Advertisment

ଉଦ୍ଧବ ବି ଛାଡ଼ି ପାରନ୍ତି 'ଇଣ୍ଡିଆ' ମେଣ୍ଟ

ସିଟ୍‌ ଭାଗବଣ୍ଟାକୁ ନେଇ ଛିଡୁନି ଅଙ୍କ। ଆଲୋଚନା ବିଳମ୍ବ ହେଉଥିବା ନେଇ ଖପ୍ପା ହୋଇଯାଇଛି ଉଦ୍ଧବ ଠାକରେଙ୍କ ଦଳ ଶିବସେନା(ୟୁବିଟି)।

Uddhav Thackeray

Uddhav Thackeray

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳୁଛି। ନୀତୀଶ କୁମାର ଓ ମମତା ବାନାର୍ଜୀଙ୍କ ପରେ ଏବେ ଉଦ୍ଧବ ଠାକରେ ମଧ୍ୟ ଇଣ୍ଡି ଆଲାଏନ୍ସ ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳ ଦଳ ଭିତରେ ସିଟ୍‌ ଭାଗବଣ୍ଟାକୁ ନେଇ ଅଙ୍କ ଛିଡୁନି। ଆଲୋଚନା ବିଳମ୍ବ ହେଉଥିବା ନେଇ ଖପ୍ପା ହୋଇଯାଇଛି ଉଦ୍ଧବ ଠାକରେଙ୍କ ଦଳ ଶିବସେନା(ୟୁବିଟି)। ସେ ମଧ୍ୟ ମହାରାଷ୍ଟ୍ରରେ ଏକା ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିବା ଜଣାପଡିଛି।   

Advertisment

ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ନେତାଙ୍କ ମଧ୍ୟରେ ସିଟ୍‌ ଭାଗବଣ୍ଟାକୁ ନେଇ ଆଲୋଚନା ଜାରି ରହିଛି। ଏହାରି ଭିତରେ ଉଦ୍ଧବ ଠାକରେଙ୍କ ଦଳ ଶିବସେନା ୪୮ ଲୋକସଭା ଆସନରୁ ୧୮ଟି ଦାବି କରିଛି। ଏହି ୧୮ଟି ଆସନରେ କାହାକୁ ପ୍ରାର୍ଥୀ କରାଯିବ, କିଭଳି ହେବ ନିର୍ବାଚନ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିରେ ମୁମ୍ବାଇର ୬ଟି ଲୋକସଭା ଆସନରୁ ୪ଟି ସାମିଲ ଅଛି।

ମୁମ୍ବାଇ ସାଉଥ, ମୁମ୍ବାଇ ସାଉଥ ସେଣ୍ଟ୍ରାଲ, ମୁମ୍ବାଇ ନର୍ଥ ଓ୍ୱେଷ୍ଟ ଓ ମୁମ୍ବାଇ ନର୍ଥ ଇଷ୍ଟ ଲୋକସଭା ଆସନରେ ଶିବସେନା ନିଜର ନିର୍ବାଚନୀ ସଂଯୋଜକ ନିଯୁକ୍ତ କରିଛି। ଏଥିରୁ ସ୍ପଷ୍ଟ ହୋଯାଇଛି ସହଯୋଗୀ ଦଳ କଂଗ୍ରେସ ଓ ଏନ୍‌ସିପି (ଶରଦ ପାଓ୍ୱାର ଗୋଷ୍ଠୀ)ଙ୍କୁ ମୁମ୍ବାଇରେ କେବଳ ୨ଟି ଆସନ ଦେବାକୁ ଉଦ୍ଧବ ଠାକରେ ଇଚ୍ଛୁକ ଅଛନ୍ତି। ଏହାକୁ ନେଇ 'ଇଣ୍ଡିଆ' ମେଣ୍ଟରେ ହଲଚଲ ଜାରି ରହିଛି।

Advertisment

ଉଲ୍ଲେଖଯୋଗ୍ୟ, ସିଟ୍‌ ଭାଗବଣ୍ଟାକୁ ନେଇ MVAର ଶେଷ ବୈଠକ ଫେବୃଆରୀ ୨ରେ ଅନୁଷ୍ଠିତ ହୋଇଥିଲା। ଏହାର କିଛି ସମୟ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ।

ବିଜେପି ସହ ମେଣ୍ଟ କରି ଅବିଭାଜିତ ଶିବସେନା ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲା। ସେତେବେଳେ ମହାରାଷ୍ଟ୍ରର ୪୮ଟି ଆସନରୁ ୨୨ଟି ଆସନରେ ପ୍ରାର୍ଥୀ ଦେଇଥିଲା ଶିବସେନା। ଏଥିରୁ ୧୮ଟିରେ ଜିତିଥିଲା। ସେଥିରେ ୩ଟି ସିଟ୍‌ ମୁମ୍ବାଇର ଥିଲା। ଜୁନ୍‌ ୨୦୨୨ରେ ଶିବସେନାଙ୍କ ୪୦ ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଏହାପରେ ଦଳରେ ଫାଟ ସୃଷ୍ଟି ହୋଇଥିଲା। ଉଦ୍ଧବ ଠାକରେ ଗୋଷ୍ଠୀ ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟ ଲଢ଼େଇ ହୋଇଥିଲା।

Maharashtra Udhav Thackray Loksabha Election INDIA Alliance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe