Advertisment

ତେଜିଲା ‘ସତ୍ୟବାଦୀ’ କଳି; ଶଙ୍ଖ ଭବନରେ ସଞ୍ଜୟ, ଉମା

ଉଭୟ ନେତା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Sanjay Das Burma vs Uma Samantaray

Sanjay Das Burma vs Uma Samantaray

Advertisment

ଶଙ୍ଖ ଭବନରେ ପହଞ୍ଚିଛି ସତ୍ୟବାଦୀ କଳି। ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଓ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଆଜି ଶଙ୍ଖ ଭବନରେ ପହଞ୍ଚି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା କରିଥିବା ସୂଚନା ରହିଛି।  

Advertisment

ବ୍ରହ୍ମଗିରି ସିଟ୍ ଛାଡ଼ି ସତ୍ୟବାଦୀ ବିଧାନସଭା ଆସନରେ ବିଜେଡିରୁ ଲଢ଼ିବେ ବୋଲି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିବା ପରେ ବିବାଦ ଉପୁଜିଥିଲା। ଏନେଇ ଉଭୟଙ୍କୁ ଶଙ୍ଖ ଭବନ ଡକରା ହୋଇଥିବା ସୂଚନା ରହିଛି। 

ସୂଚନା ଅନୁଯାୟୀ, ସଞ୍ଜୟ ଦାସବର୍ମା ଧଉଳିଠାରେ ଉଭୟ ସତ୍ୟବାଦୀ ଓ କଣାସ ଅଞ୍ଚଳର କିଛି ଆଗଧାଡ଼ିର ବିଜେଡି କର୍ମୀଙ୍କୁ ନେଇ ବୈଠକ କରିଥିଲେ। ସେହି ବୈଠକରେ ସତ୍ୟବାଦୀରୁ ପ୍ରାର୍ଥୀ ହେବାକୁ ସଞ୍ଜୟ ଦାସବର୍ମାଙ୍କୁ ଗ୍ରୀନ ସିଗନାଲ ମିଳିଥିବା କହୁଥିବା ଏକ ସୋଶାଲ ମିଡିଆ ଭିଡିଓ ଭାଇରାଲ୍ ହୋଇଥିଲା। ସଞ୍ଜୟଙ୍କ ଏହି ଭିଡିଓକୁ ନେଇ ସତ୍ୟବାଦୀ ଅଞ୍ଚଳରେ ବେଶ୍ ଗୁଞ୍ଜରଣ ସୃଷ୍ଟି କରିଥିଲା। ସଞ୍ଜୟ ଦାସବର୍ମାଙ୍କ ଭାଇରାଲ ଭିଡିଓ ଉମା ସାମନ୍ତରାୟଙ୍କ ନିଦ ହଜାଇ ଦେଇଥିଲା। ପୂର୍ବରୁ ସତ୍ୟବାଦୀରୁ ବିଧାୟକ ଉମା ସାମନ୍ତରାୟ ସତ୍ୟବାଦୀ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। 

Advertisment

ଅନ୍ୟପକ୍ଷରେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଉମା ସାମନ୍ତରାୟ କହିଥିଲେ ଯେ, ଦଳରେ ସୁପ୍ରିମୋ ହେଉଛନ୍ତି ନବୀନ ପଟ୍ଟନାୟକ। ସେ ଯେଉଁ ନିଷ୍ପତ୍ତି ନେବେ ତାହା ସର୍ବଶ୍ରେଷ୍ଠ ନିଷ୍ପତ୍ତି। କାହାକୁ କିଛି କୁହାଯାଇ ନାହିଁ। କିଏ କ’ଣ ମନରୁ କହି ଦେଇଥିବ? ସେ ବିଷୟରେ ମୁଁ କିଛି କହିବାକୁ ଚାହେଁ ନାହିଁ।

ସେ ଆହୁରି କହିଥିଲେ, ବିଜୁ ଜନତା ଦଳ ହେଉଛି ଶୃଙ୍ଖଳିତ ଦଳ। ଦଳ ଭିତରେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଯାହା ନିଷ୍ପତ୍ତି ନେବେ ସେହି ନିଷ୍ପତ୍ତିକୁ ସତ୍ୟବାଦୀବାସୀ ମାନି ନେବେ। ସତ୍ୟବାଦୀ ମୋ ଜନ୍ମସ୍ଥାନ। ସତ୍ୟବାଦୀରେ ବିଜେଡି ଖାତା ଖୋଲି ନଥିଲା। ମୁଁ ୨୦୧୯ରେ ବିଜେଡିରୁ ବିଜୟ ଲାଭ କରି ଖାତା ଖୋଲିଥିଲି।

  ଉମା ସାମନ୍ତରାୟଙ୍କ ମନ୍ତବ୍ୟକୁ ନେଇ ସଞ୍ଜୟ ଦାସବର୍ମାଙ୍କର କିଛି ପ୍ରତିକ୍ରିୟା ମିଳିନାହିଁ।   

BjD Sanjay Das Burma Uma Samantaray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe