Advertisment

ହିନ୍ଦୁ ଧର୍ମ ଉପରେ ମୁଖ୍ୟମନ୍ତ୍ରୀ ପୁଅଙ୍କ ବିବାଦୀୟ ବୟାନ, ପ୍ରତିକ୍ରିୟା ରଖିଲେ କଂଗ୍ରେସ ଓ ବିରୋଧୀ ଦଳ

ହିନ୍ଦୁ ଧର୍ମ ବିରୁଦ୍ଧରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପୁଅଙ୍କ ବିବାଦୀୟ ବୟାନ ପରେ ରାଜନୈତିକ ଦଳ କି ପ୍ରତିକ୍ରିୟା ରଖିଛନ୍ତି, ଜାଣନ୍ତୁ...

ଅଦ୍ୟତନ ହୋଇଛି
Udhayanidhi Stalin

Udhayanidhi Stalin

Advertisment

ସନାତନ ଧର୍ମ ଉପରେ ଉଦୟାନିଧି ଷ୍ଟାଲିନ ଦେଇଥିବା ବୟାନକୁ ନେଇ ତୀବ୍ର ହେଉଛି ରାଜନୀତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା କ୍ରୀଡା ବିକାଶ ମନ୍ତ୍ରୀ ଉଦୟାନିଧି ଗତକାଲି ଏକ ସଭାରେ ହିନ୍ଦୁ ଧର୍ମ ଡେଙ୍ଗୁ-ମ୍ୟାଲେରିଆ ଭଳି ଏହାର ବିଲୋପ କରିବା ଉଚିତ୍ ବୋଲି କହିଥିଲେ। ମୁମ୍ୱାଇରେ ଅନୁଷ୍ଠିତ ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକରେ ଏପରି ବୟାନ ଦେବାକୁ ଅନୁମତି ମିଳିଥିଲା କି ବୋଲି ପ୍ରଶ୍ନ କରି ଟାର୍ଗେଟ୍ କରିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ।

Advertisment

ତେବେ ଷ୍ଟାଲିନଙ୍କ ଏହି ବୟାନ ପରେ ବିଭିନ୍ନ ରାଜନୈତିକ ଦଳ କି ପ୍ରତିକ୍ରିୟା ରଖିଛନ୍ତି, ଜାଣନ୍ତୁ... 

କ'ଣ କହିଲା କଂଗ୍ରେସ?
ଷ୍ଟାଲିନଙ୍କ ବିବୃତ୍ତିରେ ମହାରାଷ୍ଟ୍ର କଂଗ୍ରେସ କମିଟି ସଭାପତି ନାନା ପାଟୋଲ କହିଛନ୍ତି, "ଏହି ମାମଲାରେ କଂଗ୍ରେସର ଭୂମିକା ସ୍ପଷ୍ଟ। କାହାର ଧର୍ମ ବିଷୟରେ ମନ୍ତବ୍ୟ ଦେବା କିମ୍ବା କାହାର ଭାବନାକୁ ଆଘାତ କରିବା କଂଗ୍ରେସର କାମ ନୁହେଁ। ସର୍ବ ଧର୍ମ ସମାନତାର ଭୂମିକା। ଆମ ସମ୍ବିଧାନରେ ବାବାସାହେବ ଆମ୍ବେଦକର ଦେଇଥିବା ସମାନ ଭୂମିକା ଉପରେ କଂଗ୍ରେସ ଚାଲିଛି।"

Advertisment

କ'ଣ କହିଲା ଆରଜେଡି?
ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, "ସନାତନ ଧର୍ମକୁ ପ୍ରଶ୍ନ କରିବାର କାହାର ଅଧିକାର ନାହିଁ। ବିଜେପି ମଧ୍ୟ ସନାତନ ନାମରେ ରାଜନୀତି କରୁଛି। ଏହା ରାଜନୀତିର ବିଷୟ ନୁହେଁ। ଯଦି କେହି ଏପରି ବିବୃତ୍ତି ଦେଇଛନ୍ତି, ତେବେ ସେମାନଙ୍କୁ ଦଣ୍ଡ ଦିଆଯାଉ।" ତୁରନ୍ତ ଏପରି ବିବୃତ୍ତିରେ କ୍ଷମା ପ୍ରାର୍ଥନା କରାଯିବା ଉଚିତ୍ ଏବଂ ଏହାକୁ ପ୍ରତ୍ୟାହାର କରିବା ଉଚିତ ବୋଲି ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦ ପ୍ରତିକ୍ରିୟା
ସେପଟେ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଉଦୟାନିଧିଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛି। ପରିଷଦର କେନ୍ଦ୍ରୀୟ ଯୁଗ୍ମ ସଚିବ ବିଜୟ ଶଙ୍କର ତିୱାରୀ କହିଛନ୍ତି, "ଲୋକମାନେ ସେମାନଙ୍କର ଉପନିବେଶିକ ମାନସିକତାରୁ ବାହାରକୁ ଆସିବା ଉଚିତ୍। ଉପନିବେଶବାଦୀ ମାନସିକତା ଭାରତକୁ ବିଭାଜନ କରିବା ପାଇଁ ବହୁତ ଚେଷ୍ଟା କରିଛି। ସନାତନର ଅର୍ଥ ଶାଶ୍ୱତ। "ଅର୍ଥାତ୍ ଯାହା ବିକଶିତ ହେଉଛି ଆଉ ଆଗକୁ ବଢୁଛି।" 

ତାମିଲନାଡୁର ଭୂମି ଭଗବାନ ଶଙ୍କରାଚାର୍ଯ୍ୟଙ୍କ ଭୂମି, ଯିଏ ସମଗ୍ର ଦେଶରେ ଚାରୋଟି ଦିଗରେ ମଠ ନିର୍ମାଣ କରି ସନାତନ ଧର୍ମକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଯଦି ଭଗବାନ ଶଙ୍କରାଚାର୍ଯ୍ୟଙ୍କ କ୍ଷେତ୍ରରୁ ଏପରି ବିବୃତ୍ତି ଆସେ, ତେବେ କେଉଁଠି ନା କେଉଁଠି ସେମାନଙ୍କ ମନରୁ ଉପନିବେଶିକ ମାନସିକତା ଦୂର ହୋଇ ନାହିଁ ବୋଲି ଧରି ନିଆଯିବ।

'ସନାତନ ଶେଷ ପର୍ଯ୍ୟନ୍ତ ରହିବ'
ଅଯୋଧ୍ୟାରେ ରାମ ଜନ୍ମଭୂମିର ମୁଖ୍ୟ ପୁରୋହିତ ରାମଚନ୍ଦ୍ର ପରମହଂସ ଦାସ କହିଛନ୍ତି, "ସନାତନ ଧର୍ମ ଆଦ୍ୟରୁ ରହିଛି। ସମସ୍ତ ଧର୍ମ ଓ ସଂସ୍କୃତି ଏଥିରୁ ଉତ୍ପନ୍ନ ହୋଇଛି। କୌଣସି ପରିସ୍ଥିତିରେ ଏହାକୁ ବିଲୋପ କରାଯାଇପାରିବ ନାହିଁ। କ୍ରୀଡ଼ା ମନ୍ତ୍ରୀ ଉଦୟାନିଧିଙ୍କ ସହ ଯଦି ଆହୁରି ବି ଲୋକ ଆସନ୍ତି ତେବେ ହିନ୍ଦୁ ଧର୍ମ ଥିଲା ଅଛି ଆଉ ରହିଥିବ ବୋଲି ପୁରୋହିତ ପରମହଂସ କହିଛନ୍ତି।

ଗତକାଲି(ସେପ୍ଟେମ୍ବର ୨) ଚେନ୍ନାଇରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଉଦୟାନିଧି କହିଥିଲେ, "ହିନ୍ଦୁ ଧର୍ମ ସାମାଜିକ ନ୍ୟାୟ ଓ ଲମାନକା ବିରୋଧୀ, ଏହାକୁ ବିଲୋପ କରାଯିବା ଉଚିତ୍। କିଛି ଜିନିଷ ଅଛି ଯାହାକୁ ଆମକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବାକୁ ପଡିବ। କେବଳ ବିରୋଧ କଲେ ହେବନି। ମଶା, ଡେଙ୍ଗୁ, କରୋନା ଏବଂ ମ୍ୟାଲେରିଆ ଯେପରି ଠିକ୍ ସେପରି। ସନାତନ ଧର୍ମ ମଧ୍ୟ ଏହି ରୋଗଗୁଡିକ ପରି। ଆମର ପ୍ରଥମ କାର୍ଯ୍ୟ ହେଉଛି ସନାତନକୁ ବିରୋଧ କରିବା ନୁହେଁ ବରଂ ଏହାର ବିଲୋପ କରିବା ବୋଲି କହିଥିଲେ ଷ୍ଟାଲିନ। 

MK Stalin Hindu Religion Row Sanatan Dharma Udhayanidhi Stalin Sanatana Raw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe