ମ୍ୟାନେଜ୍ ହୋଇପାରୁନି ମହିଳା ଏସଏଚଜି ଭୋଟ୍‌: ବିଜେଡି ଅଡ଼ୁଆ ବଢ଼ିଲା,ଏବେ ଉପକୂଳ ପାଇଁ କସରତ୍ ଆରମ୍ଭ

ବିଜେପିର ଶୀର୍ଷନେତୃତ୍ୱଙ୍କ ଘନଘନ ଓଡ଼ିଶା ଗସ୍ତ ଓ ନବୀନ ପଟ୍ଟନାୟକ ସରକାରକୁ ଶାଣିତ ସମାଲୋଚନା ଯୋଗୁ ରାଜ୍ୟରେ ନିର୍ବାଚନୀ ବାତାବରଣ ଅଧିକ ଉଷ୍ମ ହୋଇପଡ଼ିଛି

Patnaik And Pandian

ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପାଣ୍ଡିଆନ୍‌ (ଫାଇଲ ଫଟୋ)

Ordigital Desk
  • Published: Monday, 20 May 2024
  • Updated: 20 May 2024, 09:19 PM IST

Sports

Latest News

ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)କୁ ମ୍ୟାନେଜ୍ କରି ନିର୍ବାଚନୀ ବୈତରଣୀ ପାର ହେଉଥିବା ବିଜେଡିକୁ ଏବେ ଶକ୍ତ ଧକ୍କା ଲାଗିଛି । ବିଜେପିର ତୀକ୍ଷ୍ଣ ନଜର ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁ ଏପର୍ଯ୍ୟନ୍ତ ମହିଳା ଏସଏଚଜି ଭୋଟକୁ ମ୍ୟାନେଜ୍ କରିବାରେ ସଫଳ ହୋଇନଥିବା ବିଜେଡିକୁ ଏବେ ପରାଜୟର ଭୟ ଘାରିଲାଣି । ଉପକୂଳ ଓ ଉତ୍ତର ଓଡ଼ିଶାରେ ବାକିଥିବା ୧୨ ଲୋକସଭା ଓ ୮୪ବିଧାନସଭା ଆସନ ପାଇଁ ନିଜର ପୁରୁଣା ଫର୍ମୂଲାକୁ ଆପଣାଇ ମହିଳା ଏସଏଚଜି ନେଟୱାର୍କକୁ ସକ୍ରିୟ କରିବାକୁ ଦଳ ଜୋରଦାର କସରତ ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ତେବେ ରାଜ୍ୟର ପାୱାରଫୁଲ ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ବିଭାଗରୁ ରାତିଅଧିଆ ବଦଳି ଓ ମହାକାଳପଡ଼ାରେ ଜଣେ ସିଆରପିଙ୍କୁ ଚାକିରିରୁ ବହିଷ୍କୃତ କରି ନିର୍ବାଚନ କମିଶନ ନିଜର କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିସାରିଥିବାରୁ ମିଶନଶକ୍ତି ଅଧିକାରୀମାନଙ୍କ ମଧ୍ୟରେ ଛନକା ପଶିଛି । ଏପଟେ  ମିଶନଶକ୍ତି ଏସଏଚଜି ମହିଳାମାନଙ୍କ ବିନା ଚଳିତ ନିର୍ବାଚନ ବୈତରଣୀ ପାର ହେବା ସହଜ ହେବନି ଜାଣି ବିଜେଡି ଏବେ ବାକିଥିôବା ୧୨ ସଂସଦୀୟ କ୍ଷେତ୍ରରେ ନିଜର ମହିଳା ଏସଏଚଜି ନେତ୍ରୀମାନଙ୍କ ଆସ୍ଥା ଜିଣିବା ପାଇଁ ମିଶନଶକ୍ତି ବିଭାଗର ଅଧିକାରୀମାନଙ୍କୁ ଉପଯୋଗ କରୁଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଜେପିର ଶୀର୍ଷନେତୃତ୍ୱଙ୍କ ଘନଘନ ଓଡ଼ିଶା ଗସ୍ତ ଓ ନବୀନ ପଟ୍ଟନାୟକ ସରକାରକୁ ଶାଣିତ ସମାଲୋଚନା ଯୋଗୁ ରାଜ୍ୟରେ ନିର୍ବାଚନୀ ବାତାବରଣ ଅଧିକ ଉଷ୍ମ ହୋଇପଡ଼ିଛି । ଏପଟେ ନିର୍ବାଚନ କମିଶନଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଓ ତୀକ୍ଷ୍ଣ ନଜର ଯୋଗୁ ରାଜ୍ୟରେ ଶେଷ ହୋଇଥିବା ୨ଟି ପର୍ଯ୍ୟାୟ ନିର୍ବାଚନ(୯ ଲୋକସଭା ଓ ୬୩ ବିଧାନସଭା)ରେ ବିଜେଡି ନିଜର ମହିଳା ଭୋଟବ୍ୟାଙ୍କକୁ ମିଶନଶକ୍ତି ଏସଏଚଜି ମାଧ୍ୟମରେ ସନ୍ତୁଷ୍ଟ କରିବାରେ ସକ୍ଷମ ହୋଇପାରିନି । ଏପରିକି ଦଳ ଯେଉଁଭଳି ସୁଚିନ୍ତିତ ରଣନୀତି ଓ ମିଶନଶକ୍ତିର ଅଫିସିଆଲ ନେଟୱାର୍କ ମାଧ୍ୟମରେ ଖୋଲାଖୋଲି ମହିଳା ଏସଏଚଜିଗୁଡ଼ିକୁ ସନ୍ତୁଷ୍ଟ କରାଇ ଭୋଟ ହାତେଇଥାଏ ତାହା ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି । ସାଧାରଣ ନିର୍ବାଚନ, ଉପନିର୍ବାଚନ ଓ ପଂଚାୟତ-ପୌର ନିର୍ବାଚନ ଆଦିରେ ବିଜେଡି ସମାନ୍ତରାଳ ଭାବେ ଏହି ମହିଳା ଭୋଟବ୍ୟାଙ୍କକୁ ମ୍ୟାନେଜ୍ କରାଇବା ପାଇଁ ଆଖିବୁଜା ପାଣ୍ଠି ଖର୍ଚ୍ଚ କରିଥାଏ ବୋଲି ଅଭିଯୋଗ ହୁଏ । ମାତ୍ର ଚଳିତ ସାଧାରଣ ନିର୍ବାଚନରେ ୨ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିଲେ ମଧ୍ୟ ଦଳ ନିଜର ପୁରୁଣା ରଣନୀତିକୁ ଆପଣାଇ ପାରିନଥିବା ଜଣାପଡ଼ିଛି । ପୂର୍ବରୁ ବିଜେଡିର ମହିଳା ଭୋଟବ୍ୟାଙ୍କକୁ ମିଶନଶକ୍ତି ବିଭାଗ ପ୍ରଚ୍ଛଦପଟ୍ଟରେ ରହି ନିୟନ୍ତ୍ରିତ କରିଥାଏ । କିନ୍ତୁ ଏଥର ମିଶନଶକ୍ତି ସଚିବ ସୁଜାତାଙ୍କ ଉପରେ ଆକ୍ସନ ପରଠୁ ନିଷ୍କ୍ରିୟ ହୋଇ ବସିଥିବା ବିଭାଗକୁ ବିଜେଡି ନେତୃତ୍ୱ ପୁଣିଥରେ ସକ୍ରିୟ କରିଥିବା ସୂଚନା ମିଳିଛି ।

Also Read

ମିଶନଶକ୍ତିର ଜିଲ୍ଲା ଓ ବ୍ଲକସ୍ତରରେ ଥିବା ପଦାଧିକାରୀମାନଙ୍କ ଉପରେ ଚାପ ପକାଯାଇ ବ୍ଲକ ଏବଂ ପଂଚାୟତ ମହାସଂଘର ମହିଳା ନେତ୍ରୀ(ଏସଏଚଜି)ମାନଙ୍କୁ ଧରି ବିଜେଡି ସପକ୍ଷରେ ଭୋଟ କରିବାକୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ତେବେ ମିଶନଶକ୍ତି ବିଭାଗକୁ ନିଜ ନିୟନ୍ତ୍ରଣରେ ରଖିଥିବା ସୁଜାତା ଏପର୍ଯ୍ୟନ୍ତ ମିଶନଶକ୍ତି ଏସଏଚଜି ନେଟୱାର୍କ ସହ କୌଣସି ବିଜେଡି ସାଂସଦ କିମ୍ବା ବିଧାୟକଙ୍କୁ ସିଧାସଳଖ ସମ୍ପୃକ୍ତ କରାଇ ନଥିବାରୁ ତାହା ଏବେ ଶାସକ ବିଜେଡିକୁ ବେଶ୍ ମହଙ୍ଗା ପଡ଼ୁଛି । ଦଳର ଏସଏଚଜି ମ୍ୟାନେଜମେଂଟ କିଏ କରୁଛି ଓ ମହିଳା ଭୋଟ୍ କିଭଳି ମ୍ୟାନେଜ୍ ହେବେ ତା’ର ଟେର ବିଧାୟକ ପ୍ରାର୍ଥୀମାନେ ପାଉନାହାନ୍ତି ।

ଏପଟେ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ‘ସୁଭଦ୍ରା’ ଯୋଜନାରେ ମହିଳାଙ୍କୁ ୫୦ହଜାର ଟଙ୍କାର ପ୍ରଚାରପ୍ରସାର ଜୋରଦାର ଢଙ୍ଗରେ କରି ମହିଳାମାନଙ୍କ ଆସ୍ଥା ଜିଣିବାରେ ଲାଗିଛି । ମାତ୍ର ସେହି ଅନୁପାତରେ ବିଜେଡିର ମହିଳା ୱିଙ୍ଗ୍ କିମ୍ବା ମିଶନଶକ୍ତି ମହିଳା ଏସଏଚଜି ନେଟୱାର୍କ ସକ୍ରିୟ ହୋଇପାରିନଥିବା ଜଣାପଡ଼ିଛି ।

ଦୁଇଟି ପର୍ଯ୍ୟାୟ ମତଦାନ ପରେ ବିଜେଡି ନିଜ ହାତରୁ ମହିଳା ଭୋଟବ୍ୟାଙ୍କ ଖସୁଥିବା ଜାଣିବା ପରେ ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ କିଭଳି ମିଶନଶକ୍ତି ଏସଏଚଜି ଭୋଟକୁ ହାତେଇ ହେବ ସେ ଦିଗରେ ଜୋରଦାର ପ୍ରୟାସ ଆରମ୍ଭ କରିଛି । ମାତ୍ର ବିଜେପିର ତୀକ୍ଷ୍ଣ ନଜର ଯୋଗୁ ଦଳ ଏପର୍ଯ୍ୟନ୍ତ ଗ୍ରାଉଣ୍ଡରେ କିଛି କରିବା ସମ୍ଭବପର ହୋଇପାରିନି । ବିଶେଷକରି ଦଳ ସମ୍ବଲପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ ଆଦି ସଂସଦୀୟ କ୍ଷେତ୍ରରେ ନିଜର ମହିଳା ଭୋଟବ୍ୟାଙ୍କକୁ ପୁଣିଥରେ ସକ୍ରିୟ କରିବା ପାଇଁ ଏବେ ମିଶନଶକ୍ତି ପଦାଧିକାରୀମାନଙ୍କୁ କାମରେ ଲଗାଇଥିବା ଜଣାପଡ଼ିଛି । ବିଜେଡି ରଣନୀତିକାରଙ୍କ ମାତ୍ରାଧିକ ଚାପ ଯୋଗୁ ମିଶନଶକ୍ତି ବିଭାଗର ରାଜ୍ୟଠୁ ବ୍ଲକସ୍ତରୀୟ ପଦାଧିକାରୀମାନେ ଏବେ ମହିଳା ଏସଏଚଜି ନେତ୍ରୀମାନଙ୍କ ସହ ଯୋଗସୂତ୍ର ରକ୍ଷା କରି ବିଜେଡିର ଭୋଟ କିଭଳି ବଢ଼ିବ ସେନେଇ ଅନ୍ଧାରୀବିଜେ ଆରମ୍ଭ କରିବାକୁ ପରାମର୍ଶ ଦେଇଥିବା ସୂଚନା ମିଳିଛି । ତେବେ ମିଶନଶକ୍ତି ବିଭାଗର ଏହି ଫର୍ମୂଲା କେତେ ସଫଳ ହେଉଛି ଓ ବିଜେପି ଏହାର କେଉଁ ଢଙ୍ଗରେ ଜବାବ ଦେଉଛି ତାହା ଉପରେ ସମସ୍ତଙ୍କ ନଜର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story