Advertisment

ବିଜେଡିକୁ ଶକ୍ତ ଧକ୍କା: ଦଳ ଛାଡ଼ିଲେ ଦୁଇ ପୂର୍ବତନ ବିଧାୟକ

କାକଟପୁରର ପୂର୍ବତନ ସୁରେନ୍ଦ୍ର ସେଠୀ ଆଜି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି

BJD

BJD

Advertisment

ବିଜେଡିର ଦୁଇଜଣ ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ଓ ସୁରେନ୍ଦ୍ର ସେଠୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳୀୟ ସଂଗଠନରେ ଅବହେଳା ଓ ଟିକେଟ୍ ପାଇବାରୁ ବଂଚିତ ହେବାପରେ ଏହି ଦୁଇ ପୂର୍ବତନ ବିଧାୟକ ବିଜେଡି ଛାଡ଼ିଥିବା ଜଣାପଡ଼ିଛି । ଏହି ଦୁଇ ନେତା ଆଜି ସେମାନଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହି ଦୁଇ ପୂର୍ବତନ ବିଧାୟକ ଚଳିତଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, କାକଟପୁରର ପୂର୍ବତନ ସୁରେନ୍ଦ୍ର ସେଠୀ ଆଜି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ସେଠୀ କାକଟପୁରରୁ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଶାବାଦୀ ଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ପରେ ଫେରାଇ ନେଇଥିଲା । ତାଙ୍କ ସ୍ଥାନରେ ତୁଷାରକାନ୍ତି ବେହେରାଙ୍କୁ ଦଳ ଟିକେଟ୍ ଦେଇଥିଲା । ଚଳିତଥର ସ୍ଥାନୀୟସ୍ତରରେ ଦୃଢ଼ ବିରୋଧ ସତ୍ତ୍ୱେ ବିଜେଡି ଏଥର ପୁଣିଥରେ ତୁଷାରଙ୍କୁ ଟିକେଟ୍ ଦେଇଛି । ଶ୍ରୀ ସେଠୀ ଚଳିତ ନିର୍ବାଚନରେ କାକଟପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡ଼ିଛି।

ସେହିପରି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡି ଟିକେଟରେ ଦୁଇଥର ୨୦୦୯ ଓ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦଳକୁ ମୟୂରଭଞ୍ଜ ଜିଲ୍ଲାରେ ସୁଦୃଢ଼ କରିବା ପାଇଁ ସେ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ ଏତର ଟିକେଟରୁ ବଂଚିତ କରାଯାଇଛି । ଶ୍ରୀ ନାଏକ ଧୁଡ଼ି ଆଦିବାସୀ ସମୁଦାୟର ହୋଇଥିବାବେଳେ ଗତ ପଂଚାୟତ ନିର୍ବାଚନରେ ତାଙ୍କ ପ୍ରଚେଷ୍ଟାରେ ବିଜେଡି ଜିଲ୍ଲାରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲା । ଦଳ ଏଥର ତାଙ୍କୁ ଟିକେଟ୍ ଦେବାରୁ ବଂଚିତ କରିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି।

Advertisment

ଏହି ଦୁଇ ପୂର୍ବତନ ବିଧାୟକଙ୍କ ବ୍ୟତୀତ ନିମାପଡ଼ାର ବିଧାୟକ ସମୀର ରଞ୍ଜନ ଦାଶ ମଧ୍ୟ ଖୁବଶୀଘ୍ର ଦଳ ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe