Advertisment

ତୁଟୁନି ସିଟ୍‌ ଶେୟାରିଂ ବିବାଦ: ଶରଦ ପାୱାରଙ୍କ ଶରଣରେ କଂଗ୍ରେସ ଓ ଉଦ୍ଧବ ସେନା

ଶନିବାର ବୈଠକ ବେଳେ କଂଗ୍ରେସର ନାନା ପାଟୋଲେ ନାଶିକ ୱେଷ୍ଟ ଆସନ ପାଇଁ ଜିଦ କରିଥିଲେ। ଏକଥା ଶୁଣିବା ପରେ ସଞ୍ଜୟ ରାଉତ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ।

Congress

Congress

Advertisment

ମହା ବିକାଶ ଅଘାଡି(ଏମଭିଏ)ରେ ସିଟ ଶେୟାରିଂକୁ ନେଇ ବିବାଦ ତେଜିବାରେ ଲାଗିଛି। ବିବାଦର ସାମାଧାନ ପାଇଁ ଶନିବାର ଦକ୍ଷିଣ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଏମଭିଏ ନେତାମାନେ ଦୀର୍ଘ ୯ ଘଣ୍ଟା କାଳ ବୈଠକ କରିଥିଲେ। ହେଲେ ଏଯାଏ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ବିଶେଷ କରି ମେଣ୍ଟରେ ଥିବା କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟରେ ବିର୍ଦ୍ଦଭା ରିଜନରେ ଥିବା କିଛି ଆସନକୁ ନେଇ ତିକ୍ତତା ଲାଗି ରହିଛି।

Advertisment

ବିବାଦର ସମାଧାନ ପାଇଁ ଏବେ ଉଭୟ କଂଗ୍ରେସ ଓ ଶିବସେନା(ୟୁବିଟି) ଶରଦ ପାୱାରଙ୍କ ପାଖରେ ପହଞ୍ଚିଛନ୍ତି। ସେ ବିବାଦରେ ମଧ୍ୟସ୍ଥତା କରି ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ଉଭୟ ଦଳ ଚାହୁଁଛନ୍ତି। 

ଉଦ୍ଧବ ସେନାର ଅନୀଲ ପରବ ଓ ଆଦିତ୍ୟ ଠାକରେ ଆଜି ମୁମ୍ବାଇର ୱାବି ଚୌହାନ କେନ୍ଦ୍ରରେ ଶରଦ ପାୱାରଙ୍କୁ ଭେଟିଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଶରଦ ପାୱାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି।

Advertisment

ଲୋକସଭା ନିର୍ବାଚନ ବେଳେ ଉଦ୍ଧବ ଠାକରେଙ୍କ ଶିବସେନା ନିଜର ରମତେକ ଓ ଅମରାବତୀ ଆସନ କଂଗ୍ରେସକୁ ଦେଇଥିଲା। ଏବେ ଦଳ ମେଣ୍ଟରେ ସବୁଠାରୁ ଅଧିକ ବିଧାନସଭା ଆସନ ଚାହୁଁଛି।

ବିର୍ଦ୍ଦଭା ରିଜନରେ ଉଦ୍ଧବ ସେବା ୧୨ଟି ଆସନ ଦାବି କରିଛି। ଏହି ରିଜନରେ ଏମଭିଏର କୌଣସି ବିଧାୟକ ନଥିବାରୁ ଦଳ ଏପରି ଦାବି ଉପସ୍ଥାପନ କରିଛି।

ତେବେ କଂଗ୍ରେସ ନାଶିକ ୱେଷ୍ଟ ଆସନ ଚାହୁଁଛି। ହେଲେ ଏହି ଆସନ ଶିବସେନା ଛାଡ଼ିବାକୁ ନାରାଜ। କାରଣ ଦଳ ଏଠାରେ ସୁଧାକର ବଡଗୁଜରଙ୍କୁ ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ନେଇ ସାରିଛି।

ଶନିବାର ବୈଠକ ବେଳେ କଂଗ୍ରେସର ନାନା ପାଟୋଲେ ନାଶିକ ୱେଷ୍ଟ ଆସନ ପାଇଁ ଜିଦ କରିଥିଲେ। ଏକଥା ଶୁଣିବା ପରେ ସଞ୍ଜୟ ରାଉତ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ। ଏହାକୁ ନେଇ ତିକ୍ତତା ବଢ଼ିଥିବା ବେଳେ ଶରଦ ପାୱାର ସାମାଧନର ରାସ୍ତା ବାହାର କରିପାରିବେ ବୋଲି କଂଗ୍ରେସ ଓ ଉଦ୍ଧବ ସେନା ଆଶା ରଖିଛନ୍ତି।

Maharashtra Politics MVA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe