Advertisment

ଜୟନାରାୟଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

‘ନବୀନବାବୁଙ୍କ ଦୟାରେ ଜୟନାରାୟଣ ବାବୁ ବିରୋଧୀ ଦଳ ନେତା ହୋଇନାହାନ୍ତି। ଭାରତୀୟ ଜନତା ପାର୍ଟିର ପାର୍ଲାମେଣ୍ଟାରୀ ବୋର୍ଡର ନିଷ୍ପତ୍ତିରେ ହୋଇଛନ୍ତି।’

author-image
Manoranjan Sial
ଅଦ୍ୟତନ ହୋଇଛି
Dharmendra Pradhan

Dharmendra Pradhan

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ଥାନା ଅଧିକାରୀ ଧସ୍ତାଧସ୍ତି ବିବାଦ ଘନେଇବାରେ ଲାଗିଛି। ଏହି ପ୍ରସଙ୍ଗରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ସରକାରୀ ଦଳ ନିଜର ଦୋଷ ଦର୍ବଳତା ଲୁଚାଇବା ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି।

Advertisment

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନବୀନବାବୁଙ୍କ ଦୟାରେ ଜୟନାରାୟଣ ବାବୁ ବିରୋଧୀ ଦଳ ନେତା ହୋଇନାହାନ୍ତି। ଭାରତୀୟ ଜନତା ପାର୍ଟିର ପାର୍ଲାମେଣ୍ଟାରୀ ବୋର୍ଡର ନିଷ୍ପତ୍ତିରେ ହୋଇଛନ୍ତି। ବାକି ରହିଲା ନୈତକତା କଥା- ରାଜ୍ୟରେ ଅଧା ଡଜନରୁ ଅଧିକ ମନ୍ତ୍ରୀ ପ୍ରତ୍ୟକ୍ଷ ହତ୍ୟା ଓ ବିଭିନ୍ନ କେଳେଙ୍କାରୀରେ ଅଭିଯୁକ୍ତ ଅଛନ୍ତି। ସେମାନଙ୍କ ଉପରେ ଓଡ଼ିଶାବାସୀ ଅଙ୍ଗୁଳି ଉଠାଇଲା ପରେ ମଧ୍ୟ ଅଛନ୍ତି। ତେଣୁ ଚାଲୁଣି କ’ଣ ଛୁଞ୍ଚିକି କହିବ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ରାଜନୀତିରେ ହିଂସାର ସ୍ଥାନ ନାହିଁ। କିନ୍ତୁ ପ୍ରସଙ୍ଗ କେବଳ ଜୟନାରାୟଣ ମିଶ୍ର ନୁହନ୍ତି। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଓଡ଼ିଶା ପୁଲିସ୍‌ର ଏଏସ୍‌ଆଇ ସ୍ତରର ଜଣେ ବ୍ୟକ୍ତି ଗୁଳି କରି ମାରିଦେଲା। ଗୀତ କ’ଣ ଚାଲିଛି, ଆମେ ଗୋପାଳକୁ ଧରିଦେଲୁ। ଗୋପାଳ କେଉଁଠି ଲୁଚିଥିଲା କି? ନିଜର ଅଯୋଗ୍ୟତାକୁ ଲୁଚାଇବା ପାଇଁ ଇଏ ଏକ ଭେଳିକି। ଓଡ଼ିଶାରେ ଆଇନ୍‌ଶୃଙ୍ଖଳା ସ୍ଥିତି ଖରାପରୁ ଖରାପ ହେବାରେ ଲାଗିଲାଣି। କେବେ ରାଜ୍ୟ ସରକାରଙ୍କର କେବେ ଚେତା ପଶିବ ଜଣାନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ବୁଧବାର ବିଜେପି କର୍ମୀମାନେ ସମ୍ୱଲପୁର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବାକୁ ଯାଇଥିବା ବେଳେ ପୁଲିସ୍‌ ଅଟକାଇଥିଲା। ଏହି ସମୟରେ ବିଧାୟକ ଜୟରାୟଣ ମିଶ୍ର ଓ ଧନୁପାଲି ଥାନା ଅଧିକାରୀ ମୁହାଁମୁହିଁ ହୋଇଥିଲେ। ସେମାନଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ହୋଇଥିଲେ। ଏହାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଥାନା ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ବିଜେଡି ଆଜି ହୋ-ହଲ୍ଲା କରିଛି। ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି।

BjD Bjp State Bjp Sambalpur Dharmendra Pradhan Jaynarayan Mishra