ଭଳି ବ୍ୟକ୍ତିଙ୍କୁ ଦଳୀୟ ଟିକେଟ୍ ଧରାଇ ବିଜେଡି ପରୋକ୍ଷରେ ରାଜ୍ୟରେ ମହିଳାଙ୍କ ସମ୍ମାନକୁ ବାଜି ଲଗାଇବାକୁ ଅପଚେଷ୍ଟା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story