Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ

ତାମିଲନାଡୁର ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଆଜି ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।

author-image
Hemant Lenka
PM Modi

PM Modi

ତାମିଲନାଡୁର ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଆଜି ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଉଦୟନିଧି ହେଉଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ। ଜୁନିୟର ଷ୍ଟାଲିନ ଆଜି ମୋଦିଙ୍କୁ ଭେଟି ବନ୍ୟା ପ୍ରଭାବିତ ଜିଲ୍ଲାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପାଣ୍ଠି ରିଲିଜ କରିବାକୁ କହିଛନ୍ତି।

Advertisment

ଉଦୟନିଧି ନିଜ ସୋଶାଲ ମିଡିଆ ଆକାଉଣ୍ଟରେ କହିଛନ୍ତି, “ତାମିଲନାଡୁ ସରକାରଙ୍କ ତରଫରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ରିଲିଜ କରିବାକୁ ଅନୁରୋଧ କରିଛି। ଏହାଦ୍ୱାରା ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାରେ ରିଲିଫ ଓ ରିହ୍ୟାବିଲଟେସନ କାର୍ଯ୍ୟ କରାଯାଇ ପାରିବ। ପ୍ରଧାନମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।”

ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଭାବେ କାମ କରୁଥିବା ଉଦୟନିଧି ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭ ଚେନ୍ନାଇରେ ଜାନୁଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି। ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୋଟିଏ କଫି ଟେବୁଲ ବୁକ ଉପହାର ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଟ୍ରଫି ଗେମ୍ସ ୨୦୨୩ ଓ ଏସିଆନ ପୁରୁଷ ହକି ଚାମ୍ପିୟନଶିପ ସଫଳତାର ସହ ତାମିଲନାଡୁରେ ଆୟୋଜନ ହୋଇଥିବାରୁ, ସେ ସମ୍ପର୍କିତ ତଥ୍ୟ ଉକ୍ତ ବହିରେ ରହିଛି।

ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁ ଯିବା ସହ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ। ଏହି ସମୟରେ ସେ ବନ୍ୟା ପୀଡ଼ିତ ଲୋକଙ୍କୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

PM Modi Tamilnadu Udaynidhi Stalin