Advertisment

ସୋସିଆଲ ମିଡିଆରେ ସମାଲୋଚନା କରିବାରୁ ଉଠାଇନେଲା ପୁଲିସ, ବର୍ଷିଲା ବିଜେପି

ସୋସିଆଲ ମିଡିଆରେ ସରକାରଙ୍କୁ ସମାଲୋଚନା ସଂଗ୍ରାମ ପାତ୍ରଙ୍କୁ ମହଙ୍ଗା ପଡ଼ିଛି । ଓଡ଼ିଶା ପୁଲିସ ତାଙ୍କୁ ଗତକାଲି ରାତିରୁ ଉଠାଇ ନେବା ଘଟଣାକୁ କଡ଼ା ଭାଷାରେ ଆଜି କଡ଼ା ଭାଷାରେ ନିନ୍ଦା କରିଛି।

author-image
Ordigital Desk
BJP

BJP

ସୋସିଆଲ ମିଡିଆରେ ସରକାରଙ୍କୁ ସମାଲୋଚନା ସଂଗ୍ରାମ ପାତ୍ରଙ୍କୁ ମହଙ୍ଗା ପଡ଼ିଛି । ଓଡ଼ିଶା ପୁଲିସ ତାଙ୍କୁ ଗତକାଲି ରାତିରୁ ଉଠାଇ ନେବା ଘଟଣାକୁ କଡ଼ା ଭାଷାରେ ଆଜି କଡ଼ା ଭାଷାରେ ନିନ୍ଦା କରିଛି । ରାଜ୍ୟ ସରକାର ପୁଲିସକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି ।
ଆଜି ଦଳର ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରି କହିଛନ୍ତି ଯେ, ସୋସିଆଲ ମିଡିଆରେ କାର୍ଯ୍ୟ କରୁଥିବା ସଂଗ୍ରାମ ପାତ୍ରଙ୍କୁ ପୁଲିସ କାହିଁକି ଗିରଫ କଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ସୋସିଆଲ ମିଡିଆରେ ଯିଏ ସରକାର ଓ ପ୍ରଶାସନର ତ୍ରୁଟିକୁ ଦର୍ଶାଇବ ତାହା ଉପରେ ବିଜୁ ଜନତା ଦଳ ସରକାର ଜାଣିଶୁଣି ପ୍ରତିଶୋଧ ନେଉଛି । ଏ ସରକାର ପୂର୍ବରୁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଉଦାହରଣ ରହିଛି। ଶାସନ ଦାୟିତ୍ୱ ଏବେ ନିର୍ବାଚିନ ପ୍ରତିନିଧିଙ୍କଠୁ ସରକାରୀ ବାବୁମାନଙ୍କ ପାଖକୁ ପଳାଇଛି । ସେଥିପାଇଁ ବିଜେଡି ସରକାର ରାଜନୀତିକ ସମାଲୋଚନାକୁ ସହିବାକୁ ନାରାଜ।

Advertisment

ଏଠି ଏକଛତ୍ରବାଦ ଓ ଡିକ୍ଟେଟର ସରକାର ଚାଲିଛି । ଅଣଓଡ଼ିଆ ଓ କିଛି ସ୍ୱାର୍ଥପର ଅମଲା ଶାସନ କ୍ଷମତାକୁ ଜବରଦଖଲ କରିଛନ୍ତି ଯାହା ଗଣତନ୍ତ୍ର ପାଇଁ ବିପଦ । ରାଜ୍ୟ ସରକାର ପୁଲିସକୁ ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରି ସବୁପ୍ରକାର ସମାଲୋଚନାର କଣ୍ଠରୁଦ୍ଧ କରୁଛନ୍ତି । ସୋସିଆଲ ମିଡିଆରେ କାମ କରୁଥିବା ସଂଗ୍ରାମ ପାତ୍ରଙ୍କୁ ଗତକାଲି ପୁଲିସ ବେଆଇନ ଭାବେ ଗିରଫ କରିବା ଘଟଣାରୁ ସ୍ପଷ୍ଟ ହୋଇଛି । ଗତକାଲି ସଂଗ୍ରାମ ପାତ୍ର ଭୁବନେଶ୍ୱରରୁ ଅନୁଗୁଳ ଯାଉଥିବାବେଳେ ପୁଲିସ ତାଙ୍କୁ ରାତି ୩ଟାରେ ଉଠାଇ ନେଇ ସମ୍ବଲପୁରରେ ଅଟକ ରଖିଛି । ଶ୍ରୀ ପାତ୍ରଙ୍କ ନାଁରେ ପୋଲିସ ଆଇପିସି ୨୯୪, ୫୦୯, ୬୬,୬୭ ଧାରା ଲାଗୁ କରିଛି । ଶ୍ରୀ ପାତ୍ର ଦୁଷ୍କର୍ମ, ଦୁଷ୍କର୍ମକାରୀ ଫେରାର, ହତ୍ୟା, ହତ୍ୟା ଉଦ୍ୟମ, ମାରଣାସ୍ତ୍ର ରଖିବା ଭଳି କ୍ରିମିନାଲ ଆକ୍ଟିଭିଟିରେ ସମ୍ପୃକ୍ତ ନଥାଇ ବି ପୁଲିସ କିଭଳି ତାଙ୍କୁ ଏମିତି ଧାରା ଲଗାଇ ଗିରଫ କଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସୋସିଆଲ ମିଡିଆରେ ଯିଏ ସରକାର ଓ ପ୍ରଶାସନ ତ୍ରୁଟିକୁ ଦର୍ଶାଇଲା ତାହା ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ କରି ବିଜୁ ଜନତା ଦଳ ସରକାର ପ୍ରତିଶୋଧ ନେଉଛି । ଗଣତନ୍ତ୍ରରେ ରାଜନୈତିକ ମତାମତ ରଖିବାର ସମସ୍ତଙ୍କ ଅଧିକାର ଅଛି । ପ୍ରଦୀପ ପ୍ରଧାନ, ପ୍ରକାଶ ନାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ସମୟରେ ଗରିଫ କରି ଡରେଇବା ଧମକାଇବା ସହିତ ନାଲିଆଖି ଦେଖାଉଛନ୍ତି ବିଜେଡି ସରକାର । ସମ୍ବିଧାନ ଦେଇଥିବା ଅଧିକାର, ଗଣତନ୍ତ୍ର ତଥା ବାକ୍ ସ୍ୱାଧୀନତାର ହତ୍ୟା କରାଯାଉଛି ବୋଲି ଏଥିରୁ ସ୍ପଷ୍ଟ ଜଣାପଡୁଛି । ଶାସକ ଦଳ ସହ ମତ ନମିଶିଲେ ସମସ୍ତ ବାକ୍ ସ୍ୱାଧୀନତାକୁ କଣ୍ଠରୋଧ କରିବାକୁ ସରକାର ପଛାଉନାହାନ୍ତି । ସାଢ଼େ ୪କୋଟି ଓଡ଼ିଆଙ୍କ ମୁହଁ ବନ୍ଦ କରିବାକୁ ବିଜେଡି ଚକ୍ରାନ୍ତ କରିଛି । ଏହାକୁ ବିଜେପିି ଦୃଢ଼ ଭାବେ ନିନ୍ଦା କରୁଛି । ମିଥ୍ୟା ଆକ୍ରୋଶରୁ ଦୂରରେ ରହି ସଂଗ୍ରାମ ପାତ୍ରଙ୍କୁ ତୁରନ୍ତ ମୁକ୍ତ କରିବାକୁ ବିଜେପି ଦାବି କରିଛି ।

Bjp State Bjp Bjp Politics