Advertisment

ବିଜେପିକୁ ଅହଂକାରୀ କହିଲେ ଆରଏସଏସ ନେତା: କେନ୍ଦ୍ରମନ୍ତ୍ରୀ ଦେଲେ ଏମିତି ଜବାବ

ଆରଏସଏସ ନେତା ଇନ୍ଦ୍ରେଶ କୁମାର ବିଜେପିକୁ ସମାଲୋଚନା କରିବା ସହ ୨୦୨୪ ଲୋକସଭାରେ ଦଳ ମ୍ୟାଜିକ ନମ୍ବର ହାସଲ କରି ନ ପାରିବା ପଛରେ ଅହଂକାର ହିଁ ଏକମାତ୍ର କାରଣ ବୋଲି ସେ କହିଥିଲେ।

RSS

RSS

Advertisment

କେନ୍ଦ୍ରରେ ଏକାକୀ ସରକାର ଗଠନ କରିବାକୁ ସକ୍ଷମ ହୋଇ ନଥିବା ବିଜେପିକୁ ଆରଏସଏସ ନେତା ଇନ୍ଦ୍ରେଶ କୁମାର କଟାକ୍ଷ କରିଛନ୍ତି। ସେ ବିଜେପି ପ୍ରତି ଅହଂକାର ଶବ୍ଦ ପ୍ରୟୋଗ କରିଛନ୍ତି। ବିଜେପିର ବିଚାରଧାରା ଆରଏସଏ ସହ ଜଡ଼ିତ ଥିବା ବେଳେ ସଂଘ ପରିବାର ଜଣେ ବରିଷ୍ଠ ନେତା ଏପରି ଶବ୍ଦ ପ୍ରୟୋଗ କରିବାକୁ ସମସ୍ତଙ୍କୁ ଚିକିତ କରିଛି।

Advertisment

ବୟାନକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭଗବାନ ରାମ ଏନଡିଏକୁ ଜନାଦେଶ ଦେଇଛନ୍ତି। ସେମାନେ ଏହା ଉପରେ କାମ କରୁଛନ୍ତି। ବୟାନ ଦେଇ ଯିଏ ଖୁସି ହେବାର ଅଛି ହୁଅନ୍ତୁ। ଯେଉଁମାନେ ଏପରି କହୁଛନ୍ତି, ସେମାନେ ଥରେ ନିଜ ବିଷୟରେ ଚିନ୍ତା କରନ୍ତୁ ବୋଲି ମାଞ୍ଝୀ କହିଛନ୍ତି।

ଆରଏସଏସ ନେତା ଇନ୍ଦ୍ରେଶ କୁମାର ବିଜେପିକୁ ସମାଲୋଚନା କରିବା ସହ ୨୦୨୪ ଲୋକସଭାରେ ଦଳ ମ୍ୟାଜିକ ନମ୍ବର ହାସଲ କରି ନ ପାରିବା ପଛରେ ଅହଂକାର ହିଁ ଏକମାତ୍ର କାରଣ ବୋଲି ସେ କହିଥିଲେ।

Advertisment

ରାଜସ୍ଥାନର ଜୟପୁର ନିକଟବର୍ତ୍ତୀ କାଣ୍ଟୋରେ ଆୟୋଜିତ ରାମରଥ ଅଯୋଧ୍ୟା ଯାତ୍ରା ଦର୍ଶନ ପୂଜନ ସମାରୋହରେ ଇନ୍ଦ୍ରେଶ କୁମାର କହିଛନ୍ତି, “ଭଗବାନ ରାମଙ୍କ ଭକ୍ତି କରୁଥିବା ଦଳ ଅହଂକାରୀ ହୋଇଯିବାରୁ ୨୪୧ରେ ଅଟକି ଗଲା। ସେହିପରି ରାମଙ୍କ ଉପରେ ବିଶ୍ୱାସ ରଖି ନଥିବା ଦଳଗୁଡ଼ିକ ଏକାଠି ହୋଇ ୨୩୪ରେ ଅଟକି ଯାଇଛନ୍ତି।” ଇନ୍ଦ୍ରେଶ ବିଜେପି ପାଇଁ ୨୪୧ ଓ ଇଣ୍ଡିଆ ମେଣ୍ଟ ପାଇଁ ୨୩୪ ବ୍ୟବହାର କରିଛନ୍ତି।

ଅଯୋଧ୍ୟାର ରାମ ମନ୍ଦିର ଥିବା ଫୈଜାବାଦରେ ସାମାଜବାଦୀ ପାର୍ଟିର ଅୱଧେଶ ପ୍ରସାଦ ବିଜେପି ସାଂସଦ ଲାଲୁ ସିଂହଙ୍କୁ ମଧ୍ୟ ପରାସ୍ତ କରିଥିଲେ। ଏହା ଉପରେ ଇନ୍ଦ୍ରେଶ କୁମାର କହିଛନ୍ତି, “ଗଣତନ୍ତ୍ରଣରେ ରାମ ରାଜ୍ୟର ବିଧାନକୁ ଦେଖନ୍ତୁ। ଯେଉଁମାନେ ଦିନେ ରାମଙ୍କ ଭକ୍ତି କରୁଥିଲେ, ସେମାନେ କିନ୍ତୁ ସମୟକ୍ରମେ ଅହଂକାରୀ ହୋଇଗଲେ।

ଅବଶ୍ୟ ସେମାନେ ସର୍ବବୃହତ୍ତ ଦଳ ହୋଇଛନ୍ତି। ହେଲେ ମିଳିବାକୁ ଥିବା ଭୋଟ ଓ କ୍ଷମତାକୁ ଭଗବାନ ସେମାନଙ୍କ ଅଂହକାର ଯୋଗୁ ଅଟକାଇ ଦେଇଛନ୍ତି। ଭଗବାନ ରାମ କାହାକୁ ନିରାଶ କରନ୍ତି ନାହିଁ। ଭଗବାନ ରାମ ସମସ୍ତଙ୍କୁ ନ୍ୟାୟ ଦିଅନ୍ତି। ସେ ଦିଅନ୍ତି ଓ ଆଗକୁ ମଧ୍ୟ ଦେଇ ଚାଲନ୍ତି।”

ଏହାର ଦିନକୁ ପୂର୍ବରୁ ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ ମଧ୍ୟ କହିଥିଲେ ଯେ ଜଣେ ପ୍ରକୃତ ସେବକର କୌଣସି ଅହଂକାର ନଥାଏ। ସେ ସବୁବେଳେ ସମ୍ମାନର ସହ ଲୋକମାନଙ୍କ ସେବା କରନ୍ତି।

Bjp Rss
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe