Advertisment

ଟିକେଟ କଳି: ନାମାଙ୍କନ ଦାଖଲ ବେଳେ ଉମା ଓ ସୁଜିତଙ୍କ ସମର୍ଥକ ହାତାହାତି

ପୁରୀ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରଥମେ ସୁଜିତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଗତକାଲି ତାଙ୍କ ବଦଳରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ।

ଅଦ୍ୟତନ ହୋଇଛି
Umaballav Rath and Sujit Mohapatra

Umaballav Rath and Sujit Mohapatra

Advertisment

ନାମାଙ୍କନ ପତ୍ର ଦାଖଲ ବେଳେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ପୁରୀ ବିଧାନସଭା ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ପୂର୍ବରୁ ଦଳ ପ୍ରାର୍ଥୀ କରିଥିବା ସୁଜିତ ମହାପାତ୍ରଙ୍କ ସମର୍ଥକ।

Advertisment

ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଉମାବଲ୍ଲଭ ରଥ ସମର୍ଥକଙ୍କ ସହିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଘଟିଥିଲା ଏହି ଘଟଣା। ସେତେବେଳେ ସୁଜିତ୍ ମହାପାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କରି ଫେରୁଥିଲେ। ସୁଜିତଙ୍କ ସହିତ ତାଙ୍କ ସମର୍ଥକମାନେ ଥିଲେ।

ପୁରୀ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରଥମେ ସୁଜିତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଗତକାଲି ତାଙ୍କ ବଦଳରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ। ଏହା ପରେ ଅପରାହ୍ନରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ ସୁଜିତଙ୍କ ସମର୍ଥକ। ସେହିପରି ଗତକାଲି ରାତିରେ ଉମାବଲ୍ଲଭ ରଥ ପ୍ରଚାର କରୁଥିବା ବେଳେ ବସ୍‌ଷ୍ଟାଣ୍ଡ ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା।

Advertisment

ପୁଲିସ୍ ସୁଜିତ ମହାପାତ୍ରଙ୍କୁ ବିଳମ୍ବିତ ରାତିରେ ଥାନାକୁ ନେଇ ଅଟକ ରଖିଥିଲା। ବ୍ୟକ୍ତିଗତ ମୁଚାଲିକାରେ ଆଜି ସକାଳେ ତାଙ୍କୁ ପୁଲିସ୍ ଛାଡ଼ିଥିଲା। ଏହା ପରେ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ପ୍ରାର୍ଥିପତ୍ର ଦାଖଲ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରୁଥିବା ବେଳେ ତାଙ୍କ ସମର୍ଥକ ଓ ଉମାଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉତ୍ପନ୍ନ ହୋଇଥିଲା। ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିଲା। ସିଟି ଡିଏସ୍‌ପି, ବିଭିନ୍ନ ଥାନାର ଆଇଆଇସି ପହଞ୍ଚି ଉଭୟ ପକ୍ଷର କର୍ମକର୍ତ୍ତାଙ୍କୁ ବୁଝାସୁଝା କରିଥିଲେ।

ଉମାବଲ୍ଲଭ ରଥ କହିଛନ୍ତି, ପୂର୍ବରୁ କେବେ ଏଭଳି ଘଟି ନଥିଲା। ଏହା ନିନ୍ଦନୀୟ। ଏଭଳି କାର୍ଯ୍ୟରେ ଲିପ୍ତ ଲୋକେ ରାଜନେତା ହୋଇପାରିବେ ନାହିଁ।

ଅନ୍ୟପକ୍ଷରେ ସୁଜିତ କହିଛନ୍ତି, ମୋତେ ଟିକେଟ ଦେଇଥିଲେ। ମୁଁ ନାମାଙ୍କନ ପତ୍ର ଦାଖଲ କରିସାରିଥିଲି। କିନ୍ତୁ ଅବିଚାର କରି ମୋ ଟିକେଟକୁ କାଟି ଦିଆଗଲା। ଏଥିରେ ପଇସାପତ୍ର ଡିଲ୍ ହୋଇଛି। ସେହିଭଳି ଭକ୍ତ ଚରଣ ଦାସ ଓ ଉମାବଲ୍ଲଭ ରଥ ମିଶିକି ବେଦାନ୍ତ ଡିଲ୍ କରିବାରୁ ମୋ ଟିକେଟ କଟିଛି। ସେଥିପାଇଁ ମୁଁ ଦୁଃଖିତ। ଉମାବଲ୍ଲଭ ରଥଙ୍କ ଉପରକୁ ହୋଇଥିବା ଆକ୍ରମଣକୁ ମୁଁ ସଂପୂର୍ଣ୍ଣ ନିନ୍ଦା କରୁଛି।

Congress 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe