Advertisment

ଗୋଟିଏ ଦିନରେ କଟକରେ ବିଜେଡିର ଦୁଇଟି କାର୍ଯ୍ୟକ୍ରମ, ଜଳ ଜଳ ଦିଶିଲା ଗୋଷ୍ଠୀ କନ୍ଦଳ

କଟକ ସାରଳା ଭବନରେ ମହିଳା ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିବାବେଳେ ମେୟରଙ୍କ ପକ୍ଷରୁ ବାଲିଯାତ୍ରା ପଡ଼ିଆରେ କଟକ ଇନ୍ କଟକରେ ଇଦ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

author-image
Biswajit Samal
BJD

BJD

ଜଳ ଜଳ ଦେଖାଯାଉଛି କଟକ ବିଜେଡିର ଗୋଷ୍ଠୀ କନ୍ଦଳ। ଆଜି ଏଠାରେ ଅନୁଷ୍ଠିତ ବିଜେଡିର ଦୁଇଟି କାର୍ଯ୍ୟକ୍ରମକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି।

Advertisment

କଟକ ସାରଳା ଭବନରେ ମହିଳା ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିବାବେଳେ ମେୟରଙ୍କ ପକ୍ଷରୁ ବାଲିଯାତ୍ରା ପଡ଼ିଆରେ କଟକ ଇନ୍ କଟକରେ ଇଦ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଉଭୟ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଓ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଉପସ୍ଥିତ ଥିବାବେଳେ ଉଭୟଙ୍କୁ କିପରି ବିଜୟୀ କରାଯିବ ସେ ନେଇ କର୍ମୀଙ୍କୁ କୁହାଯାଇଥିଲା।

ମହିଳା କର୍ମୀ ସମ୍ମିଳନୀରେ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉପସ୍ଥିତ ଥିବାବେଳେ ମେୟର ସୁବାସ ସିଂ ଉପସ୍ଥିତ ନ ଥିଲେ। ଏହାସହ ସେଠାରେ ୧୦ରୁ ଅଧିକ ମହିଳା କର୍ପୋରେଟର ମଧ୍ୟ ଉପସ୍ଥିତ ନଥିଲେ। କୁହାଯାଉଛି, ମେୟର ସୁବାସ ସିଂଙ୍କ ଗୋଷ୍ଠୀଙ୍କୁ ମହିଳା କର୍ମୀ ସମ୍ମିଳନୀକୁ ଡକାଯାଇନଥିଲା ।

Advertisment

ସେହିପରି କଟକ ଇନ କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଓ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଉପସ୍ଥିତ ଥିବାବେଳେ କର୍ମୀମାନଙ୍କୁ ନିର୍ବାଚନ ଜିତିବା ପାଇଁ ଗୁରୁମନ୍ତ୍ର ଦିଆଯାଇଥିଲା। ହେଲେ ସେଠାରେ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉପସ୍ଥିତ ନଥିଲେ କି ତାଙ୍କ ଗୋଷ୍ଠୀର କାହାକୁ ଦେଖିବାକୁ ମିଳିନଥିଲା। ମେୟରଙ୍କ ଏହି ଇଦ୍‌ ମିଳନ କାର୍ଯ୍ୟକ୍ରମରେ ଏକାଧିକ ମହିଳା କର୍ପୋରେଟର ଉପସ୍ଥିତ ଥିଲେ ମଧ୍ୟ ସେମାନେ ମହିଳା କର୍ମୀ ସମ୍ମିଳନୀରେ ଯୋଗ ନ ଦେବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି।

ଦେବାଶିଷ କହିଛନ୍ତି, କଟକରେ ବିଜେଡିର କେବଳ ଗୋଟିଏ କାର୍ଯ୍ୟକ୍ରମ ହେଉଛି। ଆଉ କେଉଁଠି ହେଉଛି ମୁଁ ଜାଣିନାହିଁ। ସେହିପରି ସୁବାସ ସିଂ କହିଛନ୍ତି ମହିଳା ସମ୍ମିଳନୀ ହେଉଥିବା ମୁଁ ଜାଣିଥିଲି, ହେଲେ ସେଠାକୁ ଯାଇନାହିଁ।

ରିପୋର୍ଟ- କଟକରୁ ଦେବାଶିଷ

BjD