ଲୋକସଭା ନିର୍ବାଚନ: ହାରିଲେ ଅନେକ କେନ୍ଦ୍ରମନ୍ତ୍ରୀ

ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨ ହୋଇଥିବା ବେଳେ ବିଜେପି ୨୪୦ ସିଟ ଜିତିଛି।

MP

ସ୍ମୃତି ଇରାନୀ, ଅଜୟ ମିଶ୍ରା ଟେନି, ରାଜୀବ ଚନ୍ଦ୍ରଶେଖର ଓ ଅର୍ଜୁନ ମୁଣ୍ଡା (ଫାଇଲ ଫଟୋ)

Hemant Lenka
  • Published: Wednesday, 05 June 2024
  • Updated: 05 June 2024, 05:33 PM IST

Sports

Latest News

ଚଳିତ ଲୋକସଭା ନିର୍ବାଚନର ରେଜଲ୍ଟ ବିଜେପିର ନାରା ଅନୁସାରେ ହୋଇନାହିଁ। ଦଳ ୨୦୧୪ ଓ ୨୦୧୯ ଅପେକ୍ଷା ଏଥର ବହୁତ କମ ଆସନ ଜିତିଛି। ସ୍ଥିତି ଏପରି ହୋଇଛି ଯେ ଦଳ ଏକାକୀ ସରକାର ଗଠନ କରିବାକୁ ମଧ୍ୟ ସକ୍ଷମ ନୁହେଁ।

ତେଣୁ ବିଜେପିକୁ ଏବେ ସହଯୋଗୀ ଦଳମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨ ହୋଇଥିବା ବେଳେ ବିଜେପି ୨୪୦ ସିଟ ଜିତିଛି।

Also Read

ଦଳକୁ ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ହରିଆଣାରେ ବଡ଼ ଝଟକା ମଧ୍ୟ ଲାଗିଛି। ଓଡ଼ିଶାରେ ଦଳ ଦମଦାର ପ୍ରଦର୍ଶନ କରିବା ସହ ୨୧ରୁ ୨୦ଟି ଲୋକସଭା ଆସନ ଜିତିଛି। ତେବେ ଚଳିତ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ, ଅର୍ଜୁନ ମୁଣ୍ଡା, ରାଜୀବ ଚନ୍ଦ୍ରଶେଖର ଓ ଅଜୟ ମିଶ୍ରା ଟେନିଙ୍କ ଭଳି ଅନେକ ହେଭିୱେଟଙ୍କୁ ମାଟି କାମୁଡ଼ିବାକୁ ପଡ଼ିଛି।

କେଉଁ ସବୁ କେନ୍ଦ୍ରମନ୍ତ୍ରୀ ହାରିଲେ

୧- ସ୍ମୃତି ଇରାନୀ: ଆମେଠି ଆସନରେ ସ୍ମୃତି ଇରାନୀଙ୍କୁ କଂଗ୍ରେସ ଠାରୁ ପରାସ୍ତ ହେବାକୁ ପଡ଼ିଛି। ୨୦୧୯ରେ ସ୍ମୃତି ଏଠାରେ ରାହୁଲ ଗାନ୍ଧିଙ୍କୁ ହରାଇଥିଲେ। କିନ୍ତୁ ଏଥର କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ତାଙ୍କୁ ୧,୬୭,୧୯୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

୨- ଅଜୟ ମିଶ୍ରା ଟେନି: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଅମିତ ଶାହଙ୍କ ଡେପୁଟି ଭାବେ କାମ କରୁଥିବା ଅଜୟ ମିଶ୍ରା ଟେନିଙ୍କୁ ଲକ୍ଷ୍ମୀପୁର ଖେରିରେ ହାରିବାକୁ ପଡ଼ିଛି। ଏହି ଲକ୍ଷ୍ମୀପୁର ଖେରିରେ ଟେନିଙ୍କ ପୁଅ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଜେଲ ଯାଇଥିଲେ। ଅଜୟ ମିଶ୍ରାଙ୍କୁ ସପା ପ୍ରାର୍ଥୀ ଉତ୍କର୍ଷ ବର୍ମା ୩୪,୩୨୯ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି।

୩- ଅର୍ଜୁନ ମୁଣ୍ଡା: କେନ୍ଦ୍ର କୃଷି ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଅର୍ଜୁନ ମୁଣ୍ଡାଙ୍କୁ ଝାରଖଣ୍ଡର କୁନ୍ତି ଆସନରୁ ହାରିବାକୁ ପଡ଼ିଛି। ତାଙ୍କୁ କଂଗ୍ରେସର କାଳୀଚରଣ ମୁଣ୍ଡା ୧,୪୯,୬୭୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

୪- କୈଳାସ ଚୌଧୁରୀ: କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ରାଜସ୍ଥାନର ବାରମେର ଆସନରୁ ନିର୍ବାଚନ ଲଢ଼ୁଥିଲେ। ତାଙ୍କୁ କଂଗ୍ରେସର ଉମେଦା ରାମ ବେନିୱାଲ ୪,୧୭,୯୪୩ ଖଣ୍ଡ ଭୋଟରେ ହରାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୈଳାସଙ୍କ ଠାରୁ ବାରମେରରେ ସ୍ୱାଧୀନ ପ୍ରାର୍ଥୀ ରବୀନ୍ଦ୍ର ସିଂହ ଭାଟି ଅଧିକ ଭୋଟ ପାଇଛନ୍ତି।

୫- ରାଜୀବ ଚନ୍ଦ୍ରଶେଖର: କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରାଜୀବଙ୍କୁ ଥିରୁଅନନ୍ତପୁରମରେ ହାରିବାକୁ ପଡ଼ିଛି। ତାଙ୍କୁ କଂଗ୍ରେସ ହେଭିୱେଟ ଶଶି ଥରୁରଙ୍କ ଠାରୁ ୧୬,୦୭୭ ଖଣ୍ଡ ଭୋଟରେ ହାରିବାକୁ ପଡ଼ିଛି।

ବିଜେପିର ବିପର୍ଯ୍ୟୟ ଏହି ୫ ଜଣ ହେଭିୱେଟଙ୍କ ପାଖରେ ଅଟକି ନାହିଁ। ମହେନ୍ଦ୍ର ନାଥ ପାଣ୍ଡେ, କୌଶଲ କିଶୋର, ସ୍ୱାଧୀ ନିରଞ୍ଜନ ଜ୍ୟୋତି, ସଞ୍ଜୀବ ବାଲିୟାନ, ରାଓ ସାହେବ ଧାନଭେ, ଆରକେ ସିଂହ, ଭି ମୁରଲୀଧରନ, ଏଲ ମୁରୁଗାନ, ସୁଭାଷ ସରକାର ଓ ନିଶିତ ପରମାଣିକ ମଧ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି।

ଭାରୀ ଶିଳ୍ପର ମନ୍ତ୍ରୀ ମହେନ୍ଦ୍ର ଉତ୍ତର ପ୍ରଦେଶର ଚୌନ୍ଦଲିରେ ହାରି ଥିବା ବେଳେ ହାଉସିଂ ଓ ଅର୍ବାନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିଶୋର ମୋହଲାଲଗଞ୍ଜ ଆସନରୁ ୭୦ ହଜାର ଭୋଟରେ ସପାର ଆରକେ ଚୌଧୁରୀଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ଖାଉଟି, ଖାଦ୍ୟ ଓ ସାଧାରଣ ବଣ୍ଟନର ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି ୟୁପିର ଫତେପୁରରୁ ପରାସ୍ତ ହୋଇଛନ୍ତି। ରେଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ମହାରାଷ୍ଟ୍ରର ଜଲାନ ଆସନରେ କଂଗ୍ରେସର କଲ୍ୟାଣ ବୈଜନାଥ ରାଓ କାଲେଙ୍କ ଠାରୁ ହାରିଛନ୍ତି।

କ୍ୟାବିନେଟ ମନ୍ତ୍ରୀ ଆରକେ ସିଂହ ସିପିଆଇ(ଏମଏଲ) ପ୍ରାର୍ଥୀ ସୁଦାମା ପ୍ରସାଦଙ୍କ ଠାରୁ ବିହାରର ଆରାହ ସିଟରୁ ପରାଜୟବରଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ ମୁଜାଫରନଗରରେ ସପାର ହରେନ୍ଦ୍ର ସିଂହଙ୍କ ଠାରୁ ୨୪ ହଜାର ଭୋଟରେ ପରାସ୍ତ ହୋଇଛନ୍ତି।

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ କେରଳର ଆଟ୍ଟିଙ୍ଗଲ ଆସନରୁ ହାରିଥିବା ବେଳେ ମତ୍ସ୍ୟଚାଷ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ ମୁରୁଗାନ ତାମିଲନାଡୁର ନିଲଗିରିସ ଆସନରୁ ଡିଏମକେର ଏ ରାଜାଙ୍କ ଠାରୁ ୨,୪୦,୫୮୫ ଖଣ୍ତ ଭୋଟରେ ପରାସ୍ତ ହୋଇଛନ୍ତି।

ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ନିଶିତ ପରମାଣିକ କୋଚବେହାର ଆସନରେ ଟିଏମସିର ଜଗଦୀଶ ଚନ୍ଦ୍ର ବାସୁନିଆ ଆସନରୁ ୩୯ ହଜାରରୁ ଅଧିକ ଭୋଟରେ ହାରିଛନ୍ତି। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ଟିଏମସି ଅରୂପ ଚକ୍ରବର୍ତ୍ତୀଙ୍କ ଠାରୁ ବାଙ୍କୁରା ଆସନରେ ୩୨,୭୭୮ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story