Advertisment

ସୁପ୍ରିମକୋର୍ଟଙ୍କ ତାଗିଦ ପରେ କ୍ଷମା ମାଗିଲେ ରେଭନ୍ଥ ରେଡ୍ଡୀ

ବିଆରଏସ ନେତ୍ରୀ କେ କବିତାଙ୍କୁ ଜାମିନ ମିଳିବା ଉପରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଦେଇଥିବା ବୟାନକୁ ନେଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି।

Revanth Reddy

Revanth Reddy

Advertisment

ବିଆରଏସ ନେତ୍ରୀ କେ କବିତାଙ୍କୁ ଜାମିନ ମିଳିବା ଉପରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଦେଇଥିବା ବୟାନକୁ ନେଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏପରି ବୟାନ ପାଇଁ ମୁଁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛି ବୋଲି ରେବନ୍ଥ ରେଡ୍ଡୀ କହିଛନ୍ତି।  

Advertisment

ପ୍ରକାଶ ଥାଉକି, ତେଲାଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରା ଯାଇଥିଲା। ଅଗଷ୍ଟ ୨୮ରେ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଶୁଣାଣି କରି କେ କବିତାଙ୍କୁ ଜାମିନ ଦେଇଛନ୍ତି। ଏହାକୁ ନେଇ ରେଭନ୍ଥ ରେଡ୍ଡୀ ବିଜେପି ଏବଂ ବିଆରଏସ ମଧ୍ୟରେ ଚୁକ୍ତି ହୋଇଥିବା କହିଥିଲେ।

ପରୋକ୍ଷରେ ସେ ସୁପ୍ରିମକୋର୍ଟଙ୍କ ଉପରେ ସନ୍ଦେହ ପ୍ରକାଶ କରି ରେଭନ୍ଥ ରେଡ୍ଡୀ କହିଥିଲେ, "ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପାଇଁ ୧୫ ମାସ ଅପେକ୍ଷା କରିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାମିନ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ କବିତା ମାତ୍ର ୫ ମାସ ମଧ୍ୟରେ ଜାମିନ ପାଇଗଲେ। ଏଥିରେ ବିଜେପିର ହାତ ଥିବା ସନ୍ଦେହ ହେଉଛି।"

Advertisment

ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ଚିନ୍ତା ପ୍ରକଟ କରିବା ସହ ତାଗିଦ କରିଥିଲେ ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ କହିଥିଲ, "ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଏପରି ମନ୍ତବ୍ୟ ଦେବା ଉଚିତ୍ କି? ରାଜନୈତିକ ଉଦ୍ଦେଶ୍ୟରେ ଆମେ ନିର୍ଦ୍ଦେଶନାମା ଜାରି କରୁଛୁ ବୋଲି ଜଣେ କିପରି କହିପାରୁଛନ୍ତି?" 

କେହି ଆମକୁ ସମାଲୋଚନା କଲେ, ଆମର କିଛି ଫରକ ପଡ଼ିବନି। ଆମେ ଆମର କର୍ତ୍ତବ୍ୟ ଅନ୍ତରଆତ୍ମାକୁ ଶୁଣି କରୁଛୁ। ନ୍ୟାୟପାଳିକା ଏବଂ ରାଜନେତାଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ରହିବା ଉଚିତ୍ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। 

ଭୋଟ୍ ପାଇଁ ନୋଟ୍ କାରବାର ଉପରେ ଶୁଣାଣି ସମୟରେ ଏପରି କହିଥିଲେ ସୁପ୍ରିମକୋର୍ଟ। ଏହି ମାମଲାରେ ରେଭନ୍ଥ ରେଡ୍ଡୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଥିଲେ, "ଯଦି ଆପଣ ଆମକୁ ସମ୍ମାନ କରିବେନି, ତେବେ ଆମେ ଆପଣଙ୍କ ମାମଲାକୁ ଅନ୍ୟତ୍ର ପଠାଇ ଦେବୁ।"

ସୁପ୍ରିମକୋର୍ଟଙ୍କ ଏହି ତାଗିଦ ପରେ ଆତ୍ମସମୀକ୍ଷା କରି କ୍ଷମା ପ୍ରାର୍ଥନା କରିଛନ୍ତି ରେଭନ୍ଥ ରେଡ୍ଡୀ। ସେ ତାଙ୍କ ମନ୍ତବ୍ୟକୁ ନେଇ ଦୁଃଖିତ ଏବଂ ବିନା ସର୍ତ୍ତରେ କ୍ଷମା ମାଗୁଛନ୍ତି ବୋଲି କହିଛନ୍ତି। ଏଥିସହ ସେ ନ୍ୟାୟିକ ପ୍ରକ୍ରିୟାରେ ଉପରେ ଦୃଢ ବିଶ୍ୱାସ କରନ୍ତି, ତାଙ୍କ ମନ୍ତବ୍ୟ ରାଜନୈତିକ ଥିଲା ଏବଂ ନ୍ୟାୟପାଳିକାଙ୍କୁ ସମ୍ମାନର ସର୍ବାଗ୍ରେ ରଖିଛନ୍ତି ବୋଲି କହିଛନ୍ତି।  

Supreme Court Brs Revanth Reddy K Kavitha Bail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe