Advertisment

ପାରାଦୀପ ବନ୍ଦର ବିକାଶ: ସହଯୋଗ କରୁନି ରାଜ୍ୟ ସରକାର, ଅସନ୍ତୋଷ ଝାଡ଼ିଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି । ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସବୁ ସହାୟତା ପାଇଁ ଆଗଭର ଅଛନ୍ତି।

BJP

BJP

Advertisment

ପାରାଦୀପ ବନ୍ଦରକୁ ଦେଶର ଏକ ନମ୍ବର ବନ୍ଦର କରିବାରେ ରାଜ୍ୟର ବିଜେଡି ସରକାର ବାଧକ ସାଜିଛି । ବନ୍ଦରଠୁ ପର୍ଯ୍ୟଟନ ପର୍ଯ୍ୟନ୍ତ କୌଣସି କ୍ଷେତ୍ରରେ ବି ରାଜ୍ୟ ସରକାରଙ୍କ ସହଯୋଗ ମିଳୁନି । ଆଜି ଏଭଳି କିଛି କହି ନିଜର ଅସନ୍ତୋଷ ଝାଡ଼ିଛନ୍ତି ଓଡ଼ିଶାରେ ଗସ୍ତରେ ଆସିଥିବା କେନ୍ଦ୍ର ଜାହାଜ ଚଳାଚଳ, ଜଳପଥ ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ।

Advertisment

ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଗାମୀ ବର୍ଷକ ମଧ୍ୟରେ ପାରାଦୀପ ବନ୍ଦର ଦେଶର ଏକ ନମ୍ବର ବନ୍ଦର ହେବ। ଯଦି ରାଜ୍ୟ ସରକାର ସହଯୋଗ କରିଥାନ୍ତେ ଏହି ସଫଳତା ବହୁ ବର୍ଷ ତଳୁ ହାସଲ କରାଯାଇ ପାରିଥାନ୍ତା । ବନ୍ଦରକୁ ଭଲ ଗମନାଗମନ ସୁବିଧା ନଥିବାରୁ ତାହା ହୋଇପାରୁନି । ରାସ୍ତା ଠିକ୍ ନାହିଁ । ବହୁତ ଅଣଓସାରିଆ ରାସ୍ତା । ସେଥିପାଇଁ ବନ୍ଦରକୁ ଠିକ୍ ଭାବେ ବ୍ୟବସାୟ ଆସୁନି । ରାସ୍ତା ଚଉଡ଼ା କରିବାକୁ ଅନେକଥର ରାଜ୍ୟ ସରକାରଙ୍କୁ ବନ୍ଦର କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଶୁଣୁନାହାନ୍ତି । ବନ୍ଦରକୁ ଭଲ ରାସ୍ତା ସଂଯୋଗ କରିବା ହେଉଛି ରାଜ୍ୟ ସରକାରଙ୍କ କାମ । ତଥାପି ରାଜ୍ୟ ସରକାରଙ୍କୁ ଆମେ ସାହାଯ୍ୟ-ସହଯୋଗ କରିବାକୁ ରାଜି ଅଛୁ । କିନ୍ତୁ ବହୁତ ବର୍ଷ ହେବ ରାଜ୍ୟ ସରକାର ବନ୍ଦର ରାସ୍ତାର ବିକାଶ କରୁନଥିବାରୁ ଆଶାନୁରୂପ ବ୍ୟବସାୟ ହେଉନି । ଯଦି ରାଜ୍ୟ ସରକାର ସଡ଼କ ଭିତ୍ତିଭୂମିରେ ସୁଧାର କରନ୍ତେ ଆସନ୍ତା ଏକବର୍ଷ ମଧ୍ୟରେ ପାରାଦୀପ ଦେଶର ଏକନମ୍ବର ବନ୍ଦର ହୋଇପାରନ୍ତା ।

ସେ ଏହି ଅବସରରେ ପାରାଦୀପ ବନ୍ଦରକୁ ସଂଯୋଗ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି । ଯଦି ରାଜ୍ୟ ସରକାର କିଛି ସାହାଯ୍ୟ ଚାହିଁବେ ତାହା କେନ୍ଦ୍ର ସରକାର ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏହା ଦ୍ୱାରା ଓଡ଼ିଶାର ଓ ଭାରତର ବିକାଶ ହେବ ବୋଲି ସେ କହିଛନ୍ତି ।

Advertisment

ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି । ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସବୁ ସହାୟତା ପାଇଁ ଆଗଭର ଅଛନ୍ତି। କେନ୍ଦ୍ର ସରକାର ପର୍ଯ୍ୟଟନ ବିକାଶ ପାଇଁ ପ୍ରସାଦ ଓ ସ୍ୱଦେଶ ଦର୍ଶନ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ଶ୍ରୀ ନାଏକ କହିଛନ୍ତି ।

Bjp State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe