Advertisment

ଆଜି ଆସିବେ ସ୍ମୃତି ଇରାନୀ; ୩ ଜନସଭାରେ ଯୋଗ ଦେବେ

ରାଜ୍ୟର ୩ଟି ସ୍ଥାନରେ ବିଜେପିର ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି ଇରାନୀ । କୁଜଙ୍ଗ, ଆଳି ଓ ରେମୁଣାରେ ତିନିଟି ଜନସଭା କରିବେ ସ୍ମୃତି।

smriti irani

smriti irani

Advertisment

ନିର୍ବାଚନୀ ପ୍ରଚାର ନିମନ୍ତେ ଘନ ଘନ ଓଡ଼ିଶା ଆସୁଛନ୍ତି ହେଭିୱେଟ ବିଜେପି ନେତା। କରୁଛନ୍ତି ତୁହାକୁ ତୁହା ନିର୍ବାଚନୀ ପ୍ରଚାର । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।

Advertisment

ରାଜ୍ୟର ୩ଟି ସ୍ଥାନରେ ବିଜେପିର ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି ଇରାନୀ । କୁଜଙ୍ଗ, ଆଳି ଓ ରେମୁଣାରେ ତିନିଟି ଜନସଭା କରିବେ ସ୍ମୃତି।ପାରାଦୀପର କୁଜଙ୍ଗଠାରେ ପ୍ରଥମ ସଭାରେ ଯୋଗ ଦେବେ ସ୍ମୃତି ଇରାନୀ। ଏହାପରେ ଆସିବେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ଆଳି। ପରେ ରେମୁଣାରେ ନିର୍ବାଚନୀ ସଭାରେ ଯୋଗଦେବେ।

ବିଜେପିର ସୁଭଦ୍ରା ଯୋଜନାର ଲକ୍ଷ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିବେ କେନ୍ଦ୍ରମନ୍ତ୍ରୀ। ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ। ଏହାର ପ୍ରଚାର ପ୍ରସାର ପାଇଁ ଆଜି ସ୍ମୃତି ଇରାନି ଓଡ଼ିଶା ଆସୁଛନ୍ତି। ସ୍ମୃତିଙ୍କ ଗସ୍ତ ରାଜ୍ୟ ବିଜେପିକୁ ଅଧିକ ସଶକ୍ତ କରିବ ବୋଲି ଦଳ ଆଶା ରଖିଛି ।

Advertisment

ଚଳିତ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା। ଏଥର ଓଡ଼ିଶାରେ ପଦ୍ମ ଫୁଟାଇବା ନିମନ୍ତେ ଦଳର ତୁଙ୍ଗ ନେତାମାନେ ତୁହାକୁ ତୁହା ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଉ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି।

ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି ଇତି ମଧ୍ୟରେ ୩ ଥର ଓଡ଼ିଶା ଆସି ସାରିଲେଣି। ସେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାରକୁ ସମ୍ବୋଧନ କରିବା ସହ ଭୁବନେଶ୍ୱର ଓ ପୁରୀରେ ବିଶାଳ ରୋଡ ଶୋ‘ କରି ବିଜେପିର ଶକ୍ତି ପ୍ରଦର୍ଶନ କରି ସାରିଛନ୍ତି। ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ମାସରେ ତିନି ଥର ଓଡ଼ିଶା ଆସିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଦ ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଥୁରା ସାଂସଦ ତଥା ବର୍ଷୀୟାନ ଅଭିନେତ୍ରୀ ହେମାମାଳିନୀ ପ୍ରମୁଖ ଥରକୁ ଥର ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି।

Smriti Irani 2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe