Advertisment

ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ଚାଲୁଛି ’ଉଠ ଓଡ଼ିଆ’

ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ। ସରକାରୀ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ଘରୋଇ ଶିକ୍ଷାନୁଷ୍ଠାନ ଯେଉଁ ହାରରେ ବଢ଼ି ଚାଲୁଛି, ସେହି ହାର ରେ ସରକାରୀ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗୁଛି। ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଶଯ୍ୟା ନାହିଁ। ସାଧାରଣ ଲୋକଙ୍କୁ ଘରୋଇ ଡାକ୍ତରଖାନା ଯିବା ପାଇଁ ବାଧ୍ୟ କରାଯାଉଛି। ସ୍ୱାସ୍ଥ୍ୟର ବିକାଶ ନାମରେ ବୀମା କମ୍ପାନୀକୁ ସରକାର ପୋଷୁଛନ୍ତି। ଗାଁ ଗାଁ ରେ ମଦର ବନ୍ୟା ବୋହୁଛି। ଯୁବକମାନଙ୍କୁ ମଦର କବଳରେ ପକେଇ ସରକାର ଭବିଷ୍ୟତକୁ ପଙ୍ଗୁ କରିବାର ଯୋଜନା କରିଛନ୍ତି।

Utha Odia Padayatra

Utha Odia Padayatra

Advertisment

ଓଡ଼ିଶାର ସ୍ୱାଭିମାନ ତଥା ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଉଠ ଓଡ଼ିଶା ସଂକଳ୍ପ ଯାତ୍ରା ତୃତୀୟ ଦିନରେ ପୁରୀ ଜିଲ୍ଲାର ଦାଣ୍ଡ ମୁକୁନ୍ଦପୁରରେ ପହଞ୍ଚିଛି।

Advertisment

ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ। ସରକାରୀ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ଘରୋଇ ଶିକ୍ଷାନୁଷ୍ଠାନ ଯେଉଁ ହାରରେ ବଢ଼ି ଚାଲୁଛି, ସେହି ହାର ରେ ସରକାରୀ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗୁଛି। ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଶଯ୍ୟା ନାହିଁ। ସାଧାରଣ ଲୋକଙ୍କୁ ଘରୋଇ ଡାକ୍ତରଖାନା ଯିବା ପାଇଁ ବାଧ୍ୟ କରାଯାଉଛି। ସ୍ୱାସ୍ଥ୍ୟର ବିକାଶ ନାମରେ ବୀମା କମ୍ପାନୀକୁ ସରକାର ପୋଷୁଛନ୍ତି। ଗାଁ ଗାଁ ରେ ମଦର ବନ୍ୟା ବୋହୁଛି। ଯୁବକମାନଙ୍କୁ ମଦର କବଳରେ ପକେଇ ସରକାର ଭବିଷ୍ୟତକୁ ପଙ୍ଗୁ କରିବାର ଯୋଜନା କରିଛନ୍ତି।

ଓଡ଼ିଆ ଭାଷା ଆଜି ଓଡ଼ିଶାରେ ସାବତ ପୁଅ ପରି ବ୍ୟବହାର ପାଉଛି। ଓଡ଼ିଶାର ଚାଷୀ ଋଣଭାରରେ ବୁଡ଼ି ଆତ୍ମହତ୍ୟା କରୁଛି। ଓଡ଼ିଶାର ଯୁବଶକ୍ତି ବେକାର ହୋଇ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛି। ଓଡ଼ିଶାର ବିକାଶ ନାମରେ କେବଳ ଏକ ପ୍ରହେଳିକା ଦେଖାଯାଉଛି। ଏପରି ପରିସ୍ଥିତିରେ ଓଡ଼ିଶାର ସାଧାରଣ ଜନତା, ଯୁବକ, ଚାଷୀ ଓ ବୁଦ୍ଧିଜୀବୀମାନେ ଏକ ନୂତନ ଓ ସମ୍ପନ୍ନ ଓଡ଼ିଶା ଗଠନ ପାଇଁ ଆଗେଇ ଆସିବା ଉଚିତ୍ ବୋଲି ’ଉଠ ଓଡ଼ିଶା’ ଆହ୍ୱାନ ଦେଇଛି।

Advertisment

ଆଉ ବାର ବର୍ଷ ପରେ ଓଡ଼ିଶାକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଏକ ସମୃଦ୍ଧ ଓ ସମ୍ପନ୍ନ ଓଡ଼ିଶା ଗଢ଼ିବା ପାଇଁ ଶୁଦ୍ଧ ଓଡ଼ିଆ ପ୍ରାଣ ମାନଙ୍କୁ ଉଠେଇବା ପାଇଁ ଜାରି ରହିଥିବା ଏହି ପଦଯାତ୍ରା ଏପ୍ରିଲ ୧୪ ତାରିଖରେ ଭୁବନେଶ୍ଵର ଠାରେ ଏକ ଜନସଭା ସହିତ ଶେଷ ହେବ। ସକାଳୁ ଏହି ପଦଯାତ୍ରା ସୁଆଣ୍ଡୋରୁ ବାହାରି ସାତଶଙ୍ଖ, ବୀର ପୁରୁଷୋତ୍ତମପୁର ଆଦି ଦେଇ ରାସ୍ତାରେ ପଥପ୍ରାନ୍ତ ସଭାକରି ଦାଣ୍ଡ ମୁକୁନ୍ଦପୁରରେ ପହଞ୍ଚିଥିଲା।

ଏପ୍ରିଲ ୧୩ ତାରିଖ ଦିନ ଏହି ଯାତ୍ରା ଗୁଡ଼ିଆପୋଖରୀ ଦେଇ ଧଉଳି ଠାରେ ପହଞ୍ଚିବ। ଜ୍ଞାନ ରଞ୍ଜନ ଦାସ, ଦୁର୍ଗାଚରଣ ଦାସ, ବିଚିତ୍ର ବିଶ୍ଵାଳ, ପବିତ୍ର ଭାଈ, ଅଜୟ ପ୍ରଧାନ, ଜ୍ଞାନରଞ୍ଜନ ମହାପାତ୍ର, ପବିତ୍ର ରାଉତରୟ,ରମାକାନ୍ତ ଜେନା, ଗଞ୍ଜାମରୁ ବେଣୁ ଭାଈ, ନଗେଶ ଜେନା, ପୀତାମ୍ବର ଭାଈ, ଭରତ ସ୍ୱାଇଁ, ବନ୍ଦିତା, ରଶ୍ମିତା ଓ ଜଗନ୍ ପ୍ରମୁଖ ଯାତ୍ରାର ନେତୃତ୍ୱ ନେଉଛନ୍ତି।

Odisha Odia Pride
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe