Advertisment

୨୦୨୪ରେ INDIA ବନାମ NDA ଲଢ଼େଇ!

ସର୍ବସମ୍ମତିକ୍ରମେ ବିରୋଧୀ ମେଣ୍ଟ INDIAରେ ପରିଚୟ ହାସଲ କରିବ ବୋଲି ଜଣାପଡ଼ିଛି। INDIA ପୂରା ନାଁ ହେଲା Indian National Democratic Inclusive Alliance।

author-image
Hemant Lenka
INDIA

INDIA

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଜୋରଦାର ଲଢ଼େଇ ହେବ। ଗୋଟିଏ ପଟେ INDIA ରହିଥିବା ବେଳେ ଅନ୍ୟପଟେ ରହିଛି ବିଜେପି ନେତୃତ୍ୱାଧୀନ NDA। ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀଙ୍କ ମହାବୈଠକରେ ୨୬ଟି ଦଳ ସାମିଲ ହୋଇ ନିଜର ନୂଆ ନାଁ ସମ୍ପର୍କରେ ଆଲୋଚନା କରିଛନ୍ତି।

Advertisment

ସର୍ବସମ୍ମତିକ୍ରମେ ବିରୋଧୀ ମେଣ୍ଟ INDIAରେ ପରିଚୟ ହାସଲ କରିବ ବୋଲି ଜଣାପଡ଼ିଛି। INDIA ପୂରା ନାଁ ହେଲା Indian National Democratic Inclusive Alliance। ବାମ ଦଳ ପକ୍ଷରୁ ଆଲିଆନ୍ସ ଶବ୍ଦକୁ ବିରୋଧ କରାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ବିରୋଧୀ ମେଣ୍ଟର ନାଁ INDIA ରହିବ ବୋଲି ସ୍ଥିର କରାଯାଇଛି। 

ପୂର୍ବରୁ କଂଗ୍ରେସ ନେତୃତ୍ୱରେ ୟୁପିଏ ଗଠନ ହୋଇଥିଲା। କିନ୍ତୁ ମହାବୈଠକରେ ୟୁପିଏ ନାଁକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରି ନଥିଲେ। ତେଣୁ ସର୍ବସମ୍ମତିକ୍ରମେ ବିରୋଧୀ ମହାମେଣ୍ଟର ନାଁ INDIA ରଖାଯାଇଛି।

Advertisment

ଏହାର ଅଧ୍ୟକ୍ଷ କିଏ ହେବେ, ସେକଥା ସ୍ପଷ୍ଟ ହୋଇନି। କିନ୍ତୁ ବୈଠକର ପ୍ରଥମ ଦିନରେ ସୋନିଆ ଗାନ୍ଧିଙ୍କ ନାଁ ଏହି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏବେ ଦ୍ୱିତୀୟ ଦିନରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ବୈଠକରେ ଉପସ୍ଥିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, “ଏଠାରେ ସକାରାତ୍ମକ ଆଲୋଚନା ହୋଇଛି। ଆଜି ବୈଠକରେ ଯେଉଁ ସବୁ ନିଷ୍ପତ୍ତି ଓ ଆଲୋଚନା ହୋଇଛି, ସେଗୁଡ଼ିକ ପରବର୍ତ୍ତୀ ସମୟରେ ଦେଶ ତଥା ଦେଶବାସୀଙ୍କ ପାଇଁ ଲାଭଦାୟକ ହେବ।”

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ୧୦ ବର୍ଷର ଶାସନ ଭିତରେ ମୋଦି ସବୁ କ୍ଷେତ୍ରକୁ ପ୍ରାୟତଃ ବରବାଦ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି।

Bjp Congress Opposition