Advertisment

ଅଚାନକ ଚେନ୍ନାଇ ଗଲେ ନବୀନ, ରାତିରେ ଫେରିବେ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରୁ ସିଧାସଳଖ ଭୁବନେଶ୍ୱର ବିମାନ ବନ୍ଦର ଅଭିମୁଖେ ଗସ୍ତ କରିଛନ୍ତି।

ଅଦ୍ୟତନ ହୋଇଛି
BJD

BJD

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଚାନକ ଚେନ୍ନାଇ ଗସ୍ତରେ ଯାଇଛନ୍ତି । ସେ ଆଜି ସନ୍ଧ୍ୟା ୭ଟାରେ ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ଚେନ୍ନାଇ ଯାଇ ରାତି ପ୍ରାୟ ୧୨ଟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ବିଜେଡିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲକୁ ଯାଇଥିବା ଜଣାପଡ଼ିଛି । ନବୀନଙ୍କ ସହ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଉଷା ଦେବୀଙ୍କ ସମେତ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ, ଫାଇଭଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଚେନ୍ନାଇ ଯାଇଥିବା ଜଣାପଡ଼ିଛି ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରୁ ସିଧାସଳଖ ଭୁବନେଶ୍ୱର ବିମାନ ବନ୍ଦର ଅଭିମୁଖେ ଗସ୍ତ କରିଛନ୍ତି । ସନ୍ଧ୍ୟା ୭ଟାରେ ଏକ ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଚେନ୍ନାଇସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଯାତ୍ରା କରିଛନ୍ତି । ଚେନ୍ନାଇ ବିମାନ ବନ୍ଦରରୁ କାର ଯୋଗେ ସଡ଼କ ମାର୍ଗରେ ଆପୋଲୋ ହସ୍ପିଟାଲକୁ ଯିବେ । ସେଠାରେ ଭି.ସୁଜ୍ଞାନ କୁମାର ଦେଓଙ୍କ ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିବେ । ହସ୍ପିଟାଲ ପରିସରରେ ପ୍ରାୟ ଅଧଘଣ୍ଟା ରହି ନବୀନ ରାତି ପ୍ରାୟ ୧୦ଟା ୨୦ମିନିଟରେ ଯାଇଥିବା ଏୟାରକ୍ରାଫ୍ଟ ମାଧ୍ୟମରେ ଚେନ୍ନାଇ ବିମାନ ବନ୍ଦର ଛାଡ଼ିବେ । ରାତି ପ୍ରାୟ ୧୧ଟା ୫୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । 

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନ ୪ଟାରେ ବିଧାନସଭା ପରିସରରେ ଷୋଡ଼ଶ ବିଧାନସଭାର ସମସ୍ତ ବିଧାୟକଙ୍କ ସହ ଏକ ଗ୍ରୁପ୍ ଫଟୋ ଉଠାଇବା ପରେ ସନ୍ଧ୍ୟା ପ୍ରାୟ ୬ଟା ୩୦ମିନିଟରେ ପୁଣିଥରେ ବିଧାନସଭା ଆସିଥିଲେ । ଶାସକ ଦଳ ପକ୍ଷରୁ ଆଗତ ଗୃହକୁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଧାନସଭାରୁ ସିଧା ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଯାଇଥିଲେ। 

Advertisment
BjD Ganjam Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe