Advertisment

ନିର୍ବାଚନ ପରାଜୟ ପରେ ପ୍ରଥମଥର ଫଡ଼ନାଭିସଙ୍କୁ ଭେଟିଲେ ଉଦ୍ଧବ ଠାକରେ

ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ଆଦିତ୍ୟ ଠାକରେଙ୍କ ମଧ୍ୟ ବାପାଙ୍କ ସହ ଏହି ବୈଠକରେ ଉପସ୍ଥିତ ରହିଥିଲେ।

author-image
Hemant Lenka
BJP

BJP

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଶିବସେନା ଇଭିଏମ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛି। କିନ୍ତୁ ଏସବୁ ଭିତରେ ପ୍ରଥମଥର ପାଇଁ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ନାଗପୁରରେ ଭେଟିଛନ୍ତି। ନିର୍ବାଚନରେ ବିଜେପିର ବଡ଼ ବିଜୟ ହୋଇଥିବାରୁ ଉଦ୍ଧବ ଠାକରେ ଶୁଭେଚ୍ଛା ଜଣାଇବା ପାଇଁ ଫଡ଼ନାଭିସଙ୍କୁ ଭେଟିଥିବା ଜଣାପଡ଼ିଛି।

Advertisment

ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ଆଦିତ୍ୟ ଠାକରେଙ୍କ ମଧ୍ୟ ବାପାଙ୍କ ସହ ଏହି ବୈଠକରେ ଉପସ୍ଥିତ ରହିଥିଲେ। ମହାରାଷ୍ଟ୍ରର ସ୍ୱାର୍ଥ ପାଇଁ ଏକାଠି କାମ କରିବା ଉଦ୍ଦେଶ୍ୟରେ ଏପରି ଭେଟଘାଟ ହୋଇଥିବା ଆଦିତ୍ୟ କହିଛନ୍ତି।

ୱର୍ଲିରୁ ବିଜୟୀ ହୋଇଥିବା ଆଦିତ୍ୟ ଠାକରେ କହିଛନ୍ତି, “ଆଜି ଆମ ଦଳର ମୁଖିଆ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ ଓ ବିଧାନସଭା ବାଚସ୍ପତି ରାହୁଲ ନରୱେକରଙ୍କୁ ଭେଟିଛନ୍ତି। ଆମେ ଯାହା ବି କରିଛୁ, ତାହା ଆଗକୁ ଗୋଟିଏ ପାଦ ବଢ଼ାଇବା ସହ ସମାନ।

Advertisment

ଉଭୟ ପକ୍ଷ ରାଜନୀତିକ ବଳିଷ୍ଠତା ଦେଖାଇବା ସହ ଏକାଠି ମହାରାଷ୍ଟ୍ରର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଦରକାର। ଆମେ ବିରୋଧୀ ପକ୍ଷରେ ରହିଛୁ ଓ ସେମାନେ ଶାସକ ଦଳରେ ଅଛନ୍ତି। କିନ୍ତୁ ଆମେ ସମସ୍ତେ ଲୋକଙ୍କ ପ୍ରତିନିଧି। ସେମାନେ(ଶାସକ ଦଳ) ମଧ୍ୟ ଆମକୁ ଶୁଣିବା ଉଚିତ। ଏହାଦ୍ୱାରା କିଛି ଭଲ କଥା ଘଟିବ।”

ସୂତ୍ର ଅନୁସାରେ, ବିଧାନ ଭବନରେ ଥିବା ଫଡ଼ନାଭିସଙ୍କ ଚ୍ୟାମ୍ବରରେ ଉଦ୍ଧବ ଠାକରେ ତାଙ୍କୁ ଭେଟିଛନ୍ତି। ବର୍ତ୍ତମାନ ଏବେ ସେଠାରେ ଶୀତ ଅଧିବେଶ ଚାଲିଛି। ଭେଟଘାଟ ସମୟରେ ମହାୟୁତିର ବିଜୟ ପାଇଁ ଉଦ୍ଧବ ଠାକରେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

Bjp Uddhav Thackeray Devendra Fadnavis