Advertisment

ଯୋଗୀ ଆଦିତ୍ୟନାଥଙ୍କ ସହ ମତଭେଦ ଚର୍ଚ୍ଚା ମଧ୍ୟରେ ଜେପି ନଡ୍ଡାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ଭୁପେନ୍ଦ୍ର ଚୌଧୁରୀ ମଧ୍ୟ ନଡ୍ଡାଙ୍କୁ ପୃଥକ ଭାବେ ଭେଟିଛନ୍ତି।

UP Deputy Chief Minister Keshav Prasad Maurya and Chief Minister Yogi Adityanath

UP Deputy Chief Minister Keshav Prasad Maurya and Chief Minister Yogi Adityanath

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କର ମତଭେଦକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମୌର୍ଯ୍ୟ ଦିଲ୍ଲୀରେ ନଡ୍ଡାଙ୍କ ସହ ପ୍ରାୟ ଏକ ଘଣ୍ଟା ଆଲୋଚନା କରିଥିବା ଜଣାପଡ଼ିଛି।

Advertisment

ସେପଟେ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ଭୁପେନ୍ଦ୍ର ଚୌଧୁରୀ ମଧ୍ୟ ନଡ୍ଡାଙ୍କୁ ପୃଥକ ଭାବେ ଭେଟିଛନ୍ତି। ଦଳ ପକ୍ଷରୁ ୧୦ ବିଧାନସଭା ଆସନରେ ଉପନିର୍ବାଚନ ପ୍ରସ୍ତୁତି ପାଇଁ ବୈଠକ ଡକାଯାଇଛି। ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଆଶାତୀତ ବିଜୟ ପରେ ବିଧାନସଭା ନିର୍ବାଚନରେ ଦଳ କିପରି ମଜବୁତ ସ୍ଥିିତିରେ ରହିବ, ସେନେଇ ବୈଠକରେ ମାନସ ମନ୍ଥନ ହେବ। କିନ୍ତୁ ଏହାରି ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ବ୍ୟକ୍ତିଗତ ଭାବେ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। 

ସୂଚନାନୁସାରେ, ଖୁବ୍ ଶୀଘ୍ର ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ମୁଖ୍ୟମନ୍ତ୍ରୀ ପଦବୀ ପରିବର୍ତ୍ତନ ପାଇଁ ଆଲୋଚନା ହୋଇ ନଥିବା କୁହାଯାଉଛି।

Advertisment

ଜେପି ନଡ୍ଡା ଓ କେଶବ ପ୍ରସାଦ ମୌର୍ଯ୍ୟ କିମ୍ବା ବିଜେପି ମୁଖ୍ୟ ଚୌଧୁରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ପଦବୀ ପରିବର୍ତ୍ତନ ସମ୍ପର୍କରେ କୌଣସି ଆଲୋଚନା କରାଯାଇ ନାହିଁ ବୋଲି ସୂତ୍ରରୁ ଜଣାପଡ଼ିଛ। ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦବୀରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।

ବର୍ତ୍ତମାନ ଫୋକସରେ ଉପନିର୍ବାଚନ ରହିଛି। କିନ୍ତୁ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ୧୦ ବିଧାନସଭା ଆସନର ଉପନିର୍ବାଚନ ପାଇଁ କାର୍ଯ୍ୟସୂଚି ଘୋଷଣା କରାଯାଇ ନାହିଁ। 

ପ୍ରକାଶ ଥାଉକି ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପିର ଫଳାଫଳ ନୈରାଶ୍ୟଜନକ ରହିଛି। ​​ସମାଜବାଦୀ ପାର୍ଟି ଏବଂ କଂଗ୍ରେସକୁ ନେଇ ଗଠିତ INDIA ମେଣ୍ଟ ରାଜ୍ୟରେ ୮୦ଟି ଆସନରୁ ୪୩ଟି ଜିତିଥିବାବେଳେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ମାତ୍ର ୩୬ରେ ସୀମିତ ଥିଲା। ୨୦୧୯ ଲୋକସଭାରେ ବିଜେପି ଏଠାରେ ୬୪ଟି ଆସନ ଜିତିଥିଲା। 

Jp Nadda UP Politics UP Deputy CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe