Advertisment

ଉପ ମୁଖ୍ୟମନ୍ତ୍ରୀ ହେବେ ଷ୍ଟାଲିନଙ୍କ ପୁଅ!

୨୦୦୯ ଲୋକସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ କରୁଣାନିଧି ପୁଅ ଷ୍ଟାଲିନଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଥିଲେ

DMK

DMK

Advertisment

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କୁ ଖୁବଶୀଘ୍ର ମିଳିବ ପଦୋନ୍ନତି। ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଉଦୟନିଧି ତାମିଲନାଡୁର ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ୨୦୦୯ ଲୋକସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ କରୁଣାନିଧି ପୁଅ ଷ୍ଟାଲିନଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଥିଲେ। ଏବେ ଷ୍ଟାଲିନ ତାଙ୍କ ପୁଅ ଉଦୟନିଧିଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପରେ ଉପ ମୁଖ୍ୟମନ୍ତ୍ରୀ କରିବେ ବୋଲି ଜଣାପଡ଼ିଛି।

Advertisment

ସୂତ୍ର ଅନୁସାରେ, ଉଦୟନିଧିଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଥିବା ଚଳିତ ବର୍ଷ ଦୁଇ ଥର ପ୍ରୟାସ ହୋଇଥିଲା। କିନ୍ତୁ ବିବାଦ କାରଣରୁ ଡିଏମକେ ତା’ର ଯୋଜନାକୁ କାର୍ଯ୍ୟକାରୀ କରିପାରି ନଥିଲା।

ଜାନୁଆରୀ ମାସରେ ସେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଥିଲା। କିନ୍ତୁ ସନାତନ ଧର୍ମ ଉପରେ ସେ କରିଥିବା ଟିପ୍ପଣୀ ପାଇଁ ବିବାଦ ଦେଖାଯାଇଥିଲା। ଏହାପରେ କାଲ୍ଲାକୁରିଚି ନକଲି ମଦ ମୃତ୍ୟୁ କାରଣରୁ ଦ୍ୱିତୀୟ ଥର ପାଇଁ ସେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରି ନଥିଲେ। ଜୁନ ମାସରେ ହୋଇଥିବା ଏହି ଟ୍ରାଜେଡୀରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment

କିନ୍ତୁ ଏବେ ଉଦୟନିଧି ଉପ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କୁହାଯାଉଛି। ଡିଏମକେର ଯୁବ ବାହିନୀ ନେତା ତଥା ଚେପକ-ଥିରୁଭାଲ୍ଲିକେଦ ନିର୍ବାଚନ ମଣ୍ଡଳୀରା ବିଧାୟକ ଉଦୟନିଥି ୨୦୨୨ ଡିସେମ୍ବର ମାସରେ ଡିଏମକେ କ୍ୟାବିନେଟରେ ସ୍ଥାନ ପାଇଥିଲେ।

DMK MK Stalin Udaynidhi Stalin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe