Advertisment

ଗଡ଼ ଦଖଲ ପାଇଁ ଅଣ୍ଟା ଭିଡ଼ୁଛି କଂଗ୍ରେସ, ମୋଦି ହାୱାରେ ଉତ୍ସାହିତ ନିତ୍ୟାନନ୍ଦ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଲୋକସଭା ଅଧୀନରେ ରହିଛି ଉମରକୋଟ ବିଧାନସଭା ଆସନ। ଜିଲ୍ଲାର ମୁଖ୍ୟ ବ୍ୟାବସାୟିକ କେନ୍ଦ୍ର କୁହାଯାଉଥିବା ଆଦିବାସୀ ଅଧ୍ୟୁଷିତ ଏହି ନିର୍ବାଚନ ମଣ୍ଡଳୀ ଏସ.ଟି ସଂପ୍ରଦାୟ ପାଇଁ ସଂରକ୍ଷିତ। ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ଏହି ବିଧାନସଭା ଆସନ ୨୦୦୯ ପୂର୍ବରୁ ଥରେ ଯାଇଥିଲା ବିଜେପି ହାତକୁ। ହେଲେ ୨୦୦୯ ପରଠାରୁ ଏହି ଆସନକୁ ବିଜେଡି  ନିଜ କବ୍‌ଜାକୁ ନେଇ ଯାଇଛି । ଚଳିତ ସାଧାରଣ ନିର୍ବାଚନରେ ଏଠାରେ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ […]

ଗଡ଼ ଦଖଲ ପାଇଁ ଅଣ୍ଟା ଭିଡ଼ୁଛି କଂଗ୍ରେସ, ମୋଦି ହାୱାରେ ଉତ୍ସାହିତ ନିତ୍ୟାନନ୍ଦ

umorkot-3

Advertisment

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଲୋକସଭା ଅଧୀନରେ ରହିଛି ଉମରକୋଟ ବିଧାନସଭା ଆସନ। ଜିଲ୍ଲାର ମୁଖ୍ୟ ବ୍ୟାବସାୟିକ କେନ୍ଦ୍ର କୁହାଯାଉଥିବା ଆଦିବାସୀ ଅଧ୍ୟୁଷିତ ଏହି ନିର୍ବାଚନ ମଣ୍ଡଳୀ ଏସ.ଟି ସଂପ୍ରଦାୟ ପାଇଁ ସଂରକ୍ଷିତ। ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ଏହି ବିଧାନସଭା ଆସନ ୨୦୦୯ ପୂର୍ବରୁ ଥରେ ଯାଇଥିଲା ବିଜେପି ହାତକୁ। ହେଲେ ୨୦୦୯ ପରଠାରୁ ଏହି ଆସନକୁ ବିଜେଡି  ନିଜ କବ୍‌ଜାକୁ ନେଇ ଯାଇଛି । ଚଳିତ ସାଧାରଣ ନିର୍ବାଚନରେ ଏଠାରେ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖ ଏଠାରେ ମତଦାନ ଗ୍ରହଣ କରାଯିବ।

Advertisment

publive-image

ଉମରକୋଟ ବିଧାନସଭା  ଆସନ ପାଇଁ ଉଭୟ ଶାସକ ବିଜେଡି ଓ ବିଜେପି ତାର ପ୍ରର୍ଥୀ ଘୋଷଣା କରି ସାରିଛନ୍ତି। ହେଲେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନାହିଁ। ଉମରକୋଟ ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ଥିଲା। ୨୦୦୯ ନିର୍ବାଚନରେ ଦଳିତ ସମାଜ ନେତା ଜଗବନ୍ଧୁ ମାଝି ଏଠାରୁ ବିଜେଡି ଟିକଟରେ ପ୍ରଥମ ଥର ପାଇଁ ଜିତିଥିଲେ। ହେଲେ ୨୦୧୧ରେ ଜଗବନ୍ଧୁଙ୍କୁ  ନକ୍ସଲମାନେ ହତ୍ୟା କରିଥିଲେ। ଫଳରେ ୨୦୧୧ରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ମଧ୍ୟ ବିଜେଡି ଜିତିଥିଲା। ଜଗବନ୍ଧୁଙ୍କ ସହଯୋଗୀ ସୁବାସ ଗଣ୍ଡ ବିଜେଡି ଟିକଟରେ ଲଢି ଜିତିଥିଲେ। ୨୦୧୪ ନିର୍ବାଚନରେ ମଧ୍ୟ ବିଜେଡି ଏହି ଆସନକୁ କବ୍‌ଜାକୁ ନେବାରେ ସଫଳ ହୋଇଥିଲା ।

publive-image

ବିଜେଡି:ଗତ ଦୁଇ ଦୁଇ ଥର ଉମରକୋଟ ବିଧାନସଭା ଆସନକୁ ନିଜ କବ୍‌ଜାରେ ରଖି ପାରିଥିବା ଶାସକ ବିଜେଡି ପୁନର୍ବାର ବିଧାୟକ ସୁବାସ ଗଣ୍ଡଙ୍କୁ ଟିକେଟ ପ୍ରଦାନ କରିଛି। ସୁବାସଙ୍କୁ ଟିକଟ ମିଳିବା ପରେ ବହୁଦିନ ଧରି ସରକାରୀ ଚାକିରି ଛାଡି ଟିକଟ ଆଶାୟୀ ଥିବା ଯୁବନେତା ସନରାଜ ଗଣ୍ଡ ହତାଶ ହୋଇଛନ୍ତି। ସେ ଏବେ ଦଳୀୟ ନିଷ୍ପତ୍ତି ବିରୋଧରେ ଯିବାକୁ ମନ ବଳାଉଥିବା ଚର୍ଚ୍ଚା ଜୋର ଧରିଛି।
ସନରାଜ ଗଣ୍ଡ ଏବେ କୁନ୍ଦେଇ ସରପଞ୍ଚ ଥିବାବେଳେ ବ୍ଲକ୍ ସରପଞ୍ଚ ସଂଘ ସଭାପତି, ଜିଲ୍ଲା ସରପଞ୍ଚ ସଂଘ ଉପ-ସଭାପତି ଏବଂ କୃଷକ ସଂଘ ସଭାପତି ଦାୟିତ୍ୱ ତୁଲାଇ  ଆସୁଥିଲେ। ବହୁ ସଂଗଠନ ସହ ତାଙ୍କର ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ଏଭଳି କ୍ଷେତ୍ରରେ ସନରାଜ ଯଦି ଅନ୍ୟ ଦଳରୁ ନିର୍ବାଚନ ଳଢନ୍ତି କିମ୍ବା ସୁବାସଙ୍କ ବିରୋଧରେ ପ୍ରଚାର କରନ୍ତି ତେବେ ସୁବାସଙ୍କ ଚିନ୍ତା ବଢିପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ବିଜେପି:ବିଜେପି ଗତ ଥର ନିତ୍ୟାନନ୍ଦ ଗଣ୍ଡଙ୍କୁ ପ୍ରାର୍ଥୀ କରିଥିବାବେଳେ ଏଥର ମଧ୍ୟ ତାଙ୍କୁ ଟିକଟ ଦେଇଛି। ବର୍ତ୍ତମାନ ଦେଶରେ ଚାଲିଥିବା ନିର୍ବାଚନରେ ଭୋଟରଙ୍କୁ ଟାଣିବା ପାଇଁ ମୋଦି ହାୱା ନିତ୍ୟାନନ୍ଦଙ୍କୁ ନିଶ୍ଚିତ ଖୋରାକ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସ: ଏକଦା କଂଗ୍ରେସ ଗଡ଼ ଥିବା ଉମରକୋଟ ବିଧାନସଭାକୁ ପୁଣି ଥରେ ହାତେଇବା ପାଇଁ କଂଗ୍ରେସ ଜୋରଦାର ଲାଗି ପଡ଼ିଛି। ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ତାହାର ପ୍ରାର୍ଥୀ ଘୋଷଣା କରି ସାରିଥିଲେ  ହେଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ। ୨୦୧୪ ନିର୍ବଚନ ଲଢି ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଜତୀନ୍ଦ୍ର ନାଥ ଗଣ୍ଡଙ୍କୁ ଏଥର ମଧ୍ୟ ଟିକଟ ମିଳିବ ବୋଲି ଶୁଣିବାକୁ ମିଳୁଥିଲା। ହେଲେ ସେ ତିନି ବର୍ଷର ହିସାବ ଦଳକୁ ଦେଇ ପାରି ନ ଥିବାରୁ ତାଙ୍କୁ ଟିକଟ ମିଳିବ କି ନାହିଁ ତାହା ସନ୍ଦେହରେ ।  ତେଣୁ ଜତୀନ୍ଦ୍ର ଏଠାରୁ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରବାକୁ ଚେଷ୍ଟା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି।

ଅନ୍ୟପକ୍ଷେ କଂଗ୍ରେସ ଶେଷ ମୁହୂର୍ତ୍ତରେ ମାଷ୍ଟର ଷ୍ଟ୍ରୋକ ଖେଳିବ ବୋଲି ଚର୍ଚ୍ଚା ହେଉଛି। ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ଟିକେଟ ଆଶାୟୀ ଥିବା ସନରାଜ ଗଣ୍ଡ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିବା ପାଇଁ ସ୍ଥିର କରିଛନ୍ତି। ଯଦି ସେ କଂଗ୍ରେସରେ ଯୋଗ ଦିଅନ୍ତି ତେବେ ଦଳ ତାଙ୍କୁ ଟିକଟ ଦେଇପାରେ।

ବାରମ୍ବାର ବଦଳୁଥିବା ନିର୍ବାଚନ ସମୀକରଣକୁ ଦେଖି ବିଶେଷଜ୍ଞମାନେ ଏବେ ନାନା ପ୍ରକାରର ତର୍ଜମା ଆରମ୍ଭ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe