Advertisment

ସୁରଙ୍କୁ ଶକ୍ତ ଧକ୍କା; ମାଟି କାମୁଡ଼ିଲେ ଦୁଇ ପୁଅ

ଏଥର ନିର୍ବାଚନ ଫଳାଫଳ କାହାର ସ୍ୱପ୍ନ ପୂରଣ କରିଛି ତ କାହାର ଆଶାକୁ ଧୂଳିସାତ କରିଛି। କିଏ ଜିତିଛି ତ କିଏ ମାଟି କାମୁଡ଼ିଛି। ହେଲେ ସବୁଠୁ ଅଧିକ କ୍ଷତି ସହିଛନ୍ତି ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ ।

Sidhartha & Manmath Routray

Sidhartha & Manmath Routray

Advertisment

ଏଥର ନିର୍ବାଚନ ଫଳାଫଳ କାହାର ସ୍ୱପ୍ନ ପୂରଣ କରିଛି ତ କାହାର ଆଶାକୁ ଧୂଳିସାତ କରିଛି। କିଏ ଜିତିଛି ତ କିଏ ମାଟି କାମୁଡ଼ିଛି। ହେଲେ ସବୁଠୁ ଅଧିକ କ୍ଷତି ସହିଛନ୍ତି ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ । କାରଣ ତାଙ୍କ ଦୁଇ ପୁଅ ଏଥର ନିର୍ବାଚନ ମଇଦାନକୁ ପ୍ରଥମ ଥର ପାଇଁ ଓହ୍ଲାଇ ଥିବା ବେଳେ ଉଭୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏହା ସୁରଙ୍କୁ ଏକ ଶକ୍ତ ଧକ୍କା ଦେଇଥିବା ବେଳେ ଏଥିପାଇଁ ତାଙ୍କୁ ବହୁ ମୂଲ୍ୟ ବି ଦେବାକୁ ପଡ଼ିଛି।

Advertisment

ସୁରେଶଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଆମେରିକାରେ ଏକ କମ୍ପାନୀରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାମ କରୁଥିବା ବେଳେ ମୋଟା ଅଙ୍କର ଦରମା ପାଉଥିଲେ। ସେହିପରି ସାନ ପୁଅ ମନ୍ମଥ ରାଉତରାୟ ଦୀର୍ଘ ବର୍ଷ ହେବ ପାଇଲଟ ଭାବେ କାର୍ଯ୍ୟରତ ଥିଲେ। ମାତ୍ର ଉଭୟ ଚଳିତ ଥର ମଇଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଥିବା ବେଳେ ପ୍ରଥମରୁ ପରିବାରରେ ଦେଖା ଦେଇଥିଲା ଫାଟ ।

ଉଭୟ ପ୍ରଥମେ କେଉଁ ପାର୍ଟିରୁ ଛିଡ଼ା ହେବେ ତାହା ସ୍ଥିର ହୋଇ ନ ଥିବା ବେଳେ ସିଦ୍ଧାର୍ଥ ନିମାପଡ଼ା ବିଧାନସଭା ଆସନରୁ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇଥିଲେ। ସେହିପରି ମନ୍ମଥ ବିଜେଡିରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ସିଟ୍‌ରୁ ଛିଡ଼ା ହୋଇଥିଲେ। ନିଜ ସାନ ପୁଅଙ୍କ ପାଇଁ ପ୍ରଚାର କରିବା ସୁରଙ୍କୁ ମହଙ୍ଗା ପଡ଼ିଲା। ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି କଂଗ୍ରେସ।

Advertisment

ସେହିପରି ପରିବାରର କଳହ ବି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ଦୁଇ ଭାଇ ପରସ୍ପର ସହ ମୁହାଁମୁହିଁ ହେବାକୁ ପଛାଇ ନ ଥିବା ବେଳେ ସୁର ସେମାନଙ୍କ ବିବାଦର ସମାଧାନ କରିପାରିଲେନି। ଗୋଟିଏ ପଟେ ନିର୍ବାଚନ ଯୋଗୁ ସୁରଙ୍କ ଘରେ ପାରିବାରିକ କଳହ ଆରମ୍ଭ ହୋଇଥିବା ବେଳେ ଉଭୟ କିନ୍ତୁ ପ୍ରଥମରୁ ହିଁ ନିର୍ବାଚନୀ ପରୀକ୍ଷାରେ ପାସ୍‌ ହୋଇ ପାରି ନାହାନ୍ତି।

 ସୁରେଶଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନିମାପଡ଼ା ବିଧାନସଭା ଆସନରୁ କଂଗ୍ରେସ ଟିକେଟରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ଆସନରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାଥୀ ଦିଲୀପ କୁମାର ନାୟକ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ତୃତୀୟ ସ୍ଥାନରେ ରହି ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି।

ଠିକ୍‌ ସେହିପରି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ି ପରାଜୟର ସମ୍ମୁଖୀନ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବିଜୟୀ ହୋଇଥିବା ବେଳେ ମନ୍ମଥ ବି ମାଟି କାମୁଡ଼ିଛନ୍ତି।

BjD Odisha Assembly Election 2024 Sura Routray Election Results Congress Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe