Advertisment

ଓଡ଼ିଶାକୁ କ’ଣ ମିଳିଛି? ହିସାବ ଦେଲେ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାରେ ବିଜେପି ସରକାର ନେଇ ଦମ୍ଭୋକ୍ତି ପ୍ରକାଶ କଲେ ବୈଷ୍ଣବ। ସେ କହିଛନ୍ତି, ଓଡ଼ିଶାରେ BJP ସରକାର ହେବ ବୋଲି ଦମ୍ଭୋକ୍ତି ନୁହେଁ, ଆମେ ବିନମ୍ରତାର ସହ କହୁଛୁ। ଆମେ ହାତ ଯୋଡ଼ି ଲୋକଙ୍କୁ କହୁଛୁ, ଆପଣ ୨୪ ବର୍ଷ BJD ସରକାର ଦେଖିଲେଣି।

Ashwini Vaishnaw

Ashwini Vaishnaw

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ କ୍ଷେତ୍ରରେ ଅନେକ ବିକାଶ ହୋଇଛି। ୨୦୧୪ ପୂର୍ବରୁ ରେଲୱେ ବିକାଶ ପାଇଁ ଓଡ଼ିଶାକୁ ମାତ୍ର ୮୦୦ କୋଟି ଟଙ୍କା ମିଳୁଥିଲା। ଏବେ ୧୦ ହଜାର କୋଟିରୁ ଅଧିକ ଦିଆଯାଉଛି। ରେକର୍ଡ଼ କାମ ହୋଇଛି। ୨୦୧୪ ପୂର୍ବରୁ ରାଜ୍ୟରେ ବର୍ଷକୁ ମାତ୍ର ୫୦ କିଲୋମିଟର ରେଲୱେ ଲାଇନ୍‌ କାମ ହେଉଥିଲା। ଏବେ ୪ ଗୁଣା ହୋଇ ବର୍ଷକୁ ୨୦୦ କିଲୋମିଟର କାମ ହେଉଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

Advertisment

ସେ କହିଛନ୍ତି, ରେଲୱେ ହେଉ କି ରାଜପଥ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟର ବହୁତ ବଡ଼ ଭୂମିକା ଥାଏ। ମୁଖ୍ୟତଃ ଜମି ଅଧିଗ୍ରହଣ କ୍ଷେତ୍ରରେ। ଏବେ ମଧ୍ୟ ଅନେକ ରେଳ ଭିତ୍ତିଭୂମି କାମରେ ଜମି ଅଧିଗ୍ରହଣ ବାକି ରହିଛି। ରାଜ୍ୟରେ ବର୍ତ୍ତମାନ ୫୦ ହଜାର ୭୭୩ କୋଟି ଟଙ୍କା କାମର ପୁଞ୍ଜି ନିବେଶ ହେଉଛି। ଓଡ଼ିଶାରେ ବିଶ୍ୱଶ୍ରେଣୀୟ ହେବ ରେଳ ବ୍ୟବସ୍ଥା। ୫୨ଟି ଷ୍ଟେସନର କାମ ଚାଲିଛି। ୩ଟି ବନ୍ଦେ ଭାରତ ଟ୍ରେନ୍‌ ଚାଲିଛି। ଖୁବଶୀଘ୍ର ବନ୍ଦେ ସ୍ଲିପର ଓ ବନ୍ଦେ ମେଟ୍ରୋ ଗଡ଼ିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଓଡ଼ିଶାରେ ବିଜେପି ସରକାର ନେଇ ଦମ୍ଭୋକ୍ତି ପ୍ରକାଶ କଲେ ବୈଷ୍ଣବ। ସେ କହିଛନ୍ତି, ଓଡ଼ିଶାରେ BJP ସରକାର ହେବ ବୋଲି ଦମ୍ଭୋକ୍ତି ନୁହେଁ, ଆମେ ବିନମ୍ରତାର ସହ କହୁଛୁ। ଆମେ ହାତ ଯୋଡ଼ି ଲୋକଙ୍କୁ କହୁଛୁ, ଆପଣ ୨୪ ବର୍ଷ BJD ସରକାର ଦେଖିଲେଣି। ୨୪ ବର୍ଷ ପରେ ମଧ୍ୟ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ଦେଢ଼ ଲକ୍ଷ ପାଖାପାଖି ସରକାରୀ ଚାକିରି ଯାହା ଦିଆଯିବା କଥା, ଦିଆଯାଉନି। ପେପର ଲିକ୍‌ ହେଉଛି। ରାଜ୍ୟରେ ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି। ଲୋକଙ୍କର ଭବିଷ୍ୟତ କ’ଣ ହେବ? ସେଥିପାଇଁ ଆମେ ବିନମ୍ରତାର ସହ କହୁଛୁ, ଯେମିତି ମୋଦିଜୀ ଦେଶ ସାରା ବିକାଶର ନୂଆ ମଡେଲ ସୃଷ୍ଟି କରିଛନ୍ତି, ସେହି ବିକାଶର ମଡେଲ ଓଡ଼ିଶାରେ ହେଉ। ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଅଛି। କୋଷ୍ଟ ଲାଇନ ଅଛି। ଓଡ଼ିଆ ଲୋକ ଟ୍ୟାଲେଣ୍ଟଡ। କିନ୍ତୁ ସେମାନେ ତାହା ଏଠାରେ ଦେଖାଇବାକୁ ପାଉନାହାନ୍ତି। ତେଣୁ ଲୋକମାନେ ଥରେ BJPକୁ ସୁଯୋଗ ଦିଅନ୍ତୁ। ମୋଦିଜୀଙ୍କ ଓଡ଼ିଶା ପାଇଁ ଥିବା ଭିଜନକୁ କାମରେ ଲଗାଇବାକୁ ବୋଲି ବୈଷ୍ଣବ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଓଡ଼ିଆ ବିଶ୍ୱର ଏକମାତ୍ର ଭାଷା ଯାହା ମହାପ୍ରଭୁ ନିଜେ ଦେଇଛନ୍ତି ଓଡ଼ିଆ ଭକ୍ତଙ୍କୁ। ଅତି ମିଠା ଆଉ ସରଳ ଭାଷା। ଓଡ଼ିଆ ଭାଷା, ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଅସ୍ମିତାକୁ ଆଗକୁ ନେବା ମୋଦିଙ୍କ ଲକ୍ଷ୍ୟ। ମୋଦିଙ୍କ ଭିଜନ ଅଛି, ନିଯୁକ୍ତି ସୃଷ୍ଟି ପାଇଁ ଓଡ଼ିଶାରେ ବହୁତ କାମ ହେବ। ଓଡ଼ିଆ ଲୋକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା କରାଯିବ। ବିନା କଟନି ଛଟନିରେ ୩୧୦୦ ଟଙ୍କାରେ ଚାଷୀଙ୍କ ଧାନ କିଣାଯିବ ବୋଲି ବୈଷ୍ଣବ କହିଛନ୍ତି।

ସେ କହିଛନ୍ତି, BJPକୁ ଓଡ଼ିଶା ଲୋକଙ୍କର ବହୁତ ସପୋର୍ଟ ଅଛି। ତେବେ ଆସନ୍ତା ୪ ତାରିଖରେ ସବୁ ସ୍ପଷ୍ଟ ହୋଇଯିବ। ଲୋକଙ୍କ ମନରେ ପୂରା ସ୍ପଷ୍ଟ ଅଛି, ଏଥର BJPକୁ ଚାନ୍ସ ଦେଇ ଦେଖିବେ। BJPକୁ ରାଜ୍ୟରେ ବହୁମତ ମିଳିବ। ସାଢ଼େ ୪ କୋଟି ଲୋକ ନିର୍ଣ୍ଣୟ ନେଇ ସାରିଛନ୍ତି, ଏଥର BJP ସରକାର ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

Bjp Ashwini Vaishnaw General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe