Advertisment

ବ୍ରିଟେନ ନିର୍ବାଚନ: ବ୍ରିଟେନରେ ବଦଳିଯିବ ଋଷି ସୁନକଙ୍କ ସରକାର?

ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ସରିବା ପରେ ଆଜି ଚାଲିଛି ଭୋଟ୍ ଗଣତି।

author-image
Debibandita Barick
ଅଦ୍ୟତନ ହୋଇଛି
Rishi Sunak & Keir Starmer

Rishi Sunak & Keir Starmer

ବ୍ରିଟେନ ସରକାରରୁ ଗାଦିଚ୍ୟୁତ ହୋଇପାରେ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟି। ଆଜି ଭୋଟ୍ ଗଣତି ଚାଲି ଥିବାବେଳେ ସୁନକଙ୍କୁ ପଛରେ ପକାଇ ବହୁ ଆଗରେ ଅଛନ୍ତି ଲେବର ପାର୍ଟିର କେର ଷ୍ଟାରମର୍। 

Advertisment

ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କୋଟି କୋଟି ଜନତା ମତାଧିକାର ସାବ୍ୟସ୍ତ କରିଛନ୍ତି। ଅନ୍ତଜାର୍ତୀୟ ଗଣମାଧ୍ୟମରେ ଆସିଥିବା ଏକଜିଟ୍ ପୋଲ୍ ଅନୁସାରେ, ଲେବର୍ ପାର୍ଟି ଦେଢ଼ ଦଶନ୍ଧି ପରେ ପୁଣି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି। ତେବେ ଏହି ଆକଳନ ସତ ହେବାକୁ ଯାଉଛି।

ଆଜି ସକାଳେ ଭୋଟ୍ ଗଣତି ଆରମ୍ଭ ହୋଇଯାଇ ଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ ଋଷି ସୁନକ କେର ଷ୍ଟାରମରଙ୍କଠୁ ବହୁ ପଛରେ ରହି ଯାଇଛନ୍ତି। ଯଦି ଏଗଜିଟ୍ ପୋଲ୍ ଅନୁସାରେ ଫଳାଫଳ ଆସେ, ତେବେ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟାଇ କେର ଷ୍ଟାରମର ନୂଆ ପ୍ରଧାନମନ୍ତ୍ରୀ ହେବେ। 

Advertisment

ପ୍ରକାଶ ଥାଉକି, ୬୫୦ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହୋଇଛି। ଖବର ଲେଖା ହେବା ସୁଦ୍ଧା ଲେବର୍ ପାର୍ଟି ୧୪ଟି ଆସନରେ ବିଜୟଲାଭ କରିସାରିଛି। ସେପଟେ କଞ୍ଜରଭେଟିଭ ପାର୍ଟି ଗୋଟିଏ ଏବଂ ଲିବେରାଲ ଡେମୋକ୍ରାଟିକ୍ସ ପାର୍ଟି ଗୋଟିଏ ଆସନ ଜିତିଛନ୍ତି। 

ତେବେ ୪୪ ବର୍ଷୀୟ ଋଷି ସୁନକ ହେଉଛନ୍ତି ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ। ସେ ମଧ୍ୟ ସମଗ୍ର ଏସିଆ ମହାଦେଶରୁ ପ୍ରଥମ, ଯିଏକି ବ୍ରିଟେନରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୨୨ରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ସୁନକ।

ଏହା ପୂର୍ବରୁ ସେ ବୋରିସ ଜନସନଙ୍କ ସରକାରରେ ଦୁଇ ଥର କ୍ୟାବିନେଟ ମନ୍ତ୍ରୀ ଥିଲେ। ତେବେ ସୁନକ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। 

Rishi Sunak UK Polls Labour Party Conservative Party UK General Election