Advertisment

ରାହୁଲ ଗାନ୍ଧିଙ୍କୁ ଦେଶର ୧ନଂ ଆତଙ୍କବାଦୀ କହିଲେ କେନ୍ଦ୍ରମନ୍ତ୍ରୀ

ସାମ୍ବାଦିକମାନଙ୍କୁ ନିଜର ପ୍ରତିକ୍ରିୟା ଦେଇ ବିଟ୍ଟୁ ବେଶ ଜୋରଦାର ଢଙ୍ଗରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ତାଙ୍କୁ ଦେଶର ସବୁଠାରୁ ବଡ଼ ଶତ୍ରୁ ଓ ତାଙ୍କୁ ଧରିବା ପାଇଁ ପୁରସ୍କାର ମଧ୍ୟ ଘୋଷଣା କରାଯିବା ଦରକାର ବୋଲି କହିଛନ୍ତି।

Union Minister

Union Minister

Advertisment

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶିଖମାନଙ୍କ ଉପରେ ଦେଇଥିବା ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ ସିଂହ ବିଟ୍ଟୁ। ସେ ରାହୁଲ ଗାନ୍ଧିଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ କହିଛନ୍ତି। ଏଥିସହ ରାହୁଲ ଗାନ୍ଧି ଭାରତୀୟ ନୁହନ୍ତି ବୋଲି ସେ ମତ ରଖିଛନ୍ତି।

Advertisment

ସାମ୍ବାଦିକମାନଙ୍କୁ ନିଜର ପ୍ରତିକ୍ରିୟା ଦେଇ ବିଟ୍ଟୁ ବେଶ ଜୋରଦାର ଢଙ୍ଗରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ତାଙ୍କୁ ଦେଶର ସବୁଠାରୁ ବଡ଼ ଶତ୍ରୁ ଓ ତାଙ୍କୁ ଧରିବା ପାଇଁ ପୁରସ୍କାର ମଧ୍ୟ ଘୋଷଣା କରାଯିବା ଦରକାର ବୋଲି କହିଛନ୍ତି। 

ସେ କହିଛନ୍ତି, “ପୂର୍ବରୁ ସେମାନେ ମୁସଲିମମାନଙ୍କୁ ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସମ୍ଭବ ହୋଇ ନଥିଲେ। ଏବେ ସେମାନେ ଶିଖ ମାନଙ୍କୁ ଭାଗ କରିବାକୁ ଚାହୁଁଛନ୍ତି। ରାହୁଲ ଗାନ୍ଧିଙ୍କ ପୂର୍ବରୁ ଦେଶର ମୋଷ୍ଟୱାଣ୍ଟେଡ ବ୍ୟକ୍ତିମାନେ ସମାନ କଥା କହିଥିଲେ। ଏପରି କି ଆତଙ୍କବାଦୀମାନେ ରାହୁଲ ଗାନ୍ଧିଙ୍କ ବୟାନକୁ ସମର୍ଥନ କରିଛନ୍ତି। ଯେତେବେଳେ ଏଭଳି ଲୋକମାନେ ରାହୁଲ ଗାନ୍ଧିଙ୍କୁ ସମର୍ଥନ କରୁଛନ୍ତି ସେତେବେଳେ ରାହୁଲ ଗାନ୍ଧି ହିଁ ଦେଶର ୧ନଂ ଆତଙ୍କବାଦୀ।”

Advertisment

ରବନୀତ ସିଂହ ବିଟ୍ଟୁ ଲୋକସଭା ନିର୍ବାଚନର ଠିକ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ସେ ଲୋକସଭା ନିର୍ବାଚନ ହାରି ପରାସ୍ତ ହେବା ପରେ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇ ମନ୍ତ୍ରୀ କରିଛି।

ସେ ଆହୁରି କହିଛନ୍ତି, “ମୋତ ମତ ହେଲା, ଯଦି ଦେଶର ଶତ୍ରୁ କିମ୍ବା ଯେକୌଣସି ଲୋକକୁ ଧରିବା ପାଇଁ ପୁରସ୍କାର ଘୋଷଣା କରାଯାଉଛି, ତା’ହେଲେ ଏହା ରାହୁଲ ଗାନ୍ଧିଙ୍କ ପାଇଁ ହେବା ଦରକାର।”

ରାହୁଲ ଗାନ୍ଧି ଆମେରିକାରେ ଭାରତର ଧାର୍ମିକ ସ୍ୱାଧୀନତା ଉପରେ ମତ ରଖିବା ବେଳେ ଶିଖଙ୍କ ଉଦାହରଣ ଦେଇଥିଲେ। ଭାରତରେ ଶିଖମାନେ ପଗଡ଼ି ଓ କଡ଼ା ପିନ୍ଧି ପାରିବେ କି ନାହିଁ, ସେଥିପାଇଁ ଲଢ଼େଇ ଚାଲିଥିବା ସେ କହିଥିଲେ।

ତେବେ ରବନୀତ ସିଂହ ବିଟ୍ଟୁ କହିଛନ୍ତି ଯେ ରାହୁଲ ଗାନ୍ଧି ଭାରତୀୟ ନୁହନ୍ତି ଓ ସେ ଅଧିକାଂଶ ସମୟରେ ଭାରତ ବାହାରେ ବିତାଇଛନ୍ତି। ସେ କହିଛନ୍ତି, “ଦେଖନ୍ତୁ, ମୋ ମତରେ ରାହୁଲ ଗାନ୍ଧି ଭାରତୀୟ ନୁହନ୍ତି। ସେ ବାହାରେ ଅଧିକାଂଶ ସମୟ ବିତାଇଛନ୍ତି। ତାଙ୍କ ବନ୍ଧୁ ଓ ପରିବାର ସେଠାରେ ଅଛନ୍ତି। ଏହି କାରଣ ପାଇଁ ମୁଁ ଭାବୁଛି ଯେ କିଛି ସ୍ଥାନରେ ଏହି ଦେଶ ପ୍ରତି ତାଙ୍କର ଭଲ ପାଇବା ସେତେଟା ନାହିଁ। ଏହି କାରଣ ପାଇଁ ସେ ବିଦେଶ ଯାଉଛନ୍ତି ଓ ଭାରତ ବିରୋଧରେ ନକାରାତ୍ମକ କଥା କହୁଛନ୍ତି।”

Rahul Gandhi Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe