Advertisment

‘ଇଣ୍ଡିଆ ନାଁ ପରିବର୍ତ୍ତନ କଲେ UN ତାକୁ ଗ୍ରହଣ କରିବ’

ଷ୍ଟିଫେନ ଡୁଜାରିକ କହିଛନ୍ତି, ଏହି ପ୍ରସଙ୍ଗକୁ ନେଇ ଯେଉଁ ବିତର୍କ ଚାଲିଛି, ସେଥିରେ ମିଳିତ ଜାତିସଂଘର ପ୍ରତିକ୍ରିୟା ଦେବାର ଆବଶ୍ୟକତା ନାହିଁ।

UN

UN

Advertisment

‘ଇଣ୍ଡିଆ’ର ନାଁ ବଦଳାଯାଇ ‘ଭାରତ’ ରଖାଗଲେ ଏଥିରେ ସମ୍ମତି ଦେବାରେ ମିଳିତ ଜାତିସଂଘ (UN)ର କୌଣସି ଆପତ୍ତି ନାହିଁ। G20 ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀ ଆସିଥିବା ମିଳିତ ଜାତିସଂଘର ମହାସଚିବକଙ୍କ ମୁଖ୍ୟ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଏହି କଥା କହିଛନ୍ତି।

Advertisment

ସେ କହିଛନ୍ତି, ଇଣ୍ଡିଆ ନାଁ ପରିବର୍ତ୍ତନ ସମ୍ପର୍କିତ ସମସ୍ତ ଔପଚାରିକତା ପୂରଣ କଲା ପରେ ଆମକୁ ସୂଚିତ କଲେ, ଆମେ ମିଳିତ ଜାତିସଂଘର ରେକର୍ଡରେ ଏହାର ନାଁ ବଦଳାଇ ଦେବୁ।

ଷ୍ଟିଫେନ ଡୁଜାରିକ କହିଛନ୍ତି, ଏହି ପ୍ରସଙ୍ଗକୁ ନେଇ ଯେଉଁ ବିତର୍କ ଚାଲିଛି, ସେଥିରେ ମିଳିତ ଜାତିସଂଘର ପ୍ରତିକ୍ରିୟା ଦେବାର ଆବଶ୍ୟକତା ନାହିଁ। ନାଁ ପରିବର୍ତ୍ତନ ନେଇ ନୂଆଦିଲ୍ଲୀ ସମସ୍ତ ଔପଚାରିକତା ପୂରଣ କରି ଆମ ପାଖକୁ ଆସିଲେ ଆମେ ଆମ ରେକର୍ଡରେ ମଧ୍ୟ ପରିବର୍ତ୍ତନ କରି ଦେବୁ।

Advertisment

ଯଦି ଇଣ୍ଡିଆର ନାଁ ପରିବର୍ତ୍ତନ ହୁଏ, ତା’ହେଲେ ଏହା ବିଶ୍ୱରେ ପ୍ରଥମ ଘଟଣା ହେବ ନାହିଁ। ପୂର୍ବରୁ ବହୁ ରାଷ୍ଟ୍ର ସେମାନଙ୍କ ନାଁ ପରିବର୍ତ୍ତନ କରିଛନ୍ତି। ରାଜନୀତିକ, ସାମାଜିକ ଅବା ଅନ୍ୟ କାରଣରୁ ଏହି ଦେଶଗୁଡ଼ିକ ସେମାନଙ୍କ ନାଁ ପରିବର୍ତ୍ତନ କରିଛନ୍ତି।

ଷ୍ଟିଫେନ ଡୁଜାରିକ କହିଛନ୍ତି ଯେ ଗତ ବର୍ଷ Turkey ତା’ର ନାଁ ପରିବର୍ତ୍ତନ କରି Turkiye ରଖିଲା। ଇତିହାସକୁ ଦେଖିଲେ ଜଣାପଡ଼େ ଅନେକ ଦେଶ ଏକାଧିକ ଥର ସେମାନଙ୍କ ନାଁ ବଦଳାଇଛନ୍ତି।

ଜି-୨୦ ସମ୍ମିଳନୀ ଅବସରରେ ନୈଶ୍ୟଭୋଜି ପାଇଁ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମୁଖ୍ୟମାନଙ୍କ ପାଖକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଠାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେରକ ଭାବେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯିବାକୁ ନେଇ କିଛି ଦିନ ତଳେ ଦେଶରେ ଝଡ଼ ସୃଷ୍ଟି ହୋଇଥିଲା। ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ ଯେ ସରକାର ‘ଇଣ୍ଡିଆ’ ନାଁକୁ ପୂରା ହଟାଇ ଦେଇ କେବଳ ‘ଭାରତ’ ରଖିବାକୁ ସରକାର ଚକ୍ରାନ୍ତ କରୁଛନ୍ତି।

United Nation India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe