Advertisment

'ବେଟି ବଚାଓ, ବେଟି ପଢ଼ାଓ'କୁ ଭୁଲ୍ ଲେଖିଲେ କେନ୍ଦ୍ର ମନ୍ତ୍ରୀ, ଏପରି କହିଲା କଂଗ୍ରେସ

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର 'ବେଟି ବଚାଓ, ବେଟି ପଢ଼ାଓ' ଠିକ୍ ଭାବେ ଲେଖିନପାରିବାକୁ ନେଇ ଘେରିଛି କଂଗ୍ରେସ।

author-image
Debibandita Barick
Savitri Thakur

Savitri Thakur

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ସାବିତ୍ରୀ ଠାକୁର ବେଟି 'ବେଟି ବଚାଓ, ବେଟି ପଢ଼ାଓ'କୁ ସଠିକ୍ ଭାବେ ଲେଖି ପାରିନାହାନ୍ତି, ଯାହାକୁ ନେଇ ବିଜେପି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଜଣେ ମନ୍ତ୍ରୀ ନିଜ ମାତୃଭାଷାକୁ ସଠିକ୍ ଭାବେ ଲେଖିନପାରିବା ଗଣତନ୍ତ୍ର ପାଇଁ ଏକ ଦୁର୍ଭାଗ୍ୟ ବୋଲି କହିଛନ୍ତି କଂଗ୍ରେସ ନେତା କେକେ ମିଶ୍ରା।

Advertisment

ପ୍ରକାଶ ଥାଉକି, ଆଜି ମଧ୍ୟପ୍ରଦେଶରେ ଅନୁଷ୍ଠିତ ହୋଇଥିବା 'ସ୍କୁଲ୍ ଚଲୋ ଅଭିଯାନ' ଅଧୀନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର। ଏହି ସମୟରେ ସେ ଏକ ହ୍ୱାଇଟବୋର୍ଡରେ ବିଜେପି ସରକାରଙ୍କ 'ବେଟି ବାଚାଓ, ବେଟି ପଢାଓ' ସ୍ଲୋଗାନକୁ ଲେଖିଥିଲେ। କିନ୍ତୁ ସେ ଏହାକୁ ଭୁଲ୍ ଭାବେ 'ବେଢ଼ି ପଢାଓ ବଚାଓ' ଲେଖିଥିଲେ।

ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା କେକେ ମିଶ୍ରା ମନ୍ତ୍ରୀ ଠାକୁରଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବା ସହ ଆଫିଡେଭିଟ ଅନୁସାରେ ମନ୍ତ୍ରୀ ଠାକୁର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ, ଗଣତନ୍ତ୍ରର ଦୁର୍ଭାଗ୍ୟ ଯେ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଏବଂ ବଡ ବିଭାଗରେ ଥିବା ବ୍ୟକ୍ତିମାନେ ମାତୃଭାଷାରେ ମଧ୍ୟ ଦକ୍ଷ ନୁହଁନ୍ତି। ତେବେ ସେମାନେ କିପରି ସେମାନଙ୍କର ମନ୍ତ୍ରଣାଳୟ ଚଳାଇବାରେ ସକ୍ଷମ ହେବେ? ନିର୍ବାଚନ ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରଖିବା ପାଇଁ ସମ୍ବିଧାନରେ ସଂଶୋଧନ ଅଣାଯାଉ। 

ଗୋଟିଏ ପଟେ ଦେଶର ନାଗରିକମାନେ ସାକ୍ଷର ବୋଲି ଦାବି କରାଯାଉ ଥିବାବେଳେ ଅନ୍ୟ ପଟେ ଦାୟିତ୍ୱବାନ ବ୍ୟକ୍ତିଙ୍କ ମଧ୍ୟରେ ସାକ୍ଷରତା ଅଭାବ ରହିଛି। ବାସ୍ତବରେ ସତ କଣ? ଏହା କୌଣସି ବ୍ୟକ୍ତିର ସମସ୍ୟା ନୁହେଁ, ବ୍ୟବସ୍ଥା ସମ୍ବନ୍ଧୀୟ ସମସ୍ୟା ବୋଲି କେକେ ମିଶ୍ରା କହିଛନ୍ତି। 

Union Minister Madhya Pradesh Beti Bachao Beti Padhao Savitri Thakur