Advertisment

'ଯିଏ ରାମ ଭକ୍ତ, ତାକୁ ମିଳିଛି ଆମନ୍ତ୍ରଣ', ରାଗିଗଲେ ରାମ ମନ୍ଦିର ମୁଖ୍ୟ ପୂଜକ

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ।

satyendra-das-lashed-out-at-sanjay-raut-and-uddhav-thackeray

satyendra-das-lashed-out-at-sanjay-raut-and-uddhav-thackeray

Advertisment

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏହି କାର୍ଯ୍ୟକ୍ରମ ପାଇଁ ଏବେ ଲୋକଙ୍କୁ ନିମନ୍ତ୍ରଣ ପଠାଯାଉଛି। ସମସ୍ତ ରାଜ୍ୟର  ମୁଖ୍ୟମନ୍ତ୍ରୀ, ବଡ ବଡ ନେତା, ତଥା ଅଭିନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ଏହାରି ଭିତରେ ଏହାକୁ ନେଇ ଏବେ ମହାରାଷ୍ଟ୍ରରେ ରାଜନୀତି ଓ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଉଦ୍ଧବ ଠାକରେଙ୍କୁ ନିର୍ମନ୍ତ୍ରଣ ମିଳିନଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଏବେ ରାଗି ଯାଇଛନ୍ତି ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ।

Advertisment

ଗଣମାଧ୍ୟମ ସହ ଆଲୋଚନା ବେଳେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ’ଯେଉଁମାନେ ପ୍ରଭୁ ରାମଙ୍କ ଭକ୍ତ ଅଟନ୍ତି ସେମାନଙ୍କୁ ଆମନ୍ତ୍ରଣ ପଠାଯାଇଛି। ପ୍ରଭୁ ଶ୍ରୀ ରାମଙ୍କ ନାମରେ ବିଜେପି ନିର୍ବାଚନ ଲଢୁଛି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଆଡେ ସମ୍ମାନ ପାଉଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବହୁତ କାମ କରିଛନ୍ତି। ଏହା ରାଜନୀତି ନୁହେଁ। ଏହା ହେଉଛି ତାଙ୍କର ସମର୍ପଣ।'

କେବଳ ସେତିକି ନୁହେଁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ରାମ ମନ୍ଦିର ମୁଖ୍ୟ ପୂଜକ। ବିଜେପି ଆସନ୍ତା ନିର୍ବାଚନରେ ରାମଙ୍କୁ ପ୍ରାର୍ଥୀ ଘୋଷଣା କରିବ ବୋଲି ସଞ୍ଜୟ ନିକଟରେ ଦେଇଥିବା ବିବୃତ୍ତିକୁ ନେଇ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ରାଗି ଯାଇଛନ୍ତି। ସେ କହିଛନ୍ତି, 'ସଞ୍ଜୟ ରାଉତ ଏତେ ଯନ୍ତ୍ରଣା ଭୋଗୁଛନ୍ତି ଯେ ସେ ଏହାକୁ ପ୍ରକାଶ ମଧ୍ୟ କରିପାରିବେ ନାହିଁ। ସେ ହିଁ ପ୍ରଭୁ ରାମଙ୍କ ନାମରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁମାନେ ପ୍ରଭୁ ରାମଙ୍କୁ ବିଶ୍ୱାସ କରୁଛନ୍ତି, ସେମାନେ କ୍ଷମତାରେ ରହି କାହିଁକି ଏଭଳି ନିର୍ବୋଧ କଥା କହୁଛନ୍ତି? ସେମାନେ ଭଗବାନ ଶ୍ରୀ ରାମଙ୍କୁ ଅପମାନ କରୁଛନ୍ତି।'

Advertisment

ଉଲ୍ଲେଖଯୋଗ୍ୟ, ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ଦିନ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସେ ନିମନ୍ତ୍ରଣ ପାଇନାହାଁନ୍ତି ବୋଲି କହିଥିଲେ। ରାମଲାଲା ସମସ୍ତଙ୍କ ସହ ଜଡିତ, ତେଣୁ ତାଙ୍କୁ କୌଣସି ଆନୁଷ୍ଠାନିକ ନିମନ୍ତ୍ରଣର ଆବଶ୍ୟକତା ନାହିଁ ଏବଂ ଯେତେବେଳେ ତାଙ୍କର ଇଚ୍ଛା ହେବ ସେତେବେଳେ ସେ ଅଯୋଧ୍ୟା ଯାଇପାରିବେ ବୋଲି କହିଥିଲେ।

Sanjay Rout Ayodhya Ram Mandir Udhav Thackray Satyendra Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe