Advertisment

ବ୍ରିଟେନ ସାଧାରଣ ନିର୍ବାଚନରେ ହାରିଲେ ଋଷି ସୁନକ, କେର ଷ୍ଟାରମର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲେବର ପାର୍ଟିର କେର ଷ୍ଟାରମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ।

ଅଦ୍ୟତନ ହୋଇଛି
Rishi Sunak & Keir Starmer

Rishi Sunak & Keir Starmer

Advertisment

ବ୍ରିଟେନ ସାଧାରଣ ନିର୍ବାଚନରେ ପରାଜିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। କଞ୍ଜରଭେଟିବ ପାର୍ଟିର ଋଷି ସୁନକଙ୍କୁ ବିପୁଳ ବ୍ୟବଧାନରେ ହରାଇ ଲେବର ପାର୍ଟିର କେର ଷ୍ଟାରମର ହେବାକୁ ଯାଉଛନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ସୁନକଙ୍କ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ, ସ୍ୱପ୍ନରେ ରହିଯାଇଛି। 

Advertisment

ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ୍ ଗଣତି ହୋଇଥିଲା। ଫଳାଫଳ ଅନୁସାରେ, କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ବହୁମତ ମିଳିଛି। ଫଳରେ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟିଛି। ସେପଟେ ଦେଢ଼ ଦଶନ୍ଧି ପରେ ସତ୍ତାକୁ ଫେରିଛି ଲେବର୍ ପାର୍ଟି।

ବ୍ରିଟେନରେ ୬୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ କମ୍ମନ୍ସ ପାଇଁ ମ୍ୟାଜିକ୍ ନଂ ହେଉଛି ୩୨୬। ଏଥିରୁ ଲେବର୍ ପାର୍ଟି ୪୧୦ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଛି। ସେପଟେ ସୁନକଙ୍କ ପାର୍ଟିକୁ ୧୧୬ଟି ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ପାଇଛନ୍ତି ୧୧୧ଟି।

Advertisment

ତେବେ କଞ୍ଜରଭେଟିଭ ପାର୍ଟିର ୮ ଜଣ କ୍ୟାବିନେଟ ମନ୍ତ୍ରୀ ପରାସ୍ତ ହୋଇଛନ୍ତି। ସୁନକ କିନ୍ତୁ ଉତ୍ତର-ପୂର୍ବ ଇଂଲଣ୍ଡର ରିଚମୋଣ୍ଡ ଏବଂ ନର୍ଥାଲେରୋଟନ ଆସନ ବଜାୟ ରଖିବା ସହ ୪୭.୫% ଭୋଟ୍ ପାଇଛନ୍ତି।

୪୪ ବର୍ଷୀୟ ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ମଧ୍ୟ ସମଗ୍ର ଏସିଆ ମହାଦେଶରୁ ପ୍ରଥମ, ଯିଏକି ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥଇଲେ। ୨୦୨୨ରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ସୁନକ।

ଏହା ପୂର୍ବରୁ ସେ ବୋରିସ ଜନସନଙ୍କ ସରକାରରେ ଦୁଇ ଥର କ୍ୟାବିନେଟ ମନ୍ତ୍ରୀ ଥିଲେ। ତେବେ ସୁନକ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା। କିନ୍ତୁ ସେ ଏହି ନିର୍ବାଚନରେ ପରାସ୍ତ ହୋଇଛନ୍ତି। 

Rishi Sunak UK Polls Labour Party Conservative Party UK General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe