Advertisment

ୟୁପିଏର ଅନ୍ତିମ ସଂସ୍କାର ବେଙ୍ଗାଲୁରୁରେ ହୋଇଛି: ମୋଦି

ଅନ୍ତିମ ସଂସ୍କାର ବେଳେ ସେମାନେ ବେଶ ଖୁସିଥିଲେ। ସେମାନେ ୟୁପିଏର ନାଁ ବଦଳାଇ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ପୁରୁଣା ମେଣ୍ଟ ଉପରେ ରଙ୍ଗ ମାରିଲେ କିଛି ଲାଭ ନାହିଁ ବୋଲି ମୋଦି କହିଛନ୍ତି।

author-image
Hemant Lenka
INDIA

INDIA

ବିରୋଧୀ ଦଳଗୁଡ଼ିକ ଗଠନ କରିଥିବା ଇଣ୍ଡିଆ ମେଣ୍ଟକୁ ନିଜର ଅନାସ୍ଥା ପ୍ରସ୍ତାବ ଭାଷଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ତୀବ୍ର ସମାଲୋଚନା କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଗତମାସରେ ବେଙ୍ଗାଲୁରୁ ଠାରେ ପୂର୍ବରୁ ଥିବା ୟୁପିଏର ଅନ୍ତିମ ସଂସ୍କାର କରିଛନ୍ତି। ଅନ୍ତିମ ସଂସ୍କାର ବେଳେ ସେମାନେ ବେଶ ଖୁସିଥିଲେ। ସେମାନେ ୟୁପିଏର ନାଁ ବଦଳାଇ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ପୁରୁଣା ମେଣ୍ଟ ଉପରେ ରଙ୍ଗ ମାରିଲେ କିଛି ଲାଭ ନାହିଁ ବୋଲି ମୋଦି କହିଛନ୍ତି।

Advertisment

I.N.D.I.A ମେଣ୍ଟକୁ କଡ଼ା ଭାଷାରେ ସମାଲୋଚନା କରି ମୋଦି କହିଛନ୍ତି,“ନାଁ ଦେବା ପାଇଁ ସେମାନଙ୍କୁ ଏନ୍‌ଡିଏର ସହଯୋଗ ନେବାକୁ ପଡ଼ିଲା। ଏନଡିଏରେ ୨ଟି ଆଇ ଯୋଡ଼ି ଦେଇ ନୂଆ ନାମ ଦେଇଦେଲେ। ଗୋଟିଏ ‘ଆଇ’ ୨୬ ଦଳର ଆତ୍ମଗର୍ବକୁ ସୂଚୀତ କରୁଛି। ଆଉ ଗୋଟିଏ ‘ଆଇ’ ଏକ ପରିବାରର ଗର୍ବକୁ ଦର୍ଶାଉଛି।

ଏହା ଇଣ୍ଡିଆ ମେଣ୍ଟ ନୁହେଁ। ଏହା ଏକ ଘମଣ୍ଡିଆ(ଅହଂକାରୀ) ମେଣ୍ଟ। ଘମଣ୍ଡିଆ ମେଣ୍ଟରେ ସମସ୍ତେ କହୁଛନ୍ତି ପ୍ରଧାନମନ୍ତ୍ରୀ ହେବେ। ସେମାନେ ସବୁବେଳେ ଭାବୁଛନ୍ତି। ସେମାନଙ୍କ ମୋଦି ପ୍ରେମ ଏମିତି ଯେ ସେମାନେ ସ୍ୱପ୍ନରେ ମୋ କଥା ବି ଭାବୁଛନ୍ତି। ଯଦି ମୁଁ ମୋ ସମ୍ବୋଧନ ବେଳେ ପାଣି ବି ପିଉଛି, ତା’ହେଲେ ସେମାନେ ଏହାକୁ ପ୍ରସଙ୍ଗ କରୁଛି। ଝାଳ ବୋହିଲେ, ସେମାନେ ନିଜକୁ କ୍ରେଡିଟ ଦେଉଛନ୍ତି। ସେ ୨୪ ଘଣ୍ଟା ମୋଦି କଥା ଭାବୁଛନ୍ତି।”

Advertisment

ସେ ଆହୁରି କହିଛନ୍ତି, ଏ କାଳଖଣ୍ଡରେ ଆମ ସମସ୍ତଙ୍କର ବଡ଼ ଦାୟିତ୍ୱ ରହିଛି। ଦେଶର ବିକାଶ, ଲୋକଙ୍କ ଉନ୍ନତି। ଆମ ସମସ୍ତଙ୍କ ପ୍ରଥମ କର୍ତ୍ତବ୍ୟ। ବର୍ତ୍ତମାନର କାମ ହଜାରେ ବର୍ଷ ପର୍ଯ୍ୟନ୍ତ ସ୍ୱର୍ଣ୍ଣିମ ଇତିହାସ ରଚିବ। ଭାରତର ଯୁବକଙ୍କ ସ୍ୱପ୍ନ ପୂରଣ କରିବା ଏ ଗୃହର ସବୁ ସଦସ୍ୟଙ୍କ ଦାୟିତ୍ୱ।

ବିରୋଧୀ ଦଳ ଅନାସ୍ଥା ନାଁରେ ଦେଶବାସୀଙ୍କ ବିଶ୍ୱାସ ଭାଙ୍ଗିବାର ଅପଚେଷ୍ଟା କରୁଛନ୍ତି। ଭାରତର କୌଣସି ଭଲ କଥା ଏବେ ବିପକ୍ଷ ଶୁଣିପାରୁନାହାନ୍ତି। ସାଢ଼େ ୧୩ କୋଟି ଲୋକ ଗରିବୀରୁ ଉପରକୁ ଉଠିସାରିଲେଣି ବୋଲି ମୋଦି କହିଛନ୍ତି।

India Nda Parliament No Confidence Motion