Advertisment

ବସୁନ୍ଧରା ରାଜେଙ୍କୁ ଦିଲ୍ଲୀ ଡକରା

ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେ ନେଇ ଦଳର ସଂସଦୀୟ ବୋର୍ଡ ସ୍ଥିର କରିବ।

Vasundhara Raje

Vasundhara Raje

Advertisment

ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ଭଳି ରାଜସ୍ଥାନରେ ମଧ୍ୟ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ସେ ନେଇ ସସପେନ୍ସ ଲାଗି ରହିଛି। ଆଉ ତା’ ମଧ୍ୟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦିଲ୍ଲୀ ଡକରା ହୋଇଛି। ସେ ଆଜି ରାତିରେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଆସନ୍ତାକାଲି ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। 

Advertisment

ସୋମବାର ଓ ମଙ୍ଗଳବାର ଦଳର ନବନିର୍ବାଚିତ ପ୍ରାୟ ୬୦ ଜଣ ବିଧାୟକ ବସୁନ୍ଧରା ରାଜେଙ୍କୁ ତାଙ୍କ ସିଭିଲ ଲାଇନ୍ସ ସ୍ଥିତ ବାସଭବନରେ ଭେଟିବା ପରେ ତାଙ୍କୁ ଦିଲ୍ଲୀ ଡକରା ହୋଇଥିବା କୁହାଯାଉଛି।

ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେ ନେଇ ଦଳର ସଂସଦୀୟ ବୋର୍ଡ ସ୍ଥିର କରିବ। ତେବେ ତା’ପୂର୍ବରୁ ବିଧାୟକ ଦଳ ବୈଠକ ବସିବ। ଅନ୍ୟପକ୍ଷରେ ବିଧାୟକ ଦଳ ବୈଠକ କେବେ ବସିବ, ସେ ନେଇ ବିଜେପି ପକ୍ଷରୁ କିଛି ଘୋଷଣା କରାଯାଇ ନାହିଁ। 

Advertisment

ବସୁନ୍ଧରା ରାଜେ ପୂର୍ବରୁ ଦୁଇ ଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ଏଥର ମଧ୍ୟ ସେ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି। ୨୦୦ଟି ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାର ୧୯୯ଟି ଆସନରେ ନିର୍ବାଚନ ହୋଇଥିଲା। ସେଥିରୁ ୧୧୫ଟିରେ ବିଜେପି ଜିତିଥିବା ବେଳେ ସରକାରରେ ଥିବା କଂଗ୍ରେସ ୬୯ଟି ଆସନ ପାଇଛି।  

Vasundhara Raje
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe