Advertisment

ଅମିତ ଶାହଙ୍କୁ ଅହମଦ ଶାହ ଅବଦାଲିଙ୍କ ରାଜନୀତିକ ବଂଶଜ କହିଲେ ଉଦ୍ଧବ ଠାକରେ

ଶ୍ରୀ ଶାହଙ୍କୁ ଆଫଗାନ ଶାସକ ଅହମଦ ଶାହ ଅବଦାଲିଙ୍କ ରାଜନୀତିକ ବଂଶଜ ବୋଲି କହି ସମାଲୋଚନା କରିଛନ୍ତି ଠାକରେ।

Uddhav Thackeray

Uddhav Thackeray

Advertisment

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଆଜି ଜୋରଦାର ହମଲା କରିଛନ୍ତି ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ। ସେ ଶ୍ରୀ ଶାହଙ୍କୁ ଆଫଗାନ ଶାସକ ଅହମଦ ଶାହ ଅବଦାଲିଙ୍କ ରାଜନୀତିକ ବଂଶଜ ବୋଲି କହି ସମାଲୋଚନା କରିଛନ୍ତି। ପାନିପତ ଯୁଦ୍ଧରେ ଅବଦାଲି ମରାଠା ଶାସକଙ୍କୁ ପରାସ୍ତ କରିଥିଲେ।

Advertisment

ପୁନେରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି ବିଜେପି କ୍ଷମତା ଜିହାଦରେ ଲିପ୍ତ ରହିଥିବା ଉଦ୍ଧବ ଅଭିଯୋଗ କରିଛନ୍ତି। ସେ କକହିଛନ୍ତି. “ଅହମଦ ଶାହ ଅବଦାଲି ମଧ୍ୟ ଜଣେ ଶାହ। ଯେଉଁମାନେ ନୱାଜ ଶରିଫଙ୍କ ସହ କେକ ଖାଇଥିଲେ, ସେମାନେ ଆମକୁ ହିନ୍ଦୁତ୍ୱର ଶିକ୍ଷା ଦେଉଛନ୍ତି।

ବିଜେପି ଦଳଗୁଡ଼ିକୁ ବିଭାଜନ କରିବାରେ ମାହିର। ଆମେ ଆମର ହିନ୍ଦୁତ୍ୱ କଥା କହି ମୁସଲିମାନଙ୍କୁ ବୁଝାଇବା ପରେ ଯଦି ସେମାନେ ଆମ ସହ ଆସୁଛନ୍ତି, ତା’ହେଲେ ବିଜେପି ମତରେ ଆମେ ଔରଙ୍ଗଜେବ ଫ୍ୟାନ କ୍ଲବ। କିନ୍ତୁ ବିଜେପି କରୁଥିବେ କ୍ଷମତା ଜିହାଦ କ’ଣ?”

Advertisment

ଅତିରିକ୍ତ ଭାବେ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରଙ୍କୁ ସମାଲୋଚନା କରିଛନ୍ତି। ଭୋଟ ପାଇଁ ଏବେ ସରକାର ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରୁଛନ୍ତି ବୋଲି ସେ କହିଛନ୍ତି।

ଜୁଲାଇ ୨୧ ତାରିଖ ଭାଷଣୀରେ ଅମିତ ଶାହ ସିଧାସଳଖ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ। ସେ ତାଙ୍କୁ ଔରଙ୍ଗଜେବ ଫ୍ୟାନ କ୍ଲବର ନେତା କହିଥିଲେ।

Uddhav Thackeray Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe