Advertisment

ଜମୁଛି ମୟୂରଭଞ୍ଜ ରାଜନୀତି, ଆଜି ଭୋଟ୍‌ ମାଗିଲେ କେନ୍ଦ୍ର କୃଷିମନ୍ତ୍ରୀ

ଶିକ୍ଷା ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ସମାଲୋଚନା କରିଛନ୍ତି ଶ୍ରୀ ମୁଣ୍ଡା। ସେ କହିଛନ୍ତି, ଜିଲ୍ଲାରେ ଶିକ୍ଷା ଓ ରାଜସ୍ୱ ମନ୍ତ୍ରୀ ଥାଇ ମଧ୍ୟ ଜିଲ୍ଲାରେ ଶିକ୍ଷାର ବିକାଶ ହୋଇନାହିଁ।

Arjun Munda

Arjun Munda

Advertisment

ଜୁନ୍‌ ୧ ତାରିଖରେ ହେବ ମୟୂରଭଞ୍ଜ ଜିଲ୍ଲାରେ ମତଦାନ। ସେଥିପାଇଁ ଜମୁଛି ମୟୂରଭଞ୍ଜ ରାଜନୀତି। ଆଜି ପ୍ରଚାର କରିବାକୁ ଆସିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା। ସେ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

Advertisment

ଆଜି ଅପରାହ୍ନରେ ଉଦଳା ନିର୍ବାଚନମଣ୍ଡଳୀ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ହାତୀମୋଡାଠାରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ। ସେଠାରେ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା। ତା’ପରେ ତାଙ୍କୁ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା। ସଭାରେ ଉଦଳା ବିଧାୟକ ପାର୍ଥୀ ଭାସ୍କର ମଢେଇ, ଲୋକସଭା ପାର୍ଥୀ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜ ଦେଓ ପ୍ରମୁଖ ଯୋଗଦେଇଥିଲେ।

ସଭାରେ କୃଷିମନ୍ତ୍ରୀ କରିଛନ୍ତି, ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ବିଜେଡି ସରକାର ଚାଲିଛି। ହେଲେ ଲୋକଙ୍କର ବିକାଶ ହୋଇନାହିଁ। ଆଦିବାସୀ ମହିଳା ଓ ଯୁବକ ଆଜି ମଧ୍ୟ ଅବହେଳିତ ହୋଇ ରହିଛନ୍ତି। ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସବୁବେଳେ ଆଦିବାସୀମାନଙ୍କ ବିକାଶ ଦିଗରେ କାମ କରୁଛନ୍ତି। ଡବଲ ଇଞ୍ଜିନ ସରକାର ଆସିଲେ, ମହିଳାମାନଙ୍କ ବିକାଶ ସହିତ ସୁଭଦ୍ରା ଯୋଜନାରେ ୫୦ ହଜାର ଲେଖାଏଁ ଚେକ୍‌ ପ୍ରଦାନ କରାଯିବ। ଆଦିବାସୀ ଯୁବକ ଓ ଯୁବତୀମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେନାହିଁ। ନିଜ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରାଯାଇ ନିଯୁକ୍ତି କରାଯିବ ବୋଲି ଶ୍ରୀ ମୁଣ୍ଡା କହିଛନ୍ତି।

Advertisment

ଶିକ୍ଷା ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ସମାଲୋଚନା କରିଛନ୍ତି ଶ୍ରୀ ମୁଣ୍ଡା। ସେ କହିଛନ୍ତି, ଜିଲ୍ଲାରେ ଶିକ୍ଷା ଓ ରାଜସ୍ୱ ମନ୍ତ୍ରୀ ଥାଇ ମଧ୍ୟ ଜିଲ୍ଲାରେ ଶିକ୍ଷାର ବିକାଶ ହୋଇନାହିଁ। ଖଣି ଖାଦାନ ଦିନ ଦି’ ପ୍ରହରରେ ଲୁଟ ହେଉଛି। ତେଣୁ ରାଜ୍ୟରେ ମୋଦିଙ୍କୁ ୫ବର୍ଷ ସୁଯୋଗ ଦେବାକୁ କର୍ମୀମାନଙ୍କୁ ଅନୁରୋଧ କରିଥିଲେ ଶ୍ରୀ ମୁଣ୍ଡା।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Bjp Baripada General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe