Advertisment

ନବୀନ ବାବୁ ‘ଥୈଲାବାଲା’(ଥଳି) ସରକାର ଚଳାଉଛନ୍ତି: ଅମିତ ଶାହ

ଗତକାଲି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ କରିଥିଲେ ସିଧା ହମଲା।

author-image
Manoj Swain

ଗତକାଲି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ କରିଥିଲେ ସିଧା ହମଲା। ଗଞ୍ଜାମର ସୋରଡ଼ାରେ ସଭାରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ କରିଛନ୍ତି କଡ଼ା ସମାଲୋଚନା। ଆଉ କହିଥିଲେ, ୨୫ ବର୍ଷରେ ନବୀନବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇଯାଇଛନ୍ତି। ଓଡ଼ିଶାର ଗରିବଙ୍କୁ ମୋଦିଜୀଙ୍କ ସରକାର ପ୍ରତି ମାସରେ ପ୍ରତି ବ୍ୟକ୍ତିକୁ ୫ କେଜି ଲେଖାଏଁ ଚାଉଳ ଦେଉଛନ୍ତି। ହେଲେ ନବୀନ ବାବୁ ସେହି ଚାଉଳକୁ ଥଳିରେ ପୂରାଇ ନିଜର ଫଟୋ ଲଗାଇ ଦେଉଛନ୍ତି। ଓଡ଼ିଆ ଲୋକ ତାଙ୍କୁ ଟାଟା, ବାଏ ବାଏ କରିଦେଲେଣି। ନବୀନ ବାବୁଙ୍କର ଆଉ ଆବଶ୍ୟକତା ନାହିଁ। ଏଠି ବିଜେପିର ମୁଖ୍ୟମନ୍ତ୍ରୀ ଆସିବାକୁ ଯାଉଛି ବୋଲି ଅମିତ ଶାହ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

Advertisment
Bjp Odisha Amit Shah