Advertisment

ବର୍ଷାଙ୍କ ମାରାଥନ୍‌ ପ୍ରଚାର; କହିଲେ- ମୁଁ ସାରଙ୍କ ଫ୍ୟାନ୍‌

ଭଦ୍ରକ (ପାର୍ଥସାରଥୀ ନାୟକ): ପଞ୍ଚାୟତ ନିର୍ବାଚନର ତିନିଟି ପର୍ଯ୍ୟାୟ ସରିଲାଣି। ହେଲେ କେଉଁଠି ବି ଦେଖାଯାଇନାହାନ୍ତି ଅଭିନେତାରୁ ନେତା ବନିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଏପରିକି ତାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିନି। ଅନ୍ୟପକ୍ଷରେ ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ମଧ୍ୟ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ମିଳୁଛି ନିର୍ବାଚନୀ ମୈଦାନରେ। ସେ ବିଜେଡି ପାଇଁ ମାରାଥନ୍‌ ପ୍ରଚାର କରୁଛନ୍ତି। ଆଉ ଗଣମାଧ୍ୟମ ଆଗରେ କହୁଛନ୍ତି, ମୁଁ ସାରଙ୍କର ଜଣେ ଫ୍ୟାନ୍‌। […]

ଅଦ୍ୟତନ ହୋଇଛି
ବର୍ଷାଙ୍କ ମାରାଥନ୍‌ ପ୍ରଚାର; କହିଲେ- ମୁଁ ସାରଙ୍କ ଫ୍ୟାନ୍‌

VARSHA-PRIYADARSHINI

Advertisment

ଭଦ୍ରକ (ପାର୍ଥସାରଥୀ ନାୟକ): ପଞ୍ଚାୟତ ନିର୍ବାଚନର ତିନିଟି ପର୍ଯ୍ୟାୟ ସରିଲାଣି। ହେଲେ କେଉଁଠି ବି ଦେଖାଯାଇନାହାନ୍ତି ଅଭିନେତାରୁ ନେତା ବନିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଏପରିକି ତାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିନି। ଅନ୍ୟପକ୍ଷରେ ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ମଧ୍ୟ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ମିଳୁଛି ନିର୍ବାଚନୀ ମୈଦାନରେ। ସେ ବିଜେଡି ପାଇଁ ମାରାଥନ୍‌ ପ୍ରଚାର କରୁଛନ୍ତି। ଆଉ ଗଣମାଧ୍ୟମ ଆଗରେ କହୁଛନ୍ତି, ମୁଁ ସାରଙ୍କର ଜଣେ ଫ୍ୟାନ୍‌।

Advertisment

ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି କବ୍‌ଜାରେ ରହିଛି। ଏଠାରୁ ବିଷ୍ଣୁ ସେଠୀ ବିଧାନସଭାକୁ ନିର୍ବାଚିତ ହୋଇଯାଇଛନ୍ତି। ତେଣୁ ତାଙ୍କୁ ଚେକ୍‌ ଦେବା ପାଇଁ ବିଜେଡି ଏଠାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅସ୍ତ୍ର କରିଛି। ବିଜେଡି ପାଇଁ ପ୍ରଚାର କରିବାକୁ ବର୍ଷା ଆଜି ଅସୁରାଳି ପଞ୍ଚାୟତରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ସେ ସାମିଲ ହୋଇଥିଲେ। ଖୋଲା କାର୍‌ରେ ଶୋଭାଯାତ୍ରା କରି ବିଜେଡି ପାଇଁ ଭୋଟ୍‌ ଭିକ୍ଷା କରିଥିଲେ।

ଅସୁରାଳି ପରେ ବର୍ଷା ଫତେପୁର ଯାଇଥିଲେ। ସେଠାରେ ମଧ୍ୟ ସେ ରାଲି କରି ବିଜେଡି ପାଇଁ ପ୍ରଚାର କରିଥିଲେ। ଏହା ପରେ ସେ କୋଠାର, ଧୂଷୁରୀ, ପାଳସାହି ଓ ରଇପୁରରେ ରୋଡ୍‌ ଶୋ’ କରିଥିଲେ। ବିଜେଡିକୁ ଭୋଟ୍‌ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ବର୍ଷାଙ୍କ ସବୁ ଶୋଭାଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିଲା।

Advertisment

ଆଜିର ପ୍ରଚାର ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବରେ ବର୍ଷା କହିଥିଲେ, ମୁଁ ଆଜ୍ଞା କେହି ନୁହେଁ। ମୁଁ କେବଳ ସାରଙ୍କର ଜଣେ ଫ୍ୟାନ୍‌। ସେଥିପାଇଁ ଆଜି ପ୍ରଚାରରେ ଆସିଛି। ନିହାତି ଭାବେ ସମସ୍ତଙ୍କ ଭୋଟ୍‌ ସାରଙ୍କ ପଡ଼ିବ।

ପୂର୍ବରୁ ମଧ୍ୟ ବର୍ଷାଙ୍କୁ ଭଦ୍ରକ ବ୍ଲକରେ ଦେଖିବାକୁ ମିଳିଥିଲା। ସେ ବିଜେଡି ପାଇଁ ପ୍ରଚାର କରିଥିଲେ।

ପୂର୍ବରୁ ବର୍ଷା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକକୁ ଯାଇଥିଲେ। ସେଠାରେ ବିଜେଡି ପାଇଁ ପ୍ରଚାର କରିଥିଲେ।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe