Advertisment

ପାଣ୍ଡିଆନଙ୍କୁ ଧମକାଇଥିଲେ ଅମିତ୍ ଶାହ!

ରାଜ୍ୟରେ ଆଗୁଆ ସାଧାରଣ ନିର୍ବାଚନ ହେବ ବୋଲି କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା।

ଅଦ୍ୟତନ ହୋଇଛି
Amit Shah-VK Pandian

Amit Shah-VK Pandian

Advertisment

ରାଜଧାନୀର ଏକ ଘରୋଇ ହୋଟେଲରେ ଗୃହମନ୍ତ୍ରୀ ଅମିତ ଶାହ ଓ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଆଜି ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି ବିରୋଧୀଦଳ ନେତା ଜୟନାରୟଣ ମିଶ୍ର। ଜୟନାରାୟଣ କହିଛନ୍ତି- ମୋ ପାଖରେ ବିଶେଷ ଖବର ନାହିଁ। ମୋ ପାଖରେ ଯେଉଁ ଖବର ଅଛି ସେଦିନ ପାଣ୍ଡିଆନଙ୍କୁ ଅମିତ ଶାହ ହୋଟେଲକୁ ଡାକି ଧମକାଇଥିଲେ। ରାଜ୍ୟରେ କାହିଁକି ଆଗୁଆ ନିର୍ବାଚନ କରିବ ବୋଲି ବି ପ୍ରଶ୍ନ କରିଥିଲେ?

Advertisment

ବିରୋଧୀଦଳ ନେତା ଆହୁରି କହିଛନ୍ତି, ବିଧାନସଭା ଭାଙ୍ଗିବା ଅଧିକାର ତମର ନାହିଁ। ନଚେତ୍ ଆମେ ରାଷ୍ଟ୍ରପତି ଶାସନ ଲାଗୁ କରିବୁ ବୋଲି ପାଣ୍ଡିଆନଙ୍କୁ ଅମିତ୍ ଶାହ କହିଥିଲେ।

ସେହିପରି ରାଜ୍ୟରେ ମୁଖ୍ୟ ଶାସନ ସଚିବଙ୍କର କ୍ଷମତା ବି ସଙ୍କୁଚିତ କରାଯାଇଥିବା ନେଇ ପାଣ୍ଡିଆନଙ୍କୁ ଶାହ ଧମକାଇଥିଲେ ବୋଲି ସୂଚନା ଦେଇଛନ୍ତି ଜୟନାରାୟଣ। ତେବେ ଏନେଇ ଫାଇଭ୍ ଟି ସଚିବ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

Advertisment

ରାଜ୍ୟରେ ଆଗୁଆ ସାଧାରଣ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିଛି ଦିନ ତଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ଅବଧିରେ ହେବ ତଥା ଜାତୀୟ ନିର୍ବାଚନ ଆୟୋଗ ଏନେଇ ତାରିଖ ଘୋଷଣା କରିବେ ବୋଲି ସେ କହିଥିଲେ ।

BjD State Bjp Amit Shah V.k Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe