Advertisment

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଦାୟିତ୍ୱ ଦେଲେ ଋଷି ସୁନକ

ସୁଏଲ୍ଲା ବ୍ରେବରମ୍ୟାନ୍‌ଙ୍କୁ ଗୃହ ମନ୍ତ୍ରୀ ପଦରୁ ହଟାଇବା ପରେ ବ୍ରିଟେନ୍‌ ସରକାର ବଡ଼ ଧରଣର ମନ୍ତ୍ରୀ ଅଦଳବଦଳ କରିଛନ୍ତି।

David Cameron

David Cameron

Advertisment

ପୁଣି ରାଜନୀତିକୁ ଫେରିଲେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍‌ କାମେରନ୍‌ । ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କୁ ଦେଲେ ବଡ଼ ଦାୟିତ୍ୱ। ନିଜ ମନ୍ତ୍ରୀମଣ୍ଡଳରେ ତାଙ୍କୁ ସାମିଲ କରାଇଲେ ବ୍ରିଟେନ୍‌ ସରକାର। ଡେଭିଡ କାମେରନ୍‌ଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।

Advertisment

ଡାଉନିଂ ଷ୍ଟ୍ରିଟ୍‌ ଅନୁସାରେ, ସୁଏଲ୍ଲା ବ୍ରେବରମ୍ୟାନ୍‌ଙ୍କୁ ଗୃହ ମନ୍ତ୍ରୀ ପଦରୁ ହଟାଇବା ପରେ ବ୍ରିଟେନ୍‌ ସରକାର ବଡ଼ ଧରଣର ମନ୍ତ୍ରୀ ଅଦଳବଦଳ କରିଛନ୍ତି। ତାଙ୍କ ମନ୍ତ୍ରୀମଣ୍ଡଳରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅପ୍ରତ୍ୟାଶିତ ଭାବେ ନିଯୁକ୍ତି ମିଳିଛି। ସୁଏଲ୍ଲା ବ୍ରେବରମ୍ୟାନଙ୍କ ସ୍ଥାନରେ ଋଷି ସୁନକ ଜେମ୍ସ କ୍ଲେବରଲିଙ୍କୁ ଗୃହ ମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି। ସେହିପରି ଡେଭିଡ୍‌ କାମେରନ୍‌ ଏବେ ଜେମ୍ସ କ୍ଲେବରଲିଙ୍କ ସ୍ଥାନ ନେବେ।

ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ମିଳିବା ପରେ ଡେଭିଡ୍‌ କାମେରନ୍‌ ଋଷି ସୁନକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି, 'କିଛି ବ୍ୟକ୍ତିଗତ ବିଚାରକୁ ନେଇ ମୋର ନିଷ୍ପତ୍ତି ଭିନ୍ନ ହୋଇପାରେ। କିନ୍ତୁ ଏହା ସ୍ପଷ୍ଟ ଯେ ଋଷି ସୁନକ ଜଣେ ଟାଣୁଆ ଆଉ ସକ୍ଷମ ପ୍ରଧାନମନ୍ତ୍ରୀ।'

Advertisment

ସେ ଆହୁରି କହିଛନ୍ତି, 'ବ୍ରିଟେନ ବର୍ତ୍ତମାନ ଅନେକ ଅର୍ନ୍ତଜାତୀୟ ଚେତାବନୀର ସାମ୍ନା କରୁଛି। ଏଥିରେ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧ ଓ ମିଡିଲ ଇଷ୍ଟର ସଙ୍କଟ ମଧ୍ୟ ସାମିଲ ଅଛି। ଏଭଳି ବୈଶୟିକ ଚେତାବନୀ ମଧ୍ୟରେ ଆମ ଦେଶ ପାଇଁ ନିଜ ସହଯୋଗୀଙ୍କ ସହ ଛିଡା ହେବାର ସୁବର୍ଣ୍ଣ ଅବସର ମିଳିଛି।'

ବ୍ରିଟିଶ ରାଜନୀତିରେ କାମେରନଙ୍କ ଏଭଳି କମ୍‌ବ୍ୟାକ୍‌ ଏକ ଆଶ୍ଚର୍ଯ୍ୟ ଚକିତ କଲା ଭଳି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଡେଭିଡ୍‌ କାମରନ୍‌ ୨୦୧୦ରୁ ୨୦୧୬ ମଧ୍ୟରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଥିଲେ। ଗତ ୭ ବର୍ଷ ହେଲା ସେ ନିଜ ବ୍ୟବସାୟରେ ବ୍ୟସ୍ତ ଥିଲେ।

Rishi Sunak UK News UK PM David Cameron
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe