Advertisment

ଚଲିକା ମଝିରେ ଫସିଲେ କେନ୍ଦ୍ରମନ୍ତ୍ରୀ, ଦୁଇ ଘଣ୍ଟା ପରେ ଉଦ୍ଧାର

କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ। ବୁଝାବୁଝି କରିବା ପରେ ଜଣାପଡ଼ିଲା ମନ୍ତ୍ରୀଙ୍କ ଡଙ୍ଗା ଚିଲିକା ଭିତରେ ଫସି ଯାଇଛି।

author-image
Manoranjan Sial
Minister

Minister

ଚଲିକା ମଝିରେ ଫସିଲେ କେନ୍ଦ୍ରମନ୍ତ୍ରୀ। ଦୁଇ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ବିଳମ୍ୱ ହେବାରୁ ମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ରାତିରେ କେନ୍ଦ୍ରମନ୍ତ୍ରୀ ପୁରୀ ଫେରି ଯାଇଥିବା ଜଣାପଡ଼ିଛି।

Advertisment

ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁରେ ସାଗର ପରିକ୍ରମା କାର୍ଯ୍ୟକ୍ରମ ରହିଥିଲେ। ଏଥିରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଯାଉଥିଲେ। ଅପରାହ୍ନ ପ୍ରାୟ ୪.୧୫ ମିନିଟ୍‌ରେ ଉଭୟ ଅରଖପଦା ଘାଟରୁ ଡଙ୍ଗାରେ ବାହାରି ଥିଲେ। ସାଙ୍ଗରେ କିଛି ସାଥୀ ମଧ୍ୟ ଥିଲେ। ସନ୍ଧ୍ୟା ୫.୧୫ ସୁଦ୍ଧା ସଭା ସ୍ଥଳରେ ମନ୍ତ୍ରୀ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ହେଲେ ସଞ୍ଜ ଯାଇ ରାତି ହେଲା। ମନ୍ତ୍ରୀଙ୍କ ଦେଖା ମିଳିଲା ନାହିଁ।

ଅନ୍ୟପକ୍ଷରେ ମନ୍ତ୍ରୀ ଆସିନଥିବାରୁ ସଭା କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ। ଯେଉଁଥିପାଇଁ ସଭାକୁ ବନ୍ଦ କରିବାକୁ ପଡ଼ିଥିଲା। ସେପଟେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ। ବୁଝାବୁଝି କରିବା ପରେ ଜଣାପଡ଼ିଲା ମନ୍ତ୍ରୀଙ୍କ ଡଙ୍ଗା ଚିଲିକା ଭିତରେ ଫସି ଯାଇଛି। ଶୁଣିବାକୁ ମିଳୁଛି, ଡଙ୍ଗାରେ ଲାଗିଥିବା ଚକିରେ ମାଛ ଧରା ଜାଲ ଗୋଡ଼ାଇ ଯାଇଥିବାରୁ ଡଙ୍ଗା ଆଗକୁ ଯାଇ ପାରୁନାହିଁ। ଆଉ କିଛି କହୁଛନ୍ତି ରୁଟ୍‌ ଭୁଲ ହୋଇଥିବାରୁ ସାତପଡ଼ାକୁ ଯିବା ପାଇଁ ରାସ୍ତା ପାଉନଥିଲେ। କିନ୍ତୁ ପ୍ରକୃତ କାରଣ ଜଣାପଡ଼ି ନାହିଁ।

Advertisment

ମନ୍ତ୍ରୀଙ୍କ ଡଙ୍ଗା ଫସିଥିବା ଖବର ପାଇଁ ଦୁଇ ଡଙ୍ଗା ସେଠାକୁ ଯାଇଥିଲା। ରାତି ପ୍ରାୟ ୮ଟା ବେଳେ ମନ୍ତ୍ରୀଙ୍କୁ ଉଦ୍ଧାର କରି ସାତପଡ଼ାକୁ ଆଣିଥିଲେ। ଶେଷ ଖବର କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଫେରି ଯାଇଛନ୍ତି। ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ବା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Bjp Chilika Lake