Advertisment

ବିଜେପି ପାଇଁ ଉମା ଭାରତୀ ଅଲୋଡ଼ା! ନିମନ୍ତ୍ରଣ ନ ମିଳିବାରୁ ଝାଡ଼ିଲେ ଅସନ୍ତୋଷ

ଏହି ଆଶୀର୍ବାଦ ଯାତ୍ରାକୁ ଉମା ଭାରତୀଙ୍କୁ ନିମନ୍ତ୍ରଣ କରାଯିବାରୁ ସେ ଦିନକ ତଳେ ନିଜର ଅସନ୍ତୋଷ ଜାହିର କରିଥିଲେ।

ଅଦ୍ୟତନ ହୋଇଛି
Uma Bharti

Uma Bharti

Advertisment

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଉମା ଭାରତୀ ଏବେ ବିଜେପି ପାଇଁ ସମ୍ଭବତଃ ଅଲୋଡ଼ା ହୋଇଯାଇଛନ୍ତି। ମଧ୍ୟପ୍ରଦେଶ ବିଜେପି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦଳ ପକ୍ଷରୁ ଜନ ଆଶୀର୍ବାଦ ଯାତ୍ରା ଆୟୋଜନ କରାଯାଇଛି।

Advertisment

ତେବେ ଏହି ଆଶୀର୍ବାଦ ଯାତ୍ରାକୁ ଉମା ଭାରତୀଙ୍କୁ ନିମନ୍ତ୍ରଣ କରା ନଯିବାରୁ ସେ ଦିନକ ତଳେ ନିଜର ଅସନ୍ତୋଷ ଜାହିର କରିଥିଲେ। ଏବେ ସେ କହିଛନ୍ତି ଯେ ଯଦି ତାଙ୍କୁ ଉକ୍ତ ଯାତ୍ରା ପାଇଁ ଡକା ଯାଇଥାଆନ୍ତା, ତଥାପି ସେ ଏଥିରେ ସାମିଲ ହୋଇ ନଥାଆନ୍ତେ।

ବିଜେପିର ବରିଷ୍ଠ ନେତା ଉମା ଭାରତୀ ରବିବାର ଦେଇଥିବା ବୟାନ ଝଡ଼ ସୃଷ୍ଟି କରିଥିଲା। ସେ କହିଥିଲେ “ଯଦି ମୁଁ ଯାତ୍ରାକୁ ଯାଇଥାଆନ୍ତି, ତା’ହେଲେ ସମସ୍ତଙ୍କ ନଜର ମୋ ଉପରେ ହିଁ ରିହିଥାଆନ୍ତା। ଏଥିପାଇଁ ସମ୍ଭବତଃ ସେମାନେ(ବିଜେପି ନେତା) ନର୍ଭସ ଅଛନ୍ତି।”

Advertisment

ଆଜି ମଧ୍ୟ ବିଜେପିର ଏହି ଭେଟରାନ ନେତା ସୋଶାଲ ମିଡିଆରେ ଦଳର ରାଜ୍ୟ ନେତୃବୃନ୍ଦଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଜନ ଆଶୀର୍ବାଦ ଯାତ୍ରା ପାଇଁ ମୋତେ ଆରମ୍ଭରୁ ନିମନ୍ତ୍ରଣ ମିଳି ନଥିଲା। ଏହା ସତ୍ୟ। ମୋତେ ନିମନ୍ତ୍ରଣ ମିଳୁ କି ନମିଳୁ, ଏହା ଆଦୌ ମୋ ଗୁରୁତ୍ୱକୁ କମ କିମ୍ବା ବେଶୀ କରିପାରିବ ନାହିଁ। ଯଦି ଏବେ ମୋତେ ନିମନ୍ତ୍ରଣ ମିଳେ, ମୁଁ ଯିବି ନାହିଁ। ମୁଁ ଆରମ୍ଭକୁ ଯାଇ ନଥିଲି କିମ୍ବା ୨୫ ତାରିଖ ଉଦଯାପନକୁ ମଧ୍ୟ ଯିବି ନାହିଁ।”

ମଧ୍ୟପ୍ରଦେଶରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଯାତ୍ରା ବିନ୍ଧ୍ୟ ଅଞ୍ଚଳ ଦେଇ ଯିବ। ଏଠାରେ ବିଜେପି ୨୦୧୮ରେ ୩୦ଟି ଆସନରୁ ୨୪ଟିରେ ଜିତିଥିଲା।

୨୦୦୩ରେ ଉମା ଭାରତୀଙ୍କ ନେତୃତ୍ୱରେ ବିଜେପି ମଧ୍ୟପ୍ରଦେଶରେ କଂଗ୍ରେସ ଶାସନକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଥିଲା। କିନ୍ତୁ ୨୦୦୫ରେ ତାଙ୍କୁ ବିଜେପିରୁ ବିଦା କରାଯାଇଥିଲା। ସେ ପୁଣି ୨୦୧୧ରେ ଦଳକୁ ଫେରିଥିଲେ।

ଏବେ ତାଙ୍କୁ ଦଳରେ ଏକପ୍ରକାରର ଅଣଦେଖା କରାଯାଉଥିଲେ ମଧ୍ୟ ନିଜର ବେଧଡ଼କ ଅନ୍ଦାଜ ପାଇଁ ଜଣାଶୁଣା ଉମା ଭାରତୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ମିଶି କାମ କରିବେ ଓ ଦଳ ଯେଉଁ କାମ ଦେବ, ସେସବୁ କରିବେ ବୋଲି କହିଛନ୍ତି।

Bjp Madhya Pradesh Uma Bharti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe