Advertisment

ଅଖିଳେଶଙ୍କୁ ଝଟ୍‌କା, ବିଜେପି ସହ ହାତ ମିଶାଇବ ଆର୍‌ଏଲ୍‌ଡି!

କିଛି ଦିନ ପୂର୍ବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଜୟନ୍ତଙ୍କ ସହ ମିଶି ସିଟ୍‌ ଶେୟାରିଂକୁ ନେଇ ଘୋଷଣା କରିଥିଲେ। ଉତ୍ତରପ୍ରଦେଶରେ ୭ଟି ଲୋକସଭା ଆସନ ତାଙ୍କୁ ଅଫର୍‌ କରିଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
jayant-chaudhary

jayant-chaudhary

ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ତେବେ ଏହା ପୂର୍ବରୁ ଦଳବଦଳ ରାଜନୀତି ଆରମ୍ଭ ହୋଇଗଲାଣି। ପୁଣି ଥରେ ଇଣ୍ଡିଆ ମେଣ୍ଟକୁ ଲାଗିପାରେ ଝଟ୍‌କା। ଏଥିସହ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ମଧ୍ୟ ଜୋରଦାର ଝଟ୍‌କା ଲାଗିପାରେ। କାରଣ ବିଜେପି ସହ ହାତ ମିଶାଇବ ଆର୍‌ଏଲ୍‌ଡି। ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ନେତା ଜୟନ୍ତ ଚୌଧୁରୀ ଆସନ୍ତା ଲୋକସଭା ନିର୍ବାଚନରେ ଏନ୍‌ଡିଏ ସହ ମିଶି ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହୋଉଛି।

Advertisment

ଆର୍‌ଏଲ୍‌ଡି ବର୍ତ୍ତମାନ ଇଣ୍ଡିଆ ମେଣ୍ଟ ସହ ଅଛି। କିଛି ଦିନ ପୂର୍ବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଜୟନ୍ତଙ୍କ ସହ ମିଶି ସିଟ୍‌ ଶେୟାରିଂକୁ ନେଇ ଘୋଷଣା କରିଥିଲେ। ଉତ୍ତରପ୍ରଦେଶରେ ୭ଟି ଲୋକସଭା ଆସନ ତାଙ୍କୁ ଅଫର୍‌ କରିଥିଲେ। ଏବେ କିନ୍ତୁ ବିଜେପି ଆର୍‌ଏଲ୍‌ଡିକୁ ଉତ୍ତରପ୍ରଦେଶରେ ୫ଟି ଆସନ ଅଫର୍‌ କରିଥିବା ସୂତ୍ରରୁ ସୂଚନା ମିଳିଛି।

ବିଜେପି ଜୟନ୍ତ ଚୌଧୁରୀଙ୍କୁ ୨ ଲୋକସଭା ଆସନ, ଗୋଟିଏ ରାଜ୍ୟସଭା ଆସନ ଏବଂ ୟୁପିରେ ୨ଟି ମନ୍ତ୍ରୀ ପଦବୀ ପାଇଁ ଅଫର୍‌ ଦେଇଛି। ଆରଏଲଡି ସୂତ୍ରରୁ ପ୍ରକାଶ ଯେ ୟୁପିରେ ଅତି କମରେ ଲୋକସଭା ଆସନ, ଗୋଟିଏ ରାଜ୍ୟସଭା, କେନ୍ଦ୍ରରେ ଗୋଟିଏ ମନ୍ତ୍ରୀ ପଦ, ରାଜ୍ୟରେ ୨ ଟି ମନ୍ତ୍ରୀ ପଦବୀ ଏବଂ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଆରଏଲଡି ଦାବି କରୁଛି। ସମ୍ପ୍ରତି ସମାଜବାଦୀ ପାର୍ଟି ସହ ଆର୍‌ଏଲ୍‌ଡିର ମେଣ୍ଟ ରହିଛି।

Advertisment

କୁହାଯାଉଛି ଯେ, ଜୟନ୍ତ ଚୌଧୁରୀ ମଙ୍ଗଳବାର ଦିନ ଦିଲ୍ଲୀରେ ଜଣେ ବରିଷ୍ଠ ବିଜେପି ନେତାଙ୍କ ସହ ସାକ୍ଷାତ କରି ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହୋଇଛନ୍ତି। ନିର୍ବାଚନର ଦୁଇ ମାସ ପୂର୍ବରୁ ଏହି ଦୁଇ ଦଳ ହାତ ମିଳାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

Bjp Uttar Pradesh Nda RLD Jayant Chaudhary