Advertisment

ଇଣ୍ଡିଆ ମେଣ୍ଟରେ ଚାଲିଥିବା ଅନ୍ତଃକନ୍ଦଳ ଦୁର୍ଭାଗ୍ୟଜନକ ବୋଲି କହିଲେ ଓମାର ଅବଦୁଲ୍ଲା

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସିଟ ଶେୟାରିଂକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି।

author-image
Hemant Lenka
Omar

Omar

ବିଜେପି ବିରୋଧରେ ଲଢ଼ିବାକୁ ଏକାଠି ହୋଇ ବିରୋଧୀ ଦଳଗୁଡ଼ିକ ଗଠନ କରିଥିବା ଇଣ୍ଡିଆ ମେଣ୍ଟରେ ଏବେ ଅନ୍ତଃକନ୍ଦଳ ଚରମସୀମାରେ ପହଞ୍ଚିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି କରିଛି ବୋଲି ମେଣ୍ଟରେ ଥିବା ନ୍ୟାଶନାଲ କନଫରେନ୍ସର ଉପ ସଭାପତି ତଥା ବରିଷ୍ଠ ନେତା ଓମାର ଅବଦୁଲ୍ଲା କହିଛନ୍ତି।

Advertisment

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର କହିଛନ୍ତି, “ବର୍ତ୍ତମାନ ସମୟରେ ଇଣ୍ଡିଆ ମେଣ୍ଟର ସ୍ଥିତି ଆଦୌ ଶକ୍ତିଶାଳୀ ନୁହେଁ। ଏହା ଦୁର୍ଭାଗ୍ୟଜନକ। ବର୍ତ୍ତମାନ ମେଣ୍ଟରେ କିଛି ଅନ୍ତଃକନ୍ଦଳ ରହିଛି। ଯାହା ରହିବା କଥା ନୁହେଁ।

ବିଶେଷ କରି ୪ରୁ ୫ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଏପରି ଅନ୍ତଃକନ୍ଦଳ ଆଦୌ ଠିକ ନୁହେଁ। ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଯାହା ସବୁ ଘଟୁଛି, ସେକଥା ସମସ୍ତେ ଦେଖୁଛନ୍ତି। ଉଭୟ ଉତ୍ତର ପ୍ରଦେଶର ସବୁ ଆସନରେ ଲଢ଼ିବେ ବୋଲି କହୁଛନ୍ତି।

Advertisment

ଏହା ଇଣ୍ଡିଆ ମେଣ୍ଟ ପାଇଁ ଆଦୌ ଭଲ ସଙ୍କେତ ନୁହେଁ। ସମ୍ଭବତଃ ଆମେ ରାଜ୍ୟଗୁଡ଼ିକର ନିର୍ବାଚନ ପରେ ଆଉ ଥରେ ଏକାଠି ବସିବୁ। ଆମେ ଏକାଠି ବସିବୁ ଓ ଏକାଠି କାମ କରିବାକୁ ଚେଷ୍ଟା କରିବୁ।”

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସିଟ ଶେୟାରିଂକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି। ଦୁଇ ଦଳ ପରସ୍ପରକୁ ଖୋଲାଖୋଲି ବିରୋଧ ମଧ୍ୟ କରିଛନ୍ତି। ଏହାକୁ ନେଇ ଇଣ୍ଡିଆ ମେଣ୍ଟରେ ତିକ୍ତତା ଦେଖିବାକୁ ମିଳିଛି।

Jammu Kashmir Omar Abdullah Opposition