Advertisment

ଜଗନଙ୍କୁ ଝଟକା: ଦଳ ଛାଡ଼ିଲେ ଦୁଇ ଜଣ ସାଂସଦ, ଟିଡିପିରେ ମିଶିବେ

ରାଜ୍ୟସଭାରୁ ଇସ୍ତଫା ଦେବା ପୂର୍ବରୁ ହିଁ ଭେଙ୍କଟରମଣ ୱାଇଏସ୍‌ଆର କଂଗ୍ରେସ ଛାଡ଼ିବା କଥାକୁ ନିଶ୍ଚିତ କରିଥିଲେ।

YSRCP

YSRCP

Advertisment

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ବଡ଼ ଝଟକା ଲାଗିଛି। ଆଜି ଦଳର ଦୁଇ ଜଣ ରାଜ୍ୟସଭା ସାଂସଦ ତାଙ୍କ ହାତ ଛାଡ଼ି ଦେଇଛନ୍ତି।

Advertisment

ୱାଇଏସ୍‌ଆର କଂଗ୍ରେସ ଟିକେଟରୁ ଦୁଇ ବରିଷ୍ଠ ନେତା ରାଜ୍ୟସଭାକୁ ଯାଇଥିଲେ ହେଁ ଆଜି ସେମାନେ ସାଂସଦ ପଦରୁ ବି ଇସ୍ତଫା ଦେଇଛନ୍ତି। ବୀଧା ମାଷ୍ଟନ ରାଓ ଯାଦବ ଓ ଭେଙ୍କଟରମଣ ରାଓ ମୋପିଦେବୀ ନିଜର ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ନିକଟକୁ ପଠାଇ ଦେଇଛନ୍ତି। ଧନକର ମଧ୍ୟ ତୁରନ୍ତ ଉଭୟଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ନେଇଛନ୍ତି।

ରାଜ୍ୟସଭାରୁ ଇସ୍ତଫା ଦେବା ପୂର୍ବରୁ ହିଁ ଭେଙ୍କଟରମଣ ୱାଇଏସ୍‌ଆର କଂଗ୍ରେସ ଛାଡ଼ିବା କଥାକୁ ନିଶ୍ଚିତ କରିଥିଲେ। ଏହାପରେ ସେ ଆଜି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୬ ଯାଏ ରହିଥିଲା। ବୀଧା ମାଷ୍ଟନ ରାଓ ଯାଦବ ମଧ୍ୟ ୱାଇଏସ୍‌ଆର କଂଗ୍ରେସ ସହ ରାଜ୍ୟସଭା ପଦ ଛାଡ଼ିଛନ୍ତି।

Advertisment

କୁହାଯାଉଛି ଯେ ଉଭୟ ଆନ୍ଧ୍ରରେ କ୍ଷମତାସୀନ ଟିଡିପିରେ ସାମିଲ ହେବେ। ନିକଟରେ ଏମାନେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଥିଲେ ଓ ଦଳରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେହିପରି ରାଓ ପୁଣିଥରେ ଟିଡିପି ଟିକେଟରେ ରାଜ୍ୟସଭାକୁ ଯିବା ପାଇଁ ସର୍ତ୍ତ ରଖିଛନ୍ତି। ହେଲେ ଭେଙ୍କଟରମଣ ରାଜ୍ୟସଭାକୁ ପୁଣି ଯିବେ କି ନାହିଁ, ସେକଥା ଜଣାପଡ଼ିନି।

ବର୍ତ୍ତମାନ ରାଜ୍ୟସଭାରେ ଟିଡିପିର କୌଣସି ସାଂସଦ ନାହାନ୍ତି। କିନ୍ତୁ ଏବେ ଦୁଇ ୱାଇଏସଆର କଂଗ୍ରେସ ସାଂସଦଙ୍କ ଇସ୍ତଫା ଯୋଗୁ ଟିଡିପି ନିଜ ପସନ୍ଦର ନେତାଙ୍କୁ ରାଜ୍ୟସଭାକୁ ପଠାଇବାକୁ ସକ୍ଷମ ହେବ। କାରଣ ଟିଡିପି ପାଖରେ ଆବଶ୍ୟକ ସଂଖ୍ୟା ଗିରିଷ୍ଠତା ରହିଛି।

ସୂତ୍ର ଅନୁସାରେଳ, ଭେଙ୍କଟରମଣ ନିକଟରେ ଶେଷ ହୋଇଥିବା ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ଦଳ ପକ୍ଷରୁ ଟିକେଟ ମିଳି ନଥିଲା। ଏହାକୁ ନେଇ ସେ ଦଳ ପ୍ରତି ବିମୁଖ ହୋଇଥିଲେ। ସେ କୁଚିନାପୁଡିରୁ ୨ଥର ଓ ରେପାଲ୍ଲେ ଆସନରୁ ଥରେ ଜିତିଥିଲା। ସେ ବିଧାନ ପରିଷଦର ସଦସ୍ୟ ଭାବେ ମଧ୍ୟ କାମ କରିଛନ୍ତି।

ଭେଙ୍କଟରମଣଙ୍କୁ ୨୦୧୨ରେ ସିବିଆଇ ଗିରଫ କରିଥିଲା। ଏହି ସମୟରେ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ବେଲ ମିଳିବା ପରେ ସେ ୨୦୧୪ ଓ ୨୦୧୯ରେ ରେପାଲ୍ଲେ ଆସନରୁ ୱାଇଏସ୍‌ଆର କଂଗ୍ରେସ ଟିକେଟରେ ଲଢ଼ି ପରାସ୍ତ ହୋଇଥିଲେ। କିନ୍ତୁ ଜଗନ ତାଙ୍କୁ କ୍ୟାବିନେଟରେ ସାମିଲ କରିବା ସହ ବିଧାନ ପରିଷଦର ସଦସ୍ୟ କରାଇଥିଲେ।

YSR Congress YSRCP TDP Jagan Mohan Reddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe