Advertisment

୭୭ ହଜାର ଭୋଟ୍ ପଛରେ ସ୍ମୃତି ଇରାନୀ, କଂଗ୍ରେସ ପ୍ରାର୍ଥୀ ଆଗରେ

ଗତ ନିର୍ବାଚନରେ ଉତ୍ତର ପ୍ରଦେଶ ଆମେଠି ଆସନରୁ ରାହୁଲ ଗାନ୍ଧିଙ୍କୁ ପରାଜିତ କରିଥିଲେ ସ୍ମୃତି ଇରାନୀ।

ଅଦ୍ୟତନ ହୋଇଛି
Smruti Irani

Smruti Irani

Advertisment

ଉତ୍ତର ପ୍ରଦେଶ ଆମେଠି ଆସନରେ ପଛରେ ପଡ଼ି ଯାଇଛନ୍ତି ବିଜେପିର ହେଭି ୱେଟ୍ ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଗତ ନିର୍ବାଚନରେ ଏହି ଆସନରୁ ରାହୁଲ ଗାନ୍ଧିଙ୍କୁ ପରାଜିତ କରି ସଂସଦଙ୍କୁ ନିର୍ବାଚିତ ହୋଇଥିଲେ ସ୍ମୃତି। କିନ୍ତୁ ଏଥର ତାଙ୍କୁ କଂଗ୍ରେସ ପ୍ରାର୍ଥୀ କେଏଲ ଶର୍ମା ତାଙ୍କୁ ପଛରେ ପକାଇ ଦେଇଛନ୍ତି।

Advertisment

ଗାନ୍ଧି ପରିବାରର ଘନିଷ୍ଠ କୁହାଯାଉଥିବା କେଏଲ ଶର୍ମା ସ୍ମୃତି ଇରାନୀଙ୍କଠାରୁ ୭୭ ହଜାର ଭୋଟ୍ ଆଗରେ ଅଛନ୍ତି। ଏହି ଆସନରୁ ଗତ ନିର୍ବାଚନରେ ପରାଜିତ ହୋଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ଏଥର ଆମେଠି ଦାୟିତ୍ୱ କେଏଲ ଶର୍ମାଙ୍କୁ ହସ୍ତାନ୍ତର କରି ମାଆ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଗଡ଼ ରାଏବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ରାହୁଲ ଗାନ୍ଧି ଏଥର ମଧ୍ୟ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯେଉଁଥିରେ ଉତ୍ତର ପ୍ରଦେଶର ରାଏବରେଲି ସହ କେରଳର ୱାଏନାଡ଼ ନିର୍ବାଚନମଣ୍ଡଳୀ ରହିଛି।

Advertisment

ବର୍ତ୍ତମାନର ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧି ଏହି ଦୁଇ ଆସନରେ ଆଗରେ ରହିଛନ୍ତି। ରାଏବରେଲିରୁ ରାହୁଲ ଗାନ୍ଧି ଦେଢ ଲକ୍ଷ ଭୋଟରେ ଆଗରେ ଅଛନ୍ତି। ସେହିପରି ୱାଏନାଡ଼ରୁ ମଧ୍ୟ ୮୦ ହଜାର ଭୋଟରେ ଆଗୁଆ ଅଛନ୍ତି।   

Congress Rahul Gandhi Smriti Irani Amethi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe