Advertisment

ୟୁପି, ପଞ୍ଜାବ ଓ କେରଳ ଉପ ନିର୍ବାଚନ ତାରିଖ ବଦଳିଲା

ଭୋଟିଂ ତାରିଖ ବଦଳିଥିଲେ ହେଁ ଗଣତି ଓ ରେଜଲ୍ଟ ପ୍ରକାଶ ତାରିଖ ଅପରିବର୍ତ୍ତିତ ରହିଛି। ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସହ ଏହି ସବୁ ଆସନର ରେଜଲ୍ଟ ନଭେମ୍ବର ୨୩ରେ ପ୍ରକାଶ ପାଇବ।

By election

By election

Advertisment

ଏକାଧିକ ରାଜନୀତିକ ଦଳର ଅନୁରୋଧକ୍ରମେ ଆଜି ଭାରତୀୟ ନିର୍ବାଚନ କମିଶନ ୧୪ଟି ବଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ତାରିଖ ବଦଳାଇ ଦେଇଛନ୍ତି। କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୪ଟି ବିଧାନସଭା ଆସନରେ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ ହେବାର ଥିଲା। କିନ୍ତୁ ଏବେ ଏଠାରେ ଉପ ନିର୍ବାଚନ ପାଇଁ ମତଦାନ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ।

Advertisment

ଭୋଟିଂ ତାରିଖ ବଦଳିଥିଲେ ହେଁ ଗଣତି ଓ ରେଜଲ୍ଟ ପ୍ରକାଶ ତାରିଖ ଅପରିବର୍ତ୍ତିତ ରହିଛି। ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସହ ଏହି ସବୁ ଆସନର ରେଜଲ୍ଟ ନଭେମ୍ବର ୨୩ରେ ପ୍ରକାଶ ପାଇବ।

ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଲପାଥି ରସ୍ତୋଲସାବମ(ନଭେମ୍ବର ୧୩ରୁ ୧୫), କାର୍ତ୍ତିକ ପୂର୍ଣ୍ଣିମା(ନଭେମ୍ବର ୧୫) ଓ ଶ୍ରୀ ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବ(ନଭେମ୍ବର ୧୫) ଯୋଗୁ ଏହି ୩ ରାଜ୍ୟ ଉତ୍ସବ ମୁଖର ରହିବ। ଏସବୁ ଛୁଟି ଦିନ ହୋଇଥିବାରୁ ନିର୍ବାଚନ ତାରିଖ ବଦଳାଇବାକୁ ଏକାଧିକ ରାଜନୀତିକ ଦଳ ପ୍ରସ୍ତାବ ଦେଇଥିଲେ।

Advertisment

ଉତ୍ସବ ଯୋଗୁ ଭୋଟ ହାର ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ବୋଲି ମଧ୍ୟ ଦଳଗୁଡ଼ିକ ଆଶଙ୍କା କରିଥିଲେ। ଏବେ ସେମାନଙ୍କ ପ୍ରସ୍ତାବକୁ ଗ୍ରହଣ କରି ନିର୍ବାଚନ କମିଶନ ଭୋଟିଂ ତାରିଖ ବଦଳାଇ ଦେଇଛନ୍ତି।

ଆସନ୍ତା ୧୩ ତାରିଖରେ ଉତ୍ତର ପ୍ରଦେଶର ୯ଟି, ପଞ୍ଜାବର ୪ଟି ଓ କେରଳର ଗୋଟିଏ ବିଧାନସଭା ଆସନରେ ଉପ ନିର୍ବାଚନ ହେବାର ଥିଲା। ଏବେ ଏହି ଆସନଗୁଡ଼ିକ ପାଇଁ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ।

Punjab Uttar Pradesh Eci By-Election Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe