Advertisment

ନାମାଙ୍କନ ପତ୍ର ଦାଖଲ କଲେ ବର୍ଷା, ଆକାଶ ଓ ପ୍ରୀତିରଞ୍ଜନ

ଆଜି ନାମାଙ୍କନ ଭରିବାକୁ ନେଇ ବେଶ୍‌ ଉତ୍ସାହିତ ଥିଲେ ସମସ୍ତ ନେତା ଓ କର୍ମୀ।

ଅଦ୍ୟତନ ହୋଇଛି
BJP, BJD

BJP, BJD

Advertisment

ଯାଜପୁର ଜିଲ୍ଲାରେ ଆଜି ବିଭିନ୍ନ ଦଳର ପ୍ରାର୍ଥୀମାନେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।  ସୁକିନ୍ଦା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼େଇ, ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ, କୋରେଇ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ, ବଡ଼ଚଣା ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ବଡ଼ଚଣା ବିଜେପି ପ୍ରାର୍ଥୀ ଅମର ନାୟକ, ଯାଜପୁର ବିଜେପି ପ୍ରାର୍ଥୀ ଗୌତମ ରାୟ, ବରୀ ବିଜେପି ପ୍ରାର୍ଥୀ ଉମେଶ ଜେନା, ବରୀ କଂଗ୍ରେସ ପ୍ରାର୍ଥୀ ଦେବାଶିଷ ନାୟକ, ଯାଜପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଅଞ୍ଚଳ ଦାସ ଓ ବିଜେପି ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ବେହେରା ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।ଆଜି ନାମାଙ୍କନ ପତ୍ର ଭରିବା ବେଳେ ସମସ୍ତ ନେତା ଓ କର୍ମୀ ବେଶ୍‌ ଉତ୍ସାହିତ ଥିଲେ।

Advertisment

ବଡ଼ଚଣା BJD ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ମୁଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛି। ବଡ଼ଚଣାବାସୀ ମୋର ପରିବାର ହୋଇଗଲେଣି। ସେମାନଙ୍କର ଯାହା ସ୍ୱପ୍ନ ରହିଛି ମାନ୍ୟବର ମୁଖ୍ୟମନ୍ତ୍ରଙ୍କ ନିର୍ଦ୍ଦେଶରେ ସେ ସବୁକୁ ମୁଁ ପୂରଣ କରିବି।

ସୁକିନ୍ଦା BJD ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି, ଦାନଗଦି ଓ ସୁକିନ୍ଦା ଜନସାଧାରଣ ମାନେ ଆଜି ଦିନକୁ ସ୍ଥିର କରିଥିଲେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ। ତେଣୁ ଆଜି ମୋ ପାଇଁ ଏହା ଏକ ପବିତ୍ର ଦିନ। ସମସ୍ତଙ୍କର ଉପସ୍ଥିରେ ନାମାଙ୍କନ ପତ୍ର ଦାଖଲ କରିଛି। 

Advertisment

ଯାଜପୁରର BJP ପ୍ରାର୍ଥୀ ଗୌତମ ରାୟ କହିଛନ୍ତି, ଯାଜପୁର ଲୋକ ମାନେ ମନବଳାଇଛନ୍ତି ପୂରା ପରିବର୍ତ୍ତନ କରିବାକୁ। ପରିବର୍ତ୍ତନ ହେବାର କାରଣ ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ସେମାନଙ୍କୁ ଆର୍କର୍ଷିତ କରୁଛି। ମୋଦିଙ୍କ ଉପରେ ଆସ୍ଥା ବଢୁଛି। ତେଣୁ ୨୪ ବର୍ଷର ସରକାରକୁ ହଟାଇବା ପାଇଁ ଏଥର ଲଢେଇ ହେବ। ପୂରା ଯାଜପୁର ଜିଲ୍ଲାରେ ୭କୁ ୭ ବିଧାନସଭା ଓ ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମାନେ ଜିତିବେ।

କୋରାଇ BJP ପ୍ରାର୍ଥୀ ଆକାଶ ଦାସ ନାୟକ କହିଛନ୍ତି, ଆଜି ସାରା କୋରେଇବାସୀଙ୍କ ଆଶୀର୍ବାଦରେ ମୁଁ ଭାରତୀୟ ଜନତା ପାର୍ଟି ତରଫରୁ ନାମାଙ୍କନ ପତ୍ର ଦାଖଲ କରିଛି। 

Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe