/odisha-reporter/media/post_attachments/uploadimage/library/16_9/16_9_0/IMAGE_1703416423.jpg)
Mallikarjun Kharge
'କୁଆଡେ ଗଲା ପ୍ରତିବର୍ଷ ୨ କୋଟି ଚାକିରି ପ୍ରତିଶ୍ରୁତି। ବେରୋଜଗାରୀ ଦେଶର ସବୁଠାରୁ ଜ୍ୱଳନ୍ତ ପ୍ରସଙ୍ଗ।' ଏଭଳି କିଛି କହି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ।
ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଟାର୍ଗେଟ କରି ଖାଡ଼ଗେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ଦେଶର ଯୁବକମାନେ ପଚାରୁଛନ୍ତି ବର୍ଷକୁ ୨ କୋଟି ଚାକିରି କୁଆଡେଗଲା? ନିଯୁକ୍ତି ପରୀକ୍ଷା ଏବଂ ଚାକିରି ସୁରକ୍ଷିତ କରିବା ମଧ୍ୟରେ ପ୍ରକ୍ରିୟା ଏତେ ଜଟିଳ କାହିଁକି?
ଜୁଲାଇ ୨୦୨୨ରୁ ଜୁନ୍ ୨୦୨୩ ମଧ୍ୟରେ ହୋଇଥିବା ପିରିଓଡିକ୍ ଲେବର ଫୋର୍ସ ସର୍ଭେ (ପିଏଲ୍ଏଫ୍ଏସ୍)କୁ ଉଦାହରଣ ଦେଇ କଂଗ୍ରେସର ଏହି ଶୀର୍ଷ ନେତା କହିଛନ୍ତି, ୧୫ରୁ ୨୯ ବର୍ଷ ବୟସର ବ୍ୟକ୍ତିଙ୍କ ବେକାରି ହାର ୧୦ ପ୍ରତିଶତ ରହିଛି। ଜୁଲାଇ ୨୦୨୨-ଜୁନ୍ ୨୦୨୩ ଅବଧିରେ ୧୫-୧୯ ବର୍ଷ ବୟସ ବର୍ଗରେ ଦେଶରେ ଗାଁ ଗୁଡିକରେ ବେକାରୀ ହାର ୮.୩ ପ୍ରତିଶତ ଥିବା ବେଳେ ଏହି ସମୟ ମଧ୍ୟରେ ସେହି ବର୍ଗପାଇଁ ସହରାଞ୍ଚଳ ବେକାରୀ ୧୩.୮ ପ୍ରତିଶତ ରହିଛି।
बेरोज़गारी ही देश का सबसे ज्वलंत मुद्दा है।
15-29 वर्ष की आयु के व्यक्तियों की बेरोजगारी दर 10% है। (PLFS : July 2022-June 2023)
🔸ग्रामीण 8.3%
🔸शहरी 13.8%देश का युवा पूछ रहा है —
1️⃣ सालाना दो करोड़ नौकरियाँ कहाँ गई ?
2️⃣ भर्ती परीक्षाओं से नौकरी मिलने तक का सफ़र इतना… pic.twitter.com/ofxKwsvnfT
— Mallikarjun Kharge (@kharge) December 24, 2023
ଏମ୍ଏସ୍ଏମ୍ଇ କ୍ଷେତ୍ର କାହିଁକି ନଷ୍ଟ ହେଲା, କୋଟି କୋଟି ଯୁବକଯୁବତୀଙ୍କ ଚାକିରି ଛଡ଼ାଇ ନିଆଗଲା ଓ ସେମାନଙ୍କ ଭବିଷ୍ୟତ ନଷ୍ଟ କାହିଁକି ହୋଇଛି ବୋଲି ଖାଡ଼ଗେ ସୋଶାଲ ମିଡିଆରେ ପୋଷ୍ଟ କରି ବିଜେପିକୁ ପ୍ରଶ୍ନ କରିଛନ୍ତି।
ଏହା ପୂର୍ବରୁ ମଧ୍ୟ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ 'ମୋଦି ଜୀ ଏବଂ ଅମିତ ଶାହ ଜୀ ଦେଶର ଗଣତନ୍ତ୍ର ତଥା ସମ୍ବିଧାନକୁ ନଷ୍ଟ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଲୋକମାନେ ଦଳିତ, ଆଦିବାସୀ, ଶ୍ରମିକ, ମହିଳା ଏବଂ କୃଷକଙ୍କୁ ଦମନ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ଦେଶକୁ ବଞ୍ଚାଇବା ପାଇଁ ଆମେ INDIA ମିଳିତ ମଞ୍ଚ ଗଠନ କରିଛୁ।'
ଆମକୁ ଗୃହରେ ନୋଟିସ ପଢ଼ିବାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ, ତେଣୁ ମୁଁ କହିବି ଯେ ମୋଦି ସରକାର ଦଳିତଙ୍କୁ ମଧ୍ୟ କହିବାକୁ ଦିଅନ୍ତି ନାହିଁ।ସମ୍ବିଧାନରେ ଆମକୁ ବାକ୍ ସ୍ୱାଧୀନତା ମିଳିଛି। ଏହି ସ୍ୱାଧୀନତା ଆମକୁ ମହାତ୍ମା ଗାନ୍ଧୀ ଜୀ, ଜବାହର ଲାଲ ନେହେରୁ ଜୀ ଏବଂ ଡକ୍ଟର ଆମ୍ବେଦକର ଜୀ ପ୍ରଦାନ କରିଥିଲେ। ଆପଣ ବିରୋଧୀ ସାଂସଦମାନଙ୍କୁ ଗୃହରୁ ବାହାର କରି ଦେଇଛନ୍ତି ଏବଂ କୌଣସି ବିରୋଧ ନକରି ସମସ୍ତ ଆଇନ ପ୍ରଣୟନ କରିନେଲ। ଏହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ ବୋଲି ଖାଡ଼ଗେ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
