Advertisment

‘ତୁରନ୍ତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗୃହୀତ ଜାଗା ଫେରାଅ, ନଚେତ କୋର୍ଟ ଯିବୁ’

ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ଘଟଣାରେ ବହୁ ବଡ଼ ଦୁର୍ନୀତି ହୋଇଥିବାରୁ CBI କିମ୍ବା କୋର୍ଟ ଦ୍ୱାରା ଗଠିତ SIT ଦ୍ୱାରା ଏହାର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି।

Press Conference

Press Conference

Advertisment

‘ସପ୍ତାହେ ଭିତରେ ଲୋକଙ୍କ ଜମି ଫେରାଅ। ଏଥିରେ ଖିଲାପ ହେଲେ କୋର୍ଟ ଅବମାନନା କେସ କରିବୁ ।’ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଏପରି ଚେତାବନୀ ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ।

Advertisment

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜୟ ଉତ୍ସବ ପାଳନ ପାଇଁ ପୁରୀ କୋଣାର୍କ ବେଳାଭୂମି ରାସ୍ତାର ବେଲଦଳରେ ଅନୁଷ୍ଠିତ ହୋଇଥିଲା ବିଶାଳ ସମାବେଶ। ଏଥିରେ ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ମେଧା ପାଟକର, ସମିତିର ଆବାହକ ଉମାବଲ୍ଲଭ ରଥଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ନେତା ଯୋଗ ଦେଇଥିଲେ । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏପରି ବର୍ଷିଛନ୍ତି ପ୍ରଶାନ୍ତ ଭୂଷଣ ।

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗ୍ରହଣ ହୋଇଥିବା ୧୦ ହଜାର ଏକର ଜମି ତୁରନ୍ତ ଲୋକଙ୍କୁ ଫେରାଇବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ସପ୍ତାହେ ଭିତରେ ଜମି ନ ଫେରାଇଲେ ଲୋକଙ୍କ ଓକିଲ ହିସାବରେ ସରକାରଙ୍କୁ ନୋଟିସ ପଠାଇବି ବୋଲି ସେ ଧମକ କହିଛନ୍ତି। ଯଦି ସରକାର ଜମି ନ ଫେରାନ୍ତି ତାହା ହେଲେ ଆମେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କୋର୍ଟ ଅବମାନନା କେସ କରିବୁ ବୋଲି କହିଛନ୍ତି ।

Advertisment

ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ଘଟଣାରେ ବହୁ ବଡ଼ ଦୁର୍ନୀତି ହୋଇଥିବାରୁ CBI କିମ୍ବା କୋର୍ଟ ଦ୍ୱାରା ଗଠିତ SIT ଦ୍ୱାରା ଏହାର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ପ୍ରଶାନ୍ତ ଭୂଷଣାଙ୍କ ମନ୍ତବ୍ୟ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନାଯୋଗ୍ୟ, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ୧୦ ହଜାର ଏକର ଜାଗାକୁ ରାଜ୍ୟ ସରକାର ବେଦାନ୍ତ ହାତକୁ ଟେକି ଦେଇଥିବା ବେଳେ ଏହାକୁ ନେଇ ତେଜିଥିଲା ଆନ୍ଦୋଳନ । ଖଣି, ପାଣି, ଜମି ଲୁଟ୍ ପାଇଁ ଏହି ଚକ୍ରାନ୍ତ ହୋଇଥିଲା ବୋଲି କହି ଗର୍ଜିଥିଲେ ଆନ୍ଦୋଳନକାରୀ ।

ଏହି ଜମି ଅଧିଗ୍ରହଣ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ମାଲାଫାଏଡ଼ ବା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସୁପ୍ରିମକୋର୍ଟ କହିବା ପରେ ତେଜିଛି ରାଜନୀତି । ମୁଖ୍ୟମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେବା ପରିବର୍ତ୍ତେ ଚୁପ୍ ହୋଇ ରହିଯିବା ଅତ୍ୟନ୍ତ ସାଂଘାତିକ ଓ ଦୁର୍ଭାଗ୍ୟଜନକ ଘଟଣା ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତି ଛୁଇଁ ପାରୁନାହିଁ ବୋଲି କହୁଥିଲାବେଳେ ବେଦାନ୍ତ ଜମି ଅଧିଗ୍ରହଣ ଘଟଣାରେ ସରକାର, ସରକାରୀ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖା ଖୋଲି ଦେଇଛି ବୋଲି ପିସିସି ସଭାପତି କହିଛନ୍ତି ।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe